ନୀଳଗିରି,୩୧।୩(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସଜନାଗଡ ହସ୍ପିଟାଲ ନିକଟସ୍ଥ ତିନିକୋଶିଆ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଜାମୁଡିହା ପଞ୍ଚାୟତ ବେଢାସାହି ଗ୍ରାମର ଦାସ ମାଝୀ (୫୬)। ପାରିପାଶ୍ୱିକ ସ୍ଥିତିକୁ ଦେଖି ତାଙ୍କୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି।
ସୂଚନାନୁଯାୟୀ, ସୋମବାର ସକାଳେ ମହୁଲ ଗୋଟାଇବାକୁ ଆସିଥିବା ସମୟରେ ମହିଳାମାନେ ମୃତଦେହକୁ ଦେଖି ଚିହ୍ନଟ କରିଥିଲେ। ଏହାପରେ ପରିବାରଲୋକଙ୍କୁ ଅବଗତ କରାଇଥିଲେ। ପରେ ଘଟଣାସ୍ଥଳରେ ପରିବାରଲୋକେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ତାଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି।ତେବେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


