Categories: ବାଣିଜ୍ୟ

ଭାରତ ଆସିବନି ଗ୍ରେଟ୍‌ ୱାଲ୍‌ ମୋଟର୍ସ

ନୂଆଦିଲ୍ଲୀ,୩।୭: ଭାରତରେ ୧୦୦କୋଟି ଡଲାର ନିବେଶ କରିବାକୁ ଚାଇନା ଅଟୋମୋବାଇଲ କମ୍ପାନୀ ‘ଗ୍ରେଟ୍‌ ୱାଲ୍‌ ମୋଟର୍ସ’ ଯୋଜନା କରିଥିଲା। ଏପରିକି ଦୀର୍ଘ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ ଉକ୍ତ କମ୍ପାନୀର ଯୋଜନାକୁ ଭାରତ ସରକାର ମଞ୍ଜୁର କରି ନ ଥିଲେ। ଫଳରେ କମ୍ପାନୀ ବାଧ୍ୟ ହୋଇ ଭାରତ ଆସିବା ଯୋଜନାକୁ ବନ୍ଦ କରିଦେଇଛି। ନିକଟରେ ଆମେରିକାର ଇଲେକ୍ଟ୍ରିକ୍‌ କାର୍‌ ନିର୍ମାତା ଟେସ୍‌ଲା ମଧ୍ୟ ଭାରତରେ ଗାଡ଼ି ବିକ୍ରି ଯୋଜନାକୁ ରଦ୍ଦ କରିଥିଲା। କେବଳ ଗ୍ରେଟ୍‌ ୱାଲ୍‌ ମୋଟର୍ସ ନୁହେ,ଁ ଅନେକ ବିଦେଶୀ ଅଟୋଶିଳ୍ପ ଭାରତ ଆସିବା ଯୋଜନା କରିଥିଲେ ମଧ୍ୟ ବିଭିନ୍ନ କାରଣ ଯୋଗୁ ସେମାନେ ଆସିପାରିଲେ ନାହିଁ।

Share