ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଆରମ୍ଭ: ଡିଜିଟାଲ ପ୍ଲାଟଫର୍ମରେ ନୃତ୍ୟ-ସଙ୍ଗୀତର ସମ୍ଭାର

ଭୁବନେଶ୍ୱର, ୬।୯(ବ୍ୟୁରୋ): ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ମହାକୁମ୍ଭ ‘ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ-୨୦୨୦’ ଶନିବାରଠାରୁ ଆରମ୍ଭ ହୋଇଛି। ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଆୟୋଜିତ ଏହି ଉତ୍ସବ ଚଳିତବର୍ଷ ୨୬ବର୍ଷରେ ପଦାର୍ପଣ କରିଥିବାବେଳେ କରୋନା କଟକଣାଲାଗି ପ୍ରଥମଥର ପାଇଁ ଏହା ଡିଜିଟାଲ ପ୍ଲାଟ୍‌ଫର୍ମରେ ଅନୁଷ୍ଠିତ ହେଉଛି। ୫ଦିନ ଧରି ଚାଲିବାକୁ ଥିବା ଉତ୍ସବକୁ ବଲିଉଡ୍‌ ଅଭିନେତ୍ରୀ ତଥା ଏମ୍‌ପି ହେମାମାଳିନୀ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଫେସ୍‌ବୁକ୍‌ ଲାଇଭ୍‌ ଏବଂ ୟୁଟୁବ୍‌ରେ ପ୍ରସାରିତ ଏହି କାର୍ଯ୍ୟକ୍ରମକୁ ବିଶ୍ୱର କଳାପ୍ରେମୀ, ନୃତ୍ୟ ବିଶାରଦ ଏବଂ ଶିଳ୍ପୀମାନେ ଦେଖିବାର ସୁଯୋଗ ପାଉଛନ୍ତି। ଚଳିତବର୍ଷର ଏହି ଉତ୍ସବକୁ ସ୍ବର୍ଗତ ସଙ୍ଗୀତ ମାର୍ତଣ୍ଡ ପଣ୍ଡିତ ଯଶରାଜ ଏବଂ ପ୍ରସିଦ୍ଧ ମଞ୍ଚ କଳାକାର ତଥା ନିର୍ଦ୍ଦେଶକ ସ୍ବର୍ଗତ ଜୟଦେବ ଦାସଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଥିଲା। ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ଓ ମୋହନ ବୀଣାର ଯୁଗଳବନ୍ଦୀ ଆକର୍ଷଣ ସାଜିଥିଲା।

ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁସ୍ମିତା ମହାନ୍ତିଙ୍କ ପରିବେଷଣରୁ ଉତ୍ସବ ଆରମ୍ଭ ହୋଇଥିଲା। ଗୁରୁ ଅରୁଣା ମହାନ୍ତିଙ୍କ ନୃତ୍ୟ ସଂଯୋଜନା ଓ ଡ. ବିଜୟ କୁମାର ଜେନାଙ୍କ ସଙ୍ଗୀତ ସଂଯୋଜନାରେ ସେ ମଙ୍ଗଳାଚରଣ ପରିବେଷଣ କରିଥିଲେ। ଗୁରୁ ଧନେଶ୍ୱର ସ୍ବାଇଁ ଓ ଗୁରୁ ବିଜୟ କୁମାର ବାରିକ ଏହାର ତାଳ ସଂଯୋଜନା କରିଥିଲେ। ପରେ ସେ ଗୁରୁ କେଳୁ ଚରଣ ମହାପାତ୍ର ଓ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ସଂଯୋଜନାରେ ‘କିରବାଣୀ ପଲ୍ଲବୀ’ ପରିବେଷଣ କରି ଦର୍ଶକଙ୍କୁ ସ୍ତମ୍ଭୀଭୂତ କରିଥିଲେ। ଶେଷରେ ଗୀତ ଗୋବିନ୍ଦରୁ ଉଦ୍ଧୃତ ଅଷ୍ଟପଦୀ ମଞ୍ଚସ୍ଥ କରିଥିଲେ। ଗୁରୁ ଅରୁଣା ମହାନ୍ତି ଏହାର ନୃତ୍ୟ ସଂଯୋଜନା ଓ ଡ. ସୁବାସ ପାଣି ସଙ୍ଗୀତ ସଂଯୋଜନା କରିଥିଲେ। କଣ୍ଠରେ ରୂପକ କୁମାର ପରିଡ଼ା, ମର୍ଦ୍ଦଳରେ ଗୁରୁ ବିଜୟ କୁମାର ବାରିକ, ବଂଶୀରେ ଶ୍ରୀନିବାସ ଶତପଥୀ, ଭାଓଲିନ୍‌ରେ ରମେଶ ଚନ୍ଦ୍ର ଦାସ ଓ ଅଗ୍ନିମିତ୍ର ବେହେରା ସହଯୋଗ କରିଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ମୋହନ ବୀଣା ବିଶାରଦ ପଣ୍ଡିତ ବିଶ୍ୱମୋହନ ଭଟ୍ଟଙ୍କ ପରିବେଷଣ ଅନ୍ୟତମ ଆକର୍ଷଣ ଥିଲା। ଗ୍ରାମୀ ଆୱାର୍ଡ ବିଜେତା ତଥା ପଦ୍ମଭୂଷଣ ପଣ୍ଡିତ ଭଟ୍ଟ ୬ଟି ଭିନ୍ନ ଭିନ୍ନ ରାଗରେ ମୋହନ ବୀଣାବାଦନ କରି ସମସ୍ତଙ୍କୁ ଆଚମ୍ବିତ କରିଥିଲେ। ‘ସୃଜନ’ର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର କାଯ୍ୟକ୍ରମର ପରିକଳ୍ପନା କରିଥିବାବେଳେ ଦେବୀ ପ୍ରସାଦ ମିଶ୍ର ପରିଚାଳନା କରିଥିଲେ। ଟାଇଟଲ ସ୍ପନ୍‌ସର ଓଡ଼ିଶା ଖଣି ନିଗମ ଲିମିଟେଡ଼୍‌(ଓଏମ୍‌ସି) ସହ ଓଡ଼ିଶା ପର୍ଯ୍ୟଟନ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଏମ୍‌ଜିଏମ୍‌ ଗ୍ରୁପ୍‌ ସହଯୋଗରେଏହି ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ‘ଧରିତ୍ରୀ’ ଏବଂ ’ଓଡ଼ିଶାପୋଷ୍ଟ’ ଏହାର ମିଡ଼ିଆ ପାର୍ଟନର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri