ନୈତିକ ଶିକ୍ଷାର ମହାପ୍ରୟାଣ

ସମସ୍ତ ଦାନ ମଧ୍ୟରେ ଶିକ୍ଷାଦାନର ସ୍ଥାନ ଅତି ଉଚ୍ଚରେ। ସେଥିପାଇଁ ପ୍ରତ୍ୟେକ ଦାନ ସହ ଦକ୍ଷିଣା ଦିଆଯାଉଥିବା ବେଳେ ଶିକ୍ଷାଦାତାଙ୍କୁ ଦକ୍ଷିଣା ଦିଆଯାଇଥାଏ। ଏହାକୁ ଗୁରୁଦକ୍ଷିଣା କୁହାଯାଏ। ପ୍ରତ୍ୟେକ ଦାନରେ ଦାତା,ଗ୍ରହୀତା ରହିଥାନ୍ତି। କିନ୍ତୁ ବିଦ୍ୟାଦାନରେ ବିଦ୍ୟାଦାତା ଗୁରୁ ଓ ଗ୍ରହୀତା ଶିଷ୍ୟ ଭାବରେ ବିବେଚିତ ହୋଇଥାନ୍ତି। ଦାନରେ ଦାନ ଦ୍ରବ୍ୟ ଦୃଶ୍ୟମାନ ହୋଇଥାଏ। କିନ୍ତୁ ବିଦ୍ୟାଦାନ ଅଦୃଶ୍ୟ ଯୋଗୁ ତାହା ଗ୍ରହଣ ପରିବର୍ତ୍ତେ ଆହରଣ କରାଯାଏ। ବିନା ଗୁରୁରେ କୌଣସି ବିଦ୍ୟା ସଫଳ ହୋଇ ନ ଥାଏ। ଆମ ପରମ୍ପରାରେ ଗୁରୁଙ୍କୁ ଏକାଧାରରେ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ସହ ତୁଳନା କରାଯାଇଥାଏ । ଗୁରୁଙ୍କଠାରୁ ଆହରଣ ବିଦ୍ୟା ସାରା ଜୀବନ ପାଇଁ ପଥ ପ୍ରଦର୍ଶକ ହୋଇଥାଏ। ତେଣୁ ଶଯ୍ୟାତ୍ୟାଗ ପରେ ଏବଂ କୌଣସି ଧାର୍ମିକ ବା କାମ୍ୟ କର୍ମ ଆରମ୍ଭରେ ପ୍ରଥମେ ଗୁରୁ ସ୍ମରଣ ବିଧି ରହିଛି । ଆବହମାନ କାଳରୁ ଏଇ ଗୁରୁ -ଶିଷ୍ୟ ପରମ୍ପରା ଆମର ଅନନ୍ୟ ସଂସ୍କୃତି ଥିଲା। ଶ୍ରୀକୃଷ୍ଣ ଗୁରୁ ସନ୍ଦିପନୀଙ୍କ ଆଶ୍ରମରେ ଶିକ୍ଷା ଲାଭ କରିବା ବା ମହାଭାରତରେ କୌରବ ପାଣ୍ଡବମାନେ ଆଚାର୍ଯ୍ୟ ଦ୍ରୋଣଙ୍କ ପାଖରେ ରହି ଯୁଦ୍ଧବିଦ୍ୟା ଶିକ୍ଷା ଲାଭ କରୁଥିବା ଆଦି ଅନେକ ଗୁରୁକୁଳର ଏଇ ଗୁରୁ -ଶିଷ୍ୟ ପରମ୍ପରା ଆବହମାନ କାଳରୁ ଏତେ ପ୍ରଭାବଶାଳୀ ଥିଲା ଯେ ସେହି ପ୍ରାତଃ ସ୍ମରଣୀୟ ଗୁରୁମାନେ ଆରୁଣୀ, ଉପମନ୍ୟୁ, ଅର୍ଜୁନଙ୍କ ପରି ଶିଷ୍ୟ ସୃଷ୍ଟି କରିପାରିଥିଲେ। ଗୁରୁଙ୍କ ଅଗୋଚରରେ ଶିକ୍ଷାଦାନ ଅନୁସରଣକରି ଧନୁର୍ବିଦ୍ୟା ଶିକ୍ଷାରେ ଯଥେଷ୍ଟ ଦକ୍ଷତା ଲାଭ କରିଥିବା ଏକଲବ୍ୟ ନିଜର ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳିକୁ ଗୁରୁଙ୍କ ଇଚ୍ଛାରେ ଦକ୍ଷିଣା ଭାବରେ ଦେବାକୁ କୁଣ୍ଠିତ ହୋଇ ନ ଥିଲେ। ପ୍ରତ୍ୟେକ ବିଦ୍ୟାରେ ଯଥେଷ୍ଟ ପାରଦର୍ଶିତା ଲାଭ କରିଥିବା ଗୁରୁ କେବଳ ଭାରତରେ ହିଁ ଥିଲେ।
ପୁରାଣଠାରୁ ଆରମ୍ଭକରି ରାଜତନ୍ତ୍ରରେ କୁଳଗୁରୁଙ୍କ ପରାମର୍ଶ ସର୍ବମାନ୍ୟ ହେଉଥିବାରୁ ସେମାନଙ୍କର ସ୍ବତନ୍ତ୍ର ସମ୍ମାନ ରହୁଥିଲା। ସେମାନଙ୍କର ଅର୍ଥ ଲାଳସା ନ ଥିଲା। ଗୁରୁକୁଳ ଲୋପ ପରେ ଚାଟଶାଳୀ ଖୋଲିଲା। ସେଥିରେ ଶିକ୍ଷାଦାତା ଅବଧାନ ଏବଂ ଗ୍ରହୀତା ଚାଟ ହୋଇଥିଲେ ବି ଗୁରୁଦକ୍ଷିଣା ଅତୁଟ ରହିଥିଲା। ସବୁବେଳେ ଗୁରୁ ଶିଷ୍ୟ ପରମ୍ପରା ପିତାପୁତ୍ର ସମ୍ପର୍କଠାରୁ ଅଧିକ ନିବିଡ଼ ରହୁଥିଲା। ଯେବେଠାରୁ ଗୁରୁ ଶିଷ୍ୟ ପରମ୍ପରା ଶିକ୍ଷକ ଓ ଛାତ୍ରୀଛାତ୍ରରେ ରୂପାନ୍ତରିତ ହୋଇଗଲା ସେବେଠାରୁ ଗୁରୁଦକ୍ଷିଣା ବ୍ୟବସ୍ଥାରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା। ଗୁରୁଦକ୍ଷିଣା ସରକାରୀ ଦରମାକୁ ପରିବର୍ତ୍ତନ ହୋଇଗଲା। ଆମର ପୂର୍ବରୁ ଯେଉଁ ଶିକ୍ଷା ଦିଆଯାଉଥିଲା ତାହା ନୈତିକତା ଓ ସାମାଜିକ ସଂହତିର ବାର୍ତ୍ତା ଦେଉଥିଲା। କିନ୍ତୁ ପରିବର୍ତ୍ତିତ ଶିକ୍ଷା ବ୍ୟବସ୍ଥା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ହୋଇଗଲା । ତଥାପି ୭୦ ଦଶକ ଶେଷ ପର୍ଯ୍ୟନ୍ତ ଶିକ୍ଷକଙ୍କ ସମ୍ମାନ ଯଥେଷ୍ଟ ରହିଥିଲା। ସେ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ବିନା ଶୁଳ୍କରେ ଛାତ୍ରୀ ଛାତ୍ରଙ୍କୁ ଯେକୌଣସି ସମୟରେ ପାଠ୍ୟକ୍ରମରେ ସନ୍ଦେହମୋଚନ କରୁଥିବାବେଳେ ଟିଉଶନକୁ ଘୃଣ୍ୟ ଓ ଅଧର୍ମ କର୍ମ ବିଚେନା କରୁଥିଲେ। କିନ୍ତୁ ୮୦ ଦଶକ ଆରମ୍ଭରୁ କେତେଜଣ ଅର୍ଥଲୋଭୀ ଶିକ୍ଷକ ଟିଉଶନକୁ ଅତିରିକ୍ତ ରୋଜଗାରର ମାଧ୍ୟମ କରିଦେଲେ। ପ୍ରଥମେ ଏହା ହାଇସ୍କୁଲରେ ସୀମିତ ଥିବାବେଳେ କ୍ରମେ କ୍ରମେ କଲେଜକୁ ବ୍ୟାପିଲା। ଯେଉଁ ଶିକ୍ଷକ ବା ଅଧ୍ୟାପକ ଟିଉଶନରେ ବ୍ୟସ୍ତ ରହିଲେ ସେମାନେ ଶ୍ରେଣୀ ପାଠପଢ଼ାରେ ଅବହେଳା ସହ ତାଙ୍କ ପାଖରେ ଟିଉଶନ ହେଉଥିବା ପିଲାମାନଙ୍କ ପ୍ରତି ଅଧିକ ଧ୍ୟାନଦେଲେ। କିନ୍ତୁ ଆର୍ଥିକ ଦୁର୍ବଳ ଛାତ୍ରୀଛାତ୍ରମାନେ ସେଥିରୁ ବଞ୍ଚିତ ହେଉଥିଲେ। ଶିକ୍ଷାକୁ ଦାନ ପରିବର୍ତ୍ତେ ଟଙ୍କାରେ ମୂଲ୍ୟାୟନ ହେଲା। ତଥାପି କେତେଜଣ ଶିକ୍ଷକ ଓ ଅଧ୍ୟାପକ ନିଶ୍ଚିତ ନୀତିନିଷ୍ଠ ଥିଲେ। ସେମାନଙ୍କଠାରୁ ଜ୍ଞାନ ଆହରଣ କରିଥିବା ଛାତ୍ରୀ ଛାତ୍ର ମଧ୍ୟ ବିପଥଗାମୀ ବା ସରକାରୀ ଚାକିରିରେ ଦୁର୍ନୀତିଗ୍ରସ୍ତ ହେଉ ନ ଥିଲେ। ପୂର୍ବରୁ ଥିବା ଶିକ୍ଷା ବ୍ୟବସ୍ଥା ପାଠ୍ୟକ୍ରମର ପରିବର୍ତ୍ତନ ଯୋଗୁ ନୈତିକ ଶିକ୍ଷା ଅବକ୍ଷୟ ମୁଖୀ ହୋଇଗଲା। ବିଗତ ଶତାବ୍ଦୀର ଶେଷ ଏଂ ଚଳିତ ଶତାବ୍ଦୀର ଆରମ୍ଭରୁ ଶିକ୍ଷାରେ ନୂଆ ଅଧ୍ୟାୟ ଆରମ୍ଭ ହେଲା। ଛତୁ ଫୁଟିବା ଭଳି ସ୍କୁଲ କଲେଜ ଖୋଲିବା ସହ ନିଯୁକ୍ତ ହୋଇଥିବା ଶିକ୍ଷକ ବା ଅଧ୍ୟାପକମାନଙ୍କର ଶୈକ୍ଷିକ ଦକ୍ଷତା ପରିବର୍ତ୍ତେ ଆନୁଗତ୍ୟକୁ ଯୋଗ୍ୟତାର ମାପକାଠି କରାଗଲା। କେତେକ କଲେଜରେ ନିଶ୍ଚିତ ପାସ୍‌ର ଅଲିଖିତ ପ୍ରତିଶ୍ରୁତି ଦିଆଯାଇଥିବାରୁ ଅସତ୍‌ ଉପାୟରେ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ବୈତରଣୀ ପାର କରାଗଲା। ସରକାରୀ ବା ଅନୁଦାନପ୍ରାପ୍ତ ସ୍କୁଲ କଲେଜରେ ଦକ୍ଷତା ନ ଥିବା ଶିକ୍ଷକ ଓ ଅଧ୍ୟାପକ ରହିଥିବାରୁ ଚାକିରିରୁ ବଞ୍ଚିତ କେତେଜଣ ଶିକ୍ଷିତ ଯୁବକ ଟିଉଟୋରିଆଲ ଆରମ୍ଭ କରିଦେଲେ। ଦକ୍ଷତା ଥିବା କେତେଜଣ ଶିକ୍ଷକ ଓ ଅଧ୍ୟାପକ ଙ୍କ ମାଧ୍ୟମରେ ଶିକ୍ଷାଦାନ ଯୋଗୁ ସେମାନଙ୍କ ରୋଜଗାର ବଢ଼ିବାରେ ସେଥିରେ ମଧ୍ୟ ପ୍ରତିଯୋଗିତା ଆରମ୍ଭ ହେଲା। ଉପାନ୍ତ ବା ଅଗମ୍ୟ କଲେଜ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର କୌଣସି ମତେ ଅଣାଯାଇ ଛାତ୍ରୀଛାତ୍ରଙ୍କୁ ଯୋଗାଇ ସେମାନଙ୍କ କୃତିତ୍ୱର ଶ୍ରେୟ ତାଙ୍କ ଟିଉଟୋରିଆଲର ଦକ୍ଷତା ବୋଲି ପ୍ରଚାର ମାଧ୍ୟମରେ ଛାତ୍ରୀଛାତ୍ରମାନଙ୍କୁ ଆକର୍ଷିତ କରାଗଲା। କିଛି ବର୍ଷ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପ୍ରଶ୍ନପତ୍ର ପ୍ରଘଟର ମୂଳ ସେଇ ଟିଉଟୋରିଆଲର କରିତ୍‌କର୍ମା ପରିଚାଳକମାନେ ହିଁ ଥିଲେ। କିନ୍ତୁ କେବେଠାରୁ ତାହା ଚାଲିଥିଲା ତା’ର କୌଣସି ତଦନ୍ତ ବା ସମ୍ପୃକ୍ତ ବ୍ୟକ୍ତିଙ୍କ ଚିହ୍ନଟ ପରିବର୍ତ୍ତେ ଘଟଣାକୁ ଚାପି ଦିଆଗଲା। ତା’ପରେ ନିଶ୍ଚିତ ପାସ୍‌ ଯୋଜନାର ଟିଉଟୋରିଆଲର ନୂତନ ସଂସ୍କରଣ ହୋଇଗଲା କୋଚିଂ ସେଣ୍ଟର ନାମରେ। ରାଜନୈତିକ ପୃଷ୍ଠପୋଷକତା ମାଧ୍ୟମରେ କେତେଜଣ କରିତ୍‌କର୍ମା ମାଲିକ ‘ନିଶ୍ଚିତ ସରକାରୀ ଚାକିରି’ ପ୍ରଚାର ମାଧ୍ୟମରେ ବ୍ୟବସାୟ ଆରମ୍ଭ କରିଦେଲେ। ସେମାନଙ୍କ ମାଧ୍ୟମରେ ପ୍ରଚୁର ଅର୍ଥ ବିନିମୟରେ କେତେଜଣ ବ୍ୟକ୍ତି ସରକାରୀ ଚାକିରି ପାଇଲେ। କୋଚିଂ ଗୌଣ ହୋଇଯିବା ସହ ଚାକିରି ଆଶାୟୀ ଓ ମେଧାବୀମାନେ ନିରାଶ ହେଲେ। ସେଥିପାଇଁ ୨୦୧୯ ମସିହାରୁ ରାଜ୍ୟରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ମଧ୍ୟରୁ କେଉଁମାନେ ସେଇ କୋଚିଂ ସେଣ୍ଟର ସହ ସମ୍ପୃକ୍ତ ଥିଲେ ସେମାନଙ୍କ ନିଯୁକ୍ତି ସମ୍ବନ୍ଧୀୟ ତଦନ୍ତ ଜରୁରୀ ମନେହୁଏ। ଲୋକସେବା ଭବନରେ ୨୦୧୯ ଏବଂ ୨୦୨୩ ରେ ପ୍ରାୟ ୧୪୦୦ ଏଏସ୍‌ଓ ନିଯୁକ୍ତିରେ ମଧ୍ୟ ଦୁର୍ନୀତିର ଗନ୍ଧ ରାଜନୈତିକ ପୃଷ୍ଠପୋଷକତାରେ ହୋଇଥିବା ବିଧାନସଭାରେ ଆଲୋଚନା ହୋଇଥିଲା। ଏବେ ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ସ୍ପଷ୍ଟକରୁଛି ଯେ ରାଜନୈତିକ ଛତ୍ରଛାୟାରେ ସେହି ଅସାଧୁ ବ୍ୟକ୍ତି ଅନେକ ମେଧାବୀ ଚାକିରି ଆଶାୟୀଙ୍କୁ ବଞ୍ଚିତ କରିଛନ୍ତି।
ସେମାନଙ୍କ କୋଚିଂ ସେଣ୍ଟର ମାଧ୍ୟମରେ ନିଯୁକ୍ତି ପାଇଥିବା କର୍ମଚାରୀମାନେ କେବେ ବି ସାଧୁ ଚରିତ୍ରର, କାର୍ଯ୍ୟଦକ୍ଷ ହେବେ ନାହଁ। ସେଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଗୋଟିଏ ପଞ୍ଚାୟତରୁ ୨୦ରୁ ଅଧିକ ନିଯୁକ୍ତି ପାଇଥିବା ପୋଲିସ ଏସ୍‌ଆଇଙ୍କ ଦକ୍ଷତା ଓ ସାଧୁତା ସହ ତତ୍କାଳୀନ ସରକାରଙ୍କ ପ୍ରତି ଆଙ୍ଗୁଠି ଉଠୁଛି। ଦୁର୍ନୀତି ମାଧ୍ୟମରେ କର୍ମଚାରୀ ନିଯୁକ୍ତି ହେଲେ ସରକାରଙ୍କର ଶୂନ୍ୟ ସହନଶୀଳତା କେବଳ ଏକ ଧୂଆଁବାଣ ହୋଇଯିବ। ତେଣୁ ପ୍ରଥମେ ରାଜ୍ୟର ପ୍ରତ୍ୟେକ କୋଚିଂ ସେଣ୍ଟରର ଦକ୍ଷତା ଓ ସାଧୁତା କୁ ତଦନ୍ତ ପରିସରଭୁକ୍ତ କରାଯାଉ। ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଏକ ଦକ୍ଷ ନିରପେକ୍ଷ ସଂସ୍ଥା ମାଧ୍ୟମରେ ଆରମ୍ଭ ହେଉ। ଶିକ୍ଷା ବିଭାଗରେ ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ ଶିକ୍ଷାରେ ଦକ୍ଷତା ନ ଥିବା ବା ଶିକ୍ଷାରେ ସାମାନ୍ୟ ଅବହେଳା କରୁଥିବା ପ୍ରତ୍ୟେକଙ୍କୁ ରାଜନୀତିରୁ ଉଦ୍ଧର୍‌ବରେ ରହି ବହିଷ୍କାର କରାଯାଉ। ତା’ହେଲେ ଶିକ୍ଷାରେ ନୈତିକତା ଆସିପାରିବ। ଶିକ୍ଷା ରେ ନୈତିକତା ଆସିଲେ ସମାଜ ସୁଧୁରିଯିବ।
ଗୁଣ୍ଡିଚା ବିହାର, ପୁରୀ, ମୋ: ୭୯୭୮୭୮୫୪୭୮

Dharitri – Odisha’s No.1 Trusted Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri