Categories: ଫୁରସତ

ବିବାହ କରିବାକୁ ବୁଲଡୋଜରରେ ପହଞ୍ଚିଲେ ବର

ଲକ୍ଷ୍ନୌ: ନିଜ ନିଜ ବାହାଘରକୁ ପ୍ରତ୍ୟେକ ବ୍ୟକ୍ତି ଅଲଗା ଅଲଗା ଢଙ୍ଗରେ କରିବାକୂ ଚାହାନ୍ତି। ସାଧାରଣତଃ ବର କାର୍‌ କିମ୍ବା ଘୋଡ଼ାରେ ବସି କନିଆଁ ଘରକୁ ବରଯାତ୍ରୀ ନେଇ ଯାଇଥିବାର ତ ସମସ୍ତେ ଦେଖିଥିବେ। ହେଲେ ସେମିତି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ଯେଉଁଠି ବର କାର୍‌ କିମ୍ବା ଘୋଡାରେ ନୁହଁ ବରଂ ବୁଲଡୋଜରରେ କନିଆଁ ଘରକୁ ବରଯାତ୍ରୀ ନେଇ ବରଯାତ୍ରୀ ପହଞ୍ଚିଥିଲେ। ଏଭଳି ଏକ ବାହାଘର ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଲକ୍ଷଣପୁର ଗ୍ରାମରେ।
ସୂଚନାଯୋଗ୍ୟ, ଶୁଭାସ୍ତି ଅଲା ଗ୍ରାମର ମୋହନଙ୍କ ପୁଅ ବର ବେଶ ବୁଲଡୋଜରରେ ବରଯାତ୍ରୀ ନେଇ ଲକ୍ଷଣପୁର ଗ୍ରାମରେ ସଲିମଙ୍କ ଘରେ ପହଞ୍ଚିଥିଲେ। ଜେସିବି ଚାମ୍ବରରେ କେତେ ଜଣ ଲୋକ ବସିଥିବାବେଳେ ବାକି ଲୋକ ଜେସିବିର ଲୋଡ଼ର ଓ ବକେଟରେ ଲୋକେ ବସିଥିବାର ଦେଖିବାକୁ ମିଳିଥିଲା। ଗୋଟିଏ କି ଦୁଇଟି ନୁହେଁ ବରଂ ୬ଟି ଜେସିବିରେ ବରଯାତ୍ରୀ ପହଞ୍ଚିଥିଲା। ଯାହାକୁ ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗାଡ଼ିରେ ବସି ଆସିଥିବା ଲୋକେ କନିଆଁ ଘରେ ଓହ୍ଲାଇବା ମାତ୍ରେ ‘ଜୟ ହୋ ବୁଲଡୋଜର ବାବା କି’ ବୋଲି ବଡ଼ ପାଟିରେ କହିଥିଲେ।

Share