Posted inଖେଳ

ପରିଶ୍ରମର ଫଳ ମିଳିଛି

ଭୁବନେଶ୍ୱର, ୧୯।୮(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ୯ମ ଆଥଲେଟ୍‌ଭାବେ ଅର୍ଜୁନ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାରୁ ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି ଜାତୀୟ ରେକର୍ଡଧାରିଣୀ ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ। ”ବହୁତ ଖୁସି ଲାଗୁଛି। ଅର୍ଜୁନ ପୁରସ୍କାର ପାଇବା ଏତେ ସହଜ କଥା ନୁହେଁ। ଦକ୍ଷତା ଦେଖାଇ ଅନେକ ସଫଳତା ଅର୍ଜନ କଲେ ଯାଇ ଏପରି ସମ୍ମାନ ମିଳିଥାଏ। କ୍ରମାଗତ ଦୁଇବର୍ଷ ଧରି ମୋ ନାମ ସୁପାରିସ କରିଥିବାରୁ ମୁଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ନିୟମ ଅନୁସାରେ କ୍ରମାଗତ ୩ ବର୍ଷ ଜାତୀୟ/ଅନ୍ତର୍ଜାତୟ ସ୍ତରରେ ଭଲ ପ୍ରଦର୍ଶନ କଲେ ଯାଇ ଜଣେ ଆଥଲେଟ୍‌ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ। ମୁଁ ଗତ ୫ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରି ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଚାଲିଛି। ରିଓ ଅଲିମ୍ପିକ୍ସଠାରୁ ଆରମ୍ଭ କରି ମୁଁ ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଆସିଛି। ଏସିଆନ ଗେମ୍ସରେ୨ଟି ପଦକ ପାଇଥିଲି। ଏସିଆନ ଚାମ୍ପିୟନଶିପ୍‌ରେ ମଧ୍ୟ ପଦକ ହାସଲ କରିଥିଲି। ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ପ୍ରଥମ ଭାରତୀୟ ଆଥଲେଟ୍‌ଭାବେ ମୁଁ ସ୍ବର୍ଣ୍ଣ ପଦକ ପାଇଥିଲି। ସବୁ ପ୍ରଦର୍ଶନକୁ ଦେଖି ସମ୍ଭବତଃ ମୋତେ ଏହି ପୁରସ୍କାର ପାଇଁ ମୋତେ ମନୋନୀତ କରାଯାଇଛି“ ବୋଲି ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ଦୂତୀ। ଆଗାମୀ ଟୋକିଓ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ସମ୍ପ୍ରତି କଳିଙ୍ଗ ଷ୍ଟାଡିୟମରେ କୋଚ୍‌ ନାଗାପୁରୀ ରମେଶଙ୍କ ତତ୍ତ୍ୱାବଧାନରେ ଅଭ୍ୟାସ ଜାରି ରଖିଛନ୍ତି ଏହି ଓଡ଼ିଆ ଆଥଲେଟ୍‌। କରୋନା ଭାଇରସ ସଂକ୍ରମଣ ଯୋଗୁ ଏବେ ସବୁ ପ୍ରତିଯୋଗିତା ବନ୍ଦ ଥିବାରୁ ସେ ଆସନ୍ତା ବର୍ଷ ପ୍ରାରମ୍ଭରେ ଅଲିମ୍ପିକ୍ସ କ୍ୱାଲିଫାଇଂ ଇଭେଣ୍ଟ ଗୁଡ଼ିକରେ ଭାଗନେବେ ବୋଲି ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାପାଙ୍କ ମୃତ୍ୟୁ ପରେ ରିଙ୍କୁ ସିଂ ପରବର୍ତ୍ତୀ ମ୍ୟାଚ ଖେଳିବେ ନା ନାହିଁ? BCCI ଦେଲା ବଡ଼ ସୂଚନା

ନୂଆଦିଲ୍ଲୀ,୨୭।୨: ଟିମ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂଙ୍କ ପିତା ଖାନଚାନ୍ଦ ସିଂଙ୍କ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ।…

ଜିମ୍ବାଓ୍ବେ ବିପକ୍ଷର ବିଜୟ ପଡିଲା ଫିକା? ଟିମ ଇଣ୍ଡିଆର ଏହି ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ,୨୭।୨: ICC T20 ବିଶ୍ୱକପ ୨୦୨୬ର ସୁପର ୮ ମ୍ୟାଚରେ ଭାରତ ଜିମ୍ବାୱେକୁ ୭୨ ରନରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିବାର ଆଶାକୁ ପୁନର୍ଜୀବିତ କରିଛି। ଏହି…

ଜିମ୍ବାୱେ ବିପକ୍ଷରେ ଟିମ୍‌ ଇଣ୍ଡିଆର ବିଶ୍ୱ ରେକର୍ଡ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ,୨୭।୨: ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଏକ ଚମତ୍କାର ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଟିମ୍‌ ଇଣ୍ଡିଆ ICC T20 ବିଶ୍ୱକପ 2026ର ଦ୍ୱିତୀୟ ସୁପର-୮ମ୍ୟାଚରେ…

ପିତାଙ୍କ ଅସମୟରେ ଦେହାନ୍ତ, ଘୁଞ୍ଚିଯିବକି ରିଙ୍କୁ-ପ୍ରିୟାଙ୍କ ବିବାହ? ଜାଣନ୍ତୁ କେବେ ହାତକୁ ଦି ହାତ ହୋଇଥାଆନ୍ତେ କ୍ରିକେଟର

ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବଂ ତାଙ୍କ ଭାବି ପତ୍ନୀ ପ୍ରିୟା ସରୋଜଙ୍କ ପରିବାର ବର୍ତ୍ତମାନ ଏକ ଦୁଃଖଦ ଘଟଣା ପାଇଁ ଦୁଃଖରେ ଅଛନ୍ତି। ୨୭…

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଯଦି ବର୍ଷା ଯୋଗୁ ହୁଏ ବାତିଲ: ସେମିଫାଇନାଲକୁ ଯିବ କିଏ, ଜାଣନ୍ତୁ ସମ୍ପୂର୍ଣ୍ଣ ନିୟମ

ନୂଆଦିଲ୍ଲୀ,୨୭।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ ପର୍ଯ୍ୟାୟରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ ଏବେ କର ବା ମର ପ୍ରତିଯୋଗିତାରେ ପରିଣତ ହୋଇଛି। ୧…

ବିଜୟ ସତ୍ତ୍ୱେ ଭାରତକୁ ମିଳିଲାନି ଫାଇଦା: ଏବେ ବି ଟେନ୍‌ସନ୍‌ରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୭।୨: ଭାରତ ୨୦୨୬ ଟି-୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟରେ ଜିମ୍ବାୱେକୁ ପରାସ୍ତ କରି ସେମିଫାଇନାଲ ସ୍ଥାନ ପାଇଁ ଆଶା ଉଜ୍ଜୀବିତ ରଖିଛି। ଚେନ୍ନାଇର ଏମଏ ଚିଦାମ୍ବରମ…

୬,୬,୬,୬,୬….ମାତ୍ର ୧୪ ବଲ୍‌ରେ କମାଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୬।୨: IPL 2026 ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଚମତ୍କାର ଫର୍ମରେ ଅଛନ୍ତି। ସେ ଚଳିତ DY ପାଟିଲ T20 ଟୁର୍ନାମେଣ୍ଟରେ ଏହି ସଫଳତା ହାସଲ…

କ୍ରିକେଟର ରିଙ୍କୁ ସିଂଙ୍କ ବାପାଙ୍କ ଦେହାନ୍ତ, ଲିଭର କ୍ୟାନସରରେ ପୀଡ଼ିତ….

ନୂଆଦିଲ୍ଲୀ,୨୭ା୨: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ପିତାଙ୍କ ଦେହାନ୍ତ ହୋଇଛି । ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri