ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଆରମ୍ଭ: ଡିଜିଟାଲ ପ୍ଲାଟଫର୍ମରେ ନୃତ୍ୟ-ସଙ୍ଗୀତର ସମ୍ଭାର

ଭୁବନେଶ୍ୱର, ୬।୯(ବ୍ୟୁରୋ): ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ମହାକୁମ୍ଭ ‘ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ-୨୦୨୦’ ଶନିବାରଠାରୁ ଆରମ୍ଭ ହୋଇଛି। ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଆୟୋଜିତ ଏହି ଉତ୍ସବ ଚଳିତବର୍ଷ ୨୬ବର୍ଷରେ ପଦାର୍ପଣ କରିଥିବାବେଳେ କରୋନା କଟକଣାଲାଗି ପ୍ରଥମଥର ପାଇଁ ଏହା ଡିଜିଟାଲ ପ୍ଲାଟ୍‌ଫର୍ମରେ ଅନୁଷ୍ଠିତ ହେଉଛି। ୫ଦିନ ଧରି ଚାଲିବାକୁ ଥିବା ଉତ୍ସବକୁ ବଲିଉଡ୍‌ ଅଭିନେତ୍ରୀ ତଥା ଏମ୍‌ପି ହେମାମାଳିନୀ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଫେସ୍‌ବୁକ୍‌ ଲାଇଭ୍‌ ଏବଂ ୟୁଟୁବ୍‌ରେ ପ୍ରସାରିତ ଏହି କାର୍ଯ୍ୟକ୍ରମକୁ ବିଶ୍ୱର କଳାପ୍ରେମୀ, ନୃତ୍ୟ ବିଶାରଦ ଏବଂ ଶିଳ୍ପୀମାନେ ଦେଖିବାର ସୁଯୋଗ ପାଉଛନ୍ତି। ଚଳିତବର୍ଷର ଏହି ଉତ୍ସବକୁ ସ୍ବର୍ଗତ ସଙ୍ଗୀତ ମାର୍ତଣ୍ଡ ପଣ୍ଡିତ ଯଶରାଜ ଏବଂ ପ୍ରସିଦ୍ଧ ମଞ୍ଚ କଳାକାର ତଥା ନିର୍ଦ୍ଦେଶକ ସ୍ବର୍ଗତ ଜୟଦେବ ଦାସଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଥିଲା। ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ଓ ମୋହନ ବୀଣାର ଯୁଗଳବନ୍ଦୀ ଆକର୍ଷଣ ସାଜିଥିଲା।

ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁସ୍ମିତା ମହାନ୍ତିଙ୍କ ପରିବେଷଣରୁ ଉତ୍ସବ ଆରମ୍ଭ ହୋଇଥିଲା। ଗୁରୁ ଅରୁଣା ମହାନ୍ତିଙ୍କ ନୃତ୍ୟ ସଂଯୋଜନା ଓ ଡ. ବିଜୟ କୁମାର ଜେନାଙ୍କ ସଙ୍ଗୀତ ସଂଯୋଜନାରେ ସେ ମଙ୍ଗଳାଚରଣ ପରିବେଷଣ କରିଥିଲେ। ଗୁରୁ ଧନେଶ୍ୱର ସ୍ବାଇଁ ଓ ଗୁରୁ ବିଜୟ କୁମାର ବାରିକ ଏହାର ତାଳ ସଂଯୋଜନା କରିଥିଲେ। ପରେ ସେ ଗୁରୁ କେଳୁ ଚରଣ ମହାପାତ୍ର ଓ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ସଂଯୋଜନାରେ ‘କିରବାଣୀ ପଲ୍ଲବୀ’ ପରିବେଷଣ କରି ଦର୍ଶକଙ୍କୁ ସ୍ତମ୍ଭୀଭୂତ କରିଥିଲେ। ଶେଷରେ ଗୀତ ଗୋବିନ୍ଦରୁ ଉଦ୍ଧୃତ ଅଷ୍ଟପଦୀ ମଞ୍ଚସ୍ଥ କରିଥିଲେ। ଗୁରୁ ଅରୁଣା ମହାନ୍ତି ଏହାର ନୃତ୍ୟ ସଂଯୋଜନା ଓ ଡ. ସୁବାସ ପାଣି ସଙ୍ଗୀତ ସଂଯୋଜନା କରିଥିଲେ। କଣ୍ଠରେ ରୂପକ କୁମାର ପରିଡ଼ା, ମର୍ଦ୍ଦଳରେ ଗୁରୁ ବିଜୟ କୁମାର ବାରିକ, ବଂଶୀରେ ଶ୍ରୀନିବାସ ଶତପଥୀ, ଭାଓଲିନ୍‌ରେ ରମେଶ ଚନ୍ଦ୍ର ଦାସ ଓ ଅଗ୍ନିମିତ୍ର ବେହେରା ସହଯୋଗ କରିଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ମୋହନ ବୀଣା ବିଶାରଦ ପଣ୍ଡିତ ବିଶ୍ୱମୋହନ ଭଟ୍ଟଙ୍କ ପରିବେଷଣ ଅନ୍ୟତମ ଆକର୍ଷଣ ଥିଲା। ଗ୍ରାମୀ ଆୱାର୍ଡ ବିଜେତା ତଥା ପଦ୍ମଭୂଷଣ ପଣ୍ଡିତ ଭଟ୍ଟ ୬ଟି ଭିନ୍ନ ଭିନ୍ନ ରାଗରେ ମୋହନ ବୀଣାବାଦନ କରି ସମସ୍ତଙ୍କୁ ଆଚମ୍ବିତ କରିଥିଲେ। ‘ସୃଜନ’ର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର କାଯ୍ୟକ୍ରମର ପରିକଳ୍ପନା କରିଥିବାବେଳେ ଦେବୀ ପ୍ରସାଦ ମିଶ୍ର ପରିଚାଳନା କରିଥିଲେ। ଟାଇଟଲ ସ୍ପନ୍‌ସର ଓଡ଼ିଶା ଖଣି ନିଗମ ଲିମିଟେଡ଼୍‌(ଓଏମ୍‌ସି) ସହ ଓଡ଼ିଶା ପର୍ଯ୍ୟଟନ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଏମ୍‌ଜିଏମ୍‌ ଗ୍ରୁପ୍‌ ସହଯୋଗରେଏହି ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ‘ଧରିତ୍ରୀ’ ଏବଂ ’ଓଡ଼ିଶାପୋଷ୍ଟ’ ଏହାର ମିଡ଼ିଆ ପାର୍ଟନର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri