ଗୋଚର ଜମି ଜବରଦଖଲ ଉଚ୍ଛେଦ ହୋଇପାରିଲାନି

ଝୁମ୍ପୁରୀ,୫।୬(ଡି.ଏନ୍‌.ଏ.): ସରକାରୀ ଗୋଚର ଜମିକୁ କୌଣସି ବ୍ୟକ୍ତି ଜବରଦଖଲ କରିପାରିବେ ନାହିଁ ବୋଲି ସରକାରଙ୍କ ସ୍ପଷ୍ଟ ନିୟମ ରହିଛି। ହେଲେ ଯାଜପୁର ଜିଲା ଦଶରଥପୁର ବ୍ଲକ କୟଁା ପଞ୍ଚାୟତ ଦରବା ଗଁାର କେତେଜଣ ବ୍ୟକ୍ତି ଗଁାରେ ଥିବା ଏକର ଏକର ଗୋଚର ଜମିକୁ ଜବରଦଖଲ କରି ଘର କରିଛନ୍ତି। ଏହି ଜବରଦଖଲ ବିରୋଧରେ ଗଁାର କେତେଜଣ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। ହାଇକୋର୍ଟ ଜବରଦଖଲ ଉଚ୍ଛେଦ କରିବାକୁ ଦଶରଥପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ଦଶରଥପୁର ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ କରିବାକୁ ଅତିରିକ୍ତ ତହସିଲଦାରଙ୍କ ସହ ଖାନନଗର ଆରଆଇ, ୨ରୁ ୩ ଜଣ ପୋଲିସ କର୍ମଚାରୀଙ୍କୁ ସାଙ୍ଗରେ ଧରି ଦରବା ଗଁାରେ ଏକ ଜେସିବି ମେଶିନ୍‌ ନେଇ ପହଞ୍ଚତ୍ ଥିଲେ। ଏକଥା ଜାଣିବା ପରେ ଗଁାର ସୁଦର୍ଶନ ବାରିକ, ପରୀକ୍ଷିତ ପଲେଇ, ପ୍ରକାଶ ସାହାଣୀ, ନବଘନ ସାହାଣୀ, ଜଗବନ୍ଧୁ ବାରିକ, ଧର୍ମେଶ ବାରିକ, ବସନ୍ତ ବାରିକ, ଗୁରୁଚରଣ ପଲେଇ ପ୍ରମୁଖଙ୍କ ସହ ଶତାଧିକ ମହିଳା ଏକତ୍ରିତ ହୋଇ ଅତିରିକ୍ତ ତହସିଲଦାରଙ୍କୁ ବିରୋଧ କରିଥିଲେ। ପ୍ରଥମେ ବ୍ୟକ୍ତିଗତ ଜମିରୁ ଜବରଦଖଲ ଉଚ୍ଛେଦ ପରେ ଓ ଗଢ଼ି ଉଠିଥିବା ମନ୍ଦିରକୁ ଭାଙ୍ଗିବାକୁ ଲୋକମାନେ କହିଥିଲେ। କିନ୍ତୁ ଅତିରିକ୍ତ ତହସିଲଦାର ଆଗେ ମନ୍ଦିରଗୁଡ଼ିକୁ ଭାଙ୍ଗିବାକୁ ଚେଷ୍ଟା କରିବାରୁ ଲୋକମାନଙ୍କ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହୋଇଥିଲେ। ଲୋକମାନେ ଅତିରିକ୍ତ ତହସିଲଦାରଙ୍କୁ ଘେରାଉ କରିବା ସହ ରାସ୍ତା ଉପରେ ନିଅଁା ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଅତିରିକ୍ତ ତହସିଲଦାର ଲୋକମାନଙ୍କ ବିରୋଧ ଯୋଗୁ ଉଚ୍ଛେଦ କରି ନ ପାରି ହଟହଟା ହୋଇ ଫେରିଛନ୍ତି।
ସୂଚନାଯୋଗ୍ୟ, ଗୋଚର ଜମି ଉପର ୧୯୭୮ରୁ ଗୋପବନ୍ଧୁ ପୀଠ ନାମରେ ଏକ ଘର ସହ ଲୋକନାଥଙ୍କ ମନ୍ଦିର, ହନୁମାନ ମନ୍ଦିର, ଲକ୍ଷ୍ମୀନାରାୟଣ ମନ୍ଦିର ସହ ଅଲେଖ ବାବାଙ୍କର ଏକ ମଠ ରହିଛି। ମାତ୍ର ଅତିରିକ୍ତ ତହିସଲଦାର ଜବରଦଖଲ ଉଚ୍ଛେଦ କରିବା ପାଇଁ ଉକ୍ତ ଗ୍ରାମକୁ ଯାଇଥିବାବେଳେ ସାଙ୍ଗରେ ପୋଲିସ ଫୋର୍ସ ବଦଳରେ ୨ରୁ ୩ ଜଣ ପୋଲିସ କର୍ମଚାରୀଙ୍କୁ ସାଙ୍ଗରେ ନେଇଥିଲେ। ଫଳରେ ଏତେ ସଂଖ୍ୟକ ବିରୋଧକାରୀଙ୍କୁ ଆୟତ କରିବା ସମ୍ଭବ ହୋଇ ନ ଥିଲା। ଆଇନ ଅନୁଯାୟୀ ଜବରଦଖଲ ଉଚ୍ଛେଦକୁ ଯିବା ପୂର୍ବରୁ ସାଙ୍ଗରେ ପୋଲିସ ଫୋର୍ସ ନେବା କଥା। କିନ୍ତୁ ତହସିଲ ପ୍ରଶାସନ ପକ୍ଷରୁ ଫୋର୍ସ ପଠାଯାଇ ନ ଥିଲା। ଅଯଥାରେ ସରକାରୀ ତହବିଲରୁ ଅର୍ଥ ଅପଚୟ କରାଯାଉଥିବା ଅଭିଯୋଗ ହୋଇଛି। ତହସିଲଦାରଙ୍କ ଏପରି ଖାମଖିଆଲି ନୀତି ପାଇଁ ଜବରଦଖଲ ଉଚ୍ଛେଦ ହୋଇପାରିଲା ନାହିଁ ବୋଲି ଗଁାର ଉଦିତ ନାୟକ, ନଗେଶ ନାୟକ, ବ୍ରଜକାନ୍ତ ନାୟକ, ସୁନୀଲ କୁମାର ରାୟ, ଭୀମସେନ ନାୟକ, ବସନ୍ତ କୁମାର ନାୟକ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri