ବେଆଇନ ପଥର ଖାଦାନରେ ପୁଣି ମୁଣ୍ଡ ଗଡ଼ିଲା

ଯାଜପୁର/ଧର୍ମଶାଳା,୧୩ା୮(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା)ଯାଜପୁର ଜିଲା ଧର୍ମଶାଳା ବ୍ଲକ ଡାଳିଯୋଡ଼ା ବନାଞ୍ଚଳ ଅଧୀନ ମୌଳାଭଞ୍ଜା ବାଘୁଆ-୨ ନମ୍ବର ଜଙ୍ଗଲ କିସମ ଜମିରେ ଥିବା ବେଆଇନ ପଥର ଖାଦାନରେ ପୁଣି ଜଣେ ଶ୍ରମିକଙ୍କ ମୁଣ୍ଡ ଗଡ଼ିଛି। ମୃତ ଶ୍ରମିକ ଜଣକ ହେଲେ ଜେନାପୁର ଥାନା ଅନ୍ତର୍ଗତ ଚକ୍ରଧରପୁର ପଞ୍ଚାୟତ ମୁକୁନ୍ଦପୁର ଗ୍ରାମର ସନାତନ ଦଳେଇ(୫୫)। ଜଙ୍ଗଲ ଜମି ଏବଂ ବେଆଇନ ଖାଦାନରେ ଏଭଳି ଘଟଣା ଘଟିଥିବାରୁ ଘଟଣାକୁ ଚପେଇ ଦେବା ପାଇଁ ବିଭିନ୍ନ ଆଳ କରାଯାଉଛି। ସୂଚନା ମୁତାବକ ସନାତନ ତାଙ୍କର ଜଣେ ସମ୍ପର୍କୀୟଙ୍କ ଦ୍ୱାରା ପରିଚାଳିତ ଏକ ବେଆଇନ ଖାଦାନରେ ଶ୍ରମିକ ଭାବେ କାମ କରନ୍ତି। ପ୍ରତିଦିନ ଭଳି ଶନିବାର ସକାଳୁ ସେ କାମ କରିବାକୁ ଖାଦାନକୁ ଯାଇଥିଲେ। କାମ କରୁଥିବା ସମୟରେ ପୂର୍ବାହ୍ନ ପ୍ରାୟ ୧୧ ଟା ୪୫ ମିନିଟ ସମୟରେ ସନାତନ କୌଣସି କାରଣରୁ ପାହାଡ଼ ଉପରୁ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା କୁହାଯାଉଛି। ଅନ୍ୟପକ୍ଷେ ଜେନାପୁର ଥାନାରେ ତାଙ୍କ ସ୍ତ୍ରୀ ଜେମା ଦଳେଇଙ୍କ ଅଭିଯୋଗ ଅନୁସାରେ ସନାତନ ଛେଳି ଚରାଇବାକୁ ପାହାଡ଼କୁ ଯାଇଥିଲେ। କୌଣସି କାରଣରୁ ସେ ପାହାଡ଼ରୁ ଗଳି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ସନାତନଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଜେନାପୁର ଥାନାରେ ୨୦/୨୦୨୩ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି। ଯାଜପୁରରୋଡ୍‌ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଓ ଜେନାପୁର ଥାନା ଏସଆଇ ସୌମ୍ୟରଞ୍ଜନ ଭୋଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଏସ୍‌ଡିପିଓ ସଞ୍ଜୟ କୁମାର କହିଛନ୍ତି, ତାଙ୍କ ସ୍ତ୍ରୀଙ୍କ ଲିଖିତ ଅଭିଯୋଗ ଅନୁସାରେ ମାମଲା ରୁଜୁ ହୋଇଛି। ଏହାବାଦ୍‌ ତଦନ୍ତ ଚାଲିଛି ଏବଂ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ଯେ, ଏହି ପାହାଡ଼ ଜଙ୍ଗଲ କିସମ ହୋଇଥିବା ବେଳେ ଏଠାରେ ବନ ବିଭାଗ ପକ୍ଷରୁ ପ୍ରାୟ ୧ ବର୍ଷ ହେବ ୧୪୪ ଧାରା ଲାଗୁ କରାଯାଇଥିଲା। ହେଲେ ତାହା ଲୋକ ଦେଖାଣିଆ ହୋଇଥିବାରୁ ଜଙ୍ଗଲ ବିଭାଗ କର୍ମଚାରୀ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ କଳାପଥର ଖାଦାନ ଚାଲିଥିଲା ବୋଲି ଆଲୋଚନା ହେଉଛି।
ଜଙ୍ଗଲ ଜମି ଏବଂ ବେଆଇନ ଖାଦାନଗୁଡ଼ିକରେ ଗତ ୧୦ ବର୍ଷରେ ୨୫ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଯେଉଁ ଘଟଣା ଲୋକଲୋଚନକୁ ଆସୁଛି ତାହାର କାର୍ଯ୍ୟାନୁଷ୍ଠାନ ହେଉଥିବାବେଳେ ଅନେକ ଘଟଣାକୁ ଚାପି ଦିଆଯାଉଛି। ଧର୍ମଶାଳା ବ୍ଲକ ତଥା ଜେନାପୁର ଥାନା ଅଞ୍ଚଳରେ ଥିବା ଛୋଟବଡ଼ ପ୍ରାୟ ୩୦୦ ବେଆଇନ ପଥର ଖାଦାନରେ ନିୟମିତ ଭାବେ ଦୁର୍ଘଟଣା ଘଟି ନିରୀହ ଶ୍ରମିକମଙ୍କ ଜୀବନ ଯାଉଛି। ପ୍ରଶାସନିକ ଅଧିକାରୀ ବେଆଇନ ଖାଦାନ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଓଲଟି ପ୍ରଭାବଶାଳୀ ଲୋକଙ୍କ ବେଆଇନ କାର୍ଯ୍ୟ ପ୍ରତି ଆଖି ବନ୍ଦ କରି ସେଥିରେ ସହଯୋଗୀ ପାଲଟୁଛନ୍ତି। ବଳଙ୍ଗ ରାଜସ୍ବ ନିରୀକ୍ଷକଙ୍କ ତଦନ୍ତ ରିପୋର୍ଟ ଆଧାରରେ ଧର୍ମଶାଳା ତହସିଲଦାର ଯାଜପୁର ଅତିରିକ୍ତ ଜିଲାପାଳ(ଏଡିଏମ୍‌)ଙ୍କୁ ଦେଇଥିବା ରିପୋର୍ଟରେ ବିଛାଖଣ୍ଡି, ଅଞ୍ଜିରା ଓ କୁସୁନପୁର ଜଙ୍ଗଲ କିସମ ମୌଜାର ୪୫୬.୩୪ ଏକର ଜମି କଳାପଥର ବ୍ୟବସାୟୀଙ୍କ କବଜାରେ ରହିଛି ା ଏନେଇ ରାଜସ୍ବ ବିଭାଗ ପକ୍ଷରୁ ଜଙ୍ଗଲ ବିଭାଗର କଟକ ଡିଭିଜନ ଡିଏଫ୍‌ଓଙ୍କୁ ଅନେକ ଥର ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ଏଭଳି ବେଆଇନ ଖାଦାନ ଚାଲିଥିବାରୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ହାତ ଲଗାଇ ପାରୁନାହାନ୍ତି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri