Posted inଫୁରସତ

ଗ୍ରେଟ୍‌ ବ୍ଲୁ ହୋଲ୍‌

ବ୍ଲୁ ହୋଲ୍‌ ହେଉଛି ସମୁଦ୍ର ମଝିରେ ବିଭିନ୍ନ ସ୍ଥାନରେ ଥିବା ଏକ ନୀଳ ରଙ୍ଗର ଗର୍ତ୍ତ, ଯାହାକି ଆଜିର ଅତ୍ୟାଧୁନିକ ଯୁଗରେ ଏବେବି ରହସ୍ୟପୂର୍ଣ୍ଣ। ତେବେ ବେଲିଜେ ବ୍ଲୁ ହୋଲ୍‌ ହେଉଛି ପୃଥିବୀର ସବୁଠୁ ବଡ଼ ସାମୁଦ୍ରିକ ଗର୍ତ୍ତ, ଯାହାକୁ ଦି ଗ୍ରେଟ୍‌ ବ୍ଲୁ ହୋଲ୍‌ ବୋଲି ମଧ୍ୟ କୁହାଯାଇଥାଏ। ଜାଣନ୍ତୁ ଏହି ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ ସ୍ଥାନ ସମ୍ପର୍କରେ କିଛି ତଥ୍ୟ…
ପୃଥିବୀରେ ଥିବା ସମସ୍ତ ବ୍ଲୁ ହୋଲ୍‌ ମଧ୍ୟରୁ ବେଲିଜେ ବ୍ଲୁ ହୋଲ୍‌ ସବୁଠାରୁ ବଡ଼, ଯାହାର ପରିଧି ପ୍ରାୟ ୩୦୦ ମିଟର ହୋଇଥିବା ବେଳେ ଗଭୀରତା ପ୍ରାୟ ୧୦୮ ମିଟର। ଏହା ବେଲିଜେ ସହରଠାରୁ ପ୍ରାୟ ୧୦୦କିମି. ଦୂର ସମୁଦ୍ରଠାରେ ଅବସ୍ଥିତ।
ବିଜ୍ଞାନ ମତରେ ସମୁଦ୍ର ମଝିରେ ଅନେକ ଛୋଟ ବଡ଼ କାର୍ବୋନେଟ୍‌ ଚଟାଣ ରହିଛି। ଯାହା ଦୀର୍ଘ ବର୍ଷଧରି ପାଣିରେ କଟି ବଡ଼ ଏବଂ ଗଭୀର ଖାଲ ସୃଷ୍ଟି କରିଥାଏ ଏବଂ ଏହା ମଧ୍ୟରେ ସମୁଦ୍ର ପାଣି ପଶିଯିବା କାରଣରୁ ଗଭୀର ନୀଳ ରଙ୍ଗ ଦେଖାଯାଇଥାଏ। ତା’ଛଡା ଏହା ଅଧିକ ଗଭୀର ହୋଇଥିବାରୁ ଏହା ମଧ୍ୟରେ ସୂର୍ଯ୍ୟକିରଣ ପଡ଼ିଲେ ଗାଢ଼ ନୀଳ ରଙ୍ଗ ଦେଖାଯାଏ। ଆଉ ଏଥିପାଇଁ ଏହାକୁ ବ୍ଲୁ ହୋଲ୍‌ ବୋଲି ନାମ ରଖାଯାଇଛି। ଆହୁରି ମଧ୍ୟ କୁହାଯାଏ ପ୍ରାୟ ୧୦,୦୦୦ ବର୍ଷ ପୂର୍ବେ ଅର୍ଥାତ୍‌ ଶେଷ ବରଫ ଯୁଗ ବେଳେ ପୃଥିବୀ ପୃଷ୍ଠରେ ଥିବା ବଡ଼ ବଡ଼ ଗୁମ୍ଫା ଉପରେ ପାଣି ମାଡ଼ିଯିବାରୁ ଏସବୁ ସୃଷ୍ଟି ହୋଇଛି।
ମେରାଇନ୍‌ ବାୟୋଲୋଜିଷ୍ଟ ଜାକ୍ୱେସ୍‌ କଷ୍ଟେଉ ୧୯୭୧ ମସିହାରେ ଗ୍ରେଟ୍‌ ବ୍ଲୁ ହୋଲ୍‌କୁ ଦେଖିବା ପରେ ଏହା ସମ୍ପର୍କରେ ଅନେକ ତଥ୍ୟ ଲୋକଲୋଚନକୁ ଆସିଲା ଏବଂ ଏହା ଅଧିକ ପ୍ରସିଦ୍ଧ ହୋଇଗଲା।
୧୯୮୮ ମସିହାରେ ବ୍ରିଟିଶ୍‌ ଡାଇଭର(ସମୁଦ୍ର ବୁଡାଳି) ନେଡ୍‌ ମିଡିଲ୍‌ଟନ୍‌ ତାଙ୍କ ପୁସ୍ତକ ‘ଟେନ୍‌ ଇୟର୍ସ ଅଣ୍ଡରଓ୍ବାଟର’ରେ ବେଲିଜେ ବ୍ଲୁ ହୋଲ୍‌କୁ ‘ଗ୍ରେଟ୍‌ ବ୍ଳୁ ହୋଲ୍‌’ ବୋଲି ଲେଖିଥିଲେ। ସେହିଠାରୁ ଏହି ନାଁ ପ୍ରଚଳିତ ହୋଇଆସୁଛି।
୨୦୧୨ ମସିହାରେ ଡିସ୍କଭରି ଚ୍ୟାନେଲ୍‌ ପକ୍ଷରୁ ଏହାକୁ ପୃଥିବୀର ସବୁଠୁ ବିସ୍ମୟକର ସ୍ଥାନର ମାନ୍ୟତା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri