Categories: ବାଣିଜ୍ୟ

ବିଳମ୍ବ ହେବ ଜିଏସ୍‌ଟି ସ୍ଲାବ୍‌ ସଂରଚନା

ନୂଆଦିଲ୍ଲୀ,୨୬।୫: ଦର ବୃଦ୍ଧି କାରଣରୁ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି)କୁ ଯୁକ୍ତିଯୁକ୍ତ କରିବାରେ ବିଳମ୍ବ ଘଟିପାରେ। ଜିଏସ୍‌ଟି ବ୍ୟବସ୍ଥା ଅନୁସାରେ ଦ୍ରବ୍ୟ ଏବଂ ସେବା ଉପରେ ୫%, ୧୨%, ୧୮%, ୨୮% ଅନୁସାରେ କର ଲାଗୁ କରାଯାଇଥାଏ। ଏହି ୪ଟି ଜିଏସ୍‌ଟି ସ୍ଲାବ୍‌କୁ ହ୍ରାସ କରାଯାଇ ୩ ସଂରଚନା ଯୁକ୍ତ କରାଯିବାକୁ ବିଚାର କରାଯାଉଥିଲା। ଏହି ପ୍ରକ୍ରିୟାରେ କିଛି ଜିନିଷ ଉପରେ କର ବଢ଼ାଯିବା ପ୍ରସ୍ତାବ ରହିଥିବା ବେଳେ କିଛି ବସ୍ତୁରେ ଟିକସ ହ୍ରାସ ହେବା ସମ୍ଭାବନା ରହିଥିଲା। ତେବେ ମୁଦ୍ରାସ୍ଫୀତି ଉଚ୍ଚସ୍ତରରେ ରହୁଥିବାରୁ ଏହି ପ୍ରକ୍ରିୟାରେ ବିଳମ୍ବ ଘଟିପାରେ। ସୂଚନାଯୋଗ୍ୟ, ଏହି ପ୍ରକ୍ରିୟା ମାଧ୍ୟମରେ ୪ ସଂରଚନା ଯୁକ୍ତ ଜିଏସ୍‌ଟି ସ୍ଲାବ୍‌କୁ ୩ଟିରେ ସୀମିତ ରଖାଯାଇ ଆବଶ୍ୟକୀୟ ବସ୍ତୁକୁ ସବୁଠୁ କମ୍‌ ସ୍ଲାବ୍‌ରେ ଏବଂ ଉପଭୋଗ୍ୟ ସାମଗ୍ରୀକୁ ଉଚ୍ଚ ସ୍ଲାବ୍‌ ଅନ୍ତର୍ଭୁକ୍ତ କରାଯିବା ଯୋଜନା ରହିଛି।

Share