ସରିଲା ଚାକିରି, କର୍ମମୟ ଜୀବନକୁ ମନେ ପକାଇ ଭାବବିହ୍ବଳ ହେଲେ ପ୍ରଧାନଶିକ୍ଷକ…

ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତୁଳସୀପଲ୍ଲୀ କ୍ଷେତ୍ରମଣି ମଧ୍ୟ ଇଂରାଜୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ବିଦ୍ୟାଳୟ ତରଫରୁ ବୁଧବାର ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତେଜସ୍ମିତା ଶତପଥୀ ସଭାପତିତ୍ୱ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ବିଶିଷ୍ଟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସୁବାସ ଚନ୍ଦ୍ର ରାଡ, ସମ୍ମାନିତ ଅତିଥି ଭାବେ ନେତାଜୀ ବିଷୋୟୀ, ଶ୍ୟାମା ପ୍ରସାଦ ମିଶ୍ର, ସିଆରସିସି ଅନୁପମା ସାହୁ, ଦେବରାଜ ସାଇଁ, ଅବସର ପ୍ରାପ୍ତ ବିଇଓ ଦିଲ୍ଲୀପ କୁମାର ସ୍ବାଇଁ, ରାଜେନ୍ଦ୍ର କୁମାର ମିଶ୍ର, ସିଟି ଟ୍ରେନିଂ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଏ ସୂର୍ଯ୍ୟ ନାରାୟଣ ପାତ୍ର, ଏବଂ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡା କର୍ମମୟ ଜୀବନ ତଥା ସାହିତ୍ୟ ସର୍ଜନା ସମ୍ପର୍କରେ ଆଲୋକପାତ କରିଥିଲେ। ସୁରେଶ ମଧ୍ୟ ତାଙ୍କ କର୍ମମୟ ଜୀବନ କଥା ମନେ ପକାଇ ଭାବବିହ୍ବଳ ହୋଇପଡ଼ିଥିଲେ। ଏଥିସହ ବହୁସଂଖ୍ୟାରେ ତୁଳସୀ ପଲ୍ଲୀ ଗ୍ରାମବାସୀ ଏବଂ ପୂର୍ବତନ ଛାତ୍ରୀଛାତ୍ର ଯୋଗଦେଇ ଡକ୍ଟର ପଣ୍ଡାଙ୍କ ପ୍ରତି ଯଥୋଚିତ ସମ୍ମାନ ପ୍ରଦାନ କରିଥିଲେ। ବିଦ୍ୟାଳୟ ତରଫରୁ ଡକ୍ଟର ପଣ୍ଡାଙ୍କୁ ମାନପତ୍ର ଏବଂ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା। ଶିକ୍ଷୟିତ୍ରୀ ମୀରା ବିଷୋୟୀ, ବିଜୟଲକ୍ଷ୍ମୀ ସିଂ ଏବଂ ଗିରିଜା ଆଚାରୀ ସହଯୋଗ କରିଥିବାବେଳେ ଶେଷରେ ତେଜସ୍ମିତା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Share