ବେଆଇନ ପଥର ଖାଦାନରେ ପୁଣି ମୁଣ୍ଡ ଗଡ଼ିଲା

ଯାଜପୁର/ଧର୍ମଶାଳା,୧୩ା୮(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା)ଯାଜପୁର ଜିଲା ଧର୍ମଶାଳା ବ୍ଲକ ଡାଳିଯୋଡ଼ା ବନାଞ୍ଚଳ ଅଧୀନ ମୌଳାଭଞ୍ଜା ବାଘୁଆ-୨ ନମ୍ବର ଜଙ୍ଗଲ କିସମ ଜମିରେ ଥିବା ବେଆଇନ ପଥର ଖାଦାନରେ ପୁଣି ଜଣେ ଶ୍ରମିକଙ୍କ ମୁଣ୍ଡ ଗଡ଼ିଛି। ମୃତ ଶ୍ରମିକ ଜଣକ ହେଲେ ଜେନାପୁର ଥାନା ଅନ୍ତର୍ଗତ ଚକ୍ରଧରପୁର ପଞ୍ଚାୟତ ମୁକୁନ୍ଦପୁର ଗ୍ରାମର ସନାତନ ଦଳେଇ(୫୫)। ଜଙ୍ଗଲ ଜମି ଏବଂ ବେଆଇନ ଖାଦାନରେ ଏଭଳି ଘଟଣା ଘଟିଥିବାରୁ ଘଟଣାକୁ ଚପେଇ ଦେବା ପାଇଁ ବିଭିନ୍ନ ଆଳ କରାଯାଉଛି। ସୂଚନା ମୁତାବକ ସନାତନ ତାଙ୍କର ଜଣେ ସମ୍ପର୍କୀୟଙ୍କ ଦ୍ୱାରା ପରିଚାଳିତ ଏକ ବେଆଇନ ଖାଦାନରେ ଶ୍ରମିକ ଭାବେ କାମ କରନ୍ତି। ପ୍ରତିଦିନ ଭଳି ଶନିବାର ସକାଳୁ ସେ କାମ କରିବାକୁ ଖାଦାନକୁ ଯାଇଥିଲେ। କାମ କରୁଥିବା ସମୟରେ ପୂର୍ବାହ୍ନ ପ୍ରାୟ ୧୧ ଟା ୪୫ ମିନିଟ ସମୟରେ ସନାତନ କୌଣସି କାରଣରୁ ପାହାଡ଼ ଉପରୁ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା କୁହାଯାଉଛି। ଅନ୍ୟପକ୍ଷେ ଜେନାପୁର ଥାନାରେ ତାଙ୍କ ସ୍ତ୍ରୀ ଜେମା ଦଳେଇଙ୍କ ଅଭିଯୋଗ ଅନୁସାରେ ସନାତନ ଛେଳି ଚରାଇବାକୁ ପାହାଡ଼କୁ ଯାଇଥିଲେ। କୌଣସି କାରଣରୁ ସେ ପାହାଡ଼ରୁ ଗଳି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ସନାତନଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଜେନାପୁର ଥାନାରେ ୨୦/୨୦୨୩ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି। ଯାଜପୁରରୋଡ୍‌ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଓ ଜେନାପୁର ଥାନା ଏସଆଇ ସୌମ୍ୟରଞ୍ଜନ ଭୋଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଏସ୍‌ଡିପିଓ ସଞ୍ଜୟ କୁମାର କହିଛନ୍ତି, ତାଙ୍କ ସ୍ତ୍ରୀଙ୍କ ଲିଖିତ ଅଭିଯୋଗ ଅନୁସାରେ ମାମଲା ରୁଜୁ ହୋଇଛି। ଏହାବାଦ୍‌ ତଦନ୍ତ ଚାଲିଛି ଏବଂ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ଯେ, ଏହି ପାହାଡ଼ ଜଙ୍ଗଲ କିସମ ହୋଇଥିବା ବେଳେ ଏଠାରେ ବନ ବିଭାଗ ପକ୍ଷରୁ ପ୍ରାୟ ୧ ବର୍ଷ ହେବ ୧୪୪ ଧାରା ଲାଗୁ କରାଯାଇଥିଲା। ହେଲେ ତାହା ଲୋକ ଦେଖାଣିଆ ହୋଇଥିବାରୁ ଜଙ୍ଗଲ ବିଭାଗ କର୍ମଚାରୀ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ କଳାପଥର ଖାଦାନ ଚାଲିଥିଲା ବୋଲି ଆଲୋଚନା ହେଉଛି।
ଜଙ୍ଗଲ ଜମି ଏବଂ ବେଆଇନ ଖାଦାନଗୁଡ଼ିକରେ ଗତ ୧୦ ବର୍ଷରେ ୨୫ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଯେଉଁ ଘଟଣା ଲୋକଲୋଚନକୁ ଆସୁଛି ତାହାର କାର୍ଯ୍ୟାନୁଷ୍ଠାନ ହେଉଥିବାବେଳେ ଅନେକ ଘଟଣାକୁ ଚାପି ଦିଆଯାଉଛି। ଧର୍ମଶାଳା ବ୍ଲକ ତଥା ଜେନାପୁର ଥାନା ଅଞ୍ଚଳରେ ଥିବା ଛୋଟବଡ଼ ପ୍ରାୟ ୩୦୦ ବେଆଇନ ପଥର ଖାଦାନରେ ନିୟମିତ ଭାବେ ଦୁର୍ଘଟଣା ଘଟି ନିରୀହ ଶ୍ରମିକମଙ୍କ ଜୀବନ ଯାଉଛି। ପ୍ରଶାସନିକ ଅଧିକାରୀ ବେଆଇନ ଖାଦାନ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଓଲଟି ପ୍ରଭାବଶାଳୀ ଲୋକଙ୍କ ବେଆଇନ କାର୍ଯ୍ୟ ପ୍ରତି ଆଖି ବନ୍ଦ କରି ସେଥିରେ ସହଯୋଗୀ ପାଲଟୁଛନ୍ତି। ବଳଙ୍ଗ ରାଜସ୍ବ ନିରୀକ୍ଷକଙ୍କ ତଦନ୍ତ ରିପୋର୍ଟ ଆଧାରରେ ଧର୍ମଶାଳା ତହସିଲଦାର ଯାଜପୁର ଅତିରିକ୍ତ ଜିଲାପାଳ(ଏଡିଏମ୍‌)ଙ୍କୁ ଦେଇଥିବା ରିପୋର୍ଟରେ ବିଛାଖଣ୍ଡି, ଅଞ୍ଜିରା ଓ କୁସୁନପୁର ଜଙ୍ଗଲ କିସମ ମୌଜାର ୪୫୬.୩୪ ଏକର ଜମି କଳାପଥର ବ୍ୟବସାୟୀଙ୍କ କବଜାରେ ରହିଛି ା ଏନେଇ ରାଜସ୍ବ ବିଭାଗ ପକ୍ଷରୁ ଜଙ୍ଗଲ ବିଭାଗର କଟକ ଡିଭିଜନ ଡିଏଫ୍‌ଓଙ୍କୁ ଅନେକ ଥର ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ଏଭଳି ବେଆଇନ ଖାଦାନ ଚାଲିଥିବାରୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ହାତ ଲଗାଇ ପାରୁନାହାନ୍ତି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri