Categories: ବାଣିଜ୍ୟ

ଲଗ୍‌ ଇନ୍‌ କ୍ଷମତା ୩ ଲକ୍ଷକୁ ବଢ଼ାଇଲା ଜିଏସ୍‌ଟିଏନ୍‌

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗି ଆଇଟି ଭିତ୍ତିଭୂମି ଯୋଗାଉଥିବା କମ୍ପାନୀ ଜିଏସ୍‌ଟିଏନ୍‌ ଏହାର ଲଗ୍‌ ଇନ କ୍ଷମତାକୁ ବଢ଼ାଇଛି। ବର୍ତ୍ତମାନ ଏହି ପ୍ଲାଟଫର୍ମକୁ ଏକାଥରକେ ୩ ଲକ୍ଷ ୟୁଜର ଲଗ୍‌ ଇନ୍‌ କରିପାରିବେ। ପିଡିଏଫ୍‌ ଫର୍ମାଟରେ ଜିଏସ୍‌ଟି ଆର୍‌ ୩ବି ଅଟୋ ପପୁଲେଟେଡ୍‌ ସେଲ୍‌ସ ରିଟର୍ନ ଫର୍ମକୁ ଶୁଭାରମ୍ଭ କରାଯାଇଛି। ଏହାକୁ ଅକ୍ଟୋବର ୨୦୨୦ ପରଠାରୁ କାର୍ଯ୍ୟକାରୀ କରାଇବା ଲାଗି ନିଷ୍ପତ୍ତି ନିଆଯାଇଛି। ସେହିଭଳି ଜିଏସ୍‌ଟିଏନ୍‌ ପ୍ଲାଟଫର୍ମରେ ଇନ୍‌ପୁଟ ଟାକ୍ସ କ୍ରେଡିଟ ପିଡିଏଫ୍‌ ଏବଂ ଅଟୋପପୁଲେଶନରେ ଉପଲବ୍ଧ ହେବ। ପୂର୍ବରୁ ଜିଏସ୍‌ଟିଏନ୍‌ରେ ଏକସଙ୍ଗରେ ଦେଢ଼ ଲକ୍ଷ ଲୋକ ଲଗ୍‌ ଇନ୍‌ କରିପାରୁଥିଲେ।

Share