ଗୋଚର ଜମି ଜବରଦଖଲ ଉଚ୍ଛେଦ ହୋଇପାରିଲାନି

ଝୁମ୍ପୁରୀ,୫।୬(ଡି.ଏନ୍‌.ଏ.): ସରକାରୀ ଗୋଚର ଜମିକୁ କୌଣସି ବ୍ୟକ୍ତି ଜବରଦଖଲ କରିପାରିବେ ନାହିଁ ବୋଲି ସରକାରଙ୍କ ସ୍ପଷ୍ଟ ନିୟମ ରହିଛି। ହେଲେ ଯାଜପୁର ଜିଲା ଦଶରଥପୁର ବ୍ଲକ କୟଁା ପଞ୍ଚାୟତ ଦରବା ଗଁାର କେତେଜଣ ବ୍ୟକ୍ତି ଗଁାରେ ଥିବା ଏକର ଏକର ଗୋଚର ଜମିକୁ ଜବରଦଖଲ କରି ଘର କରିଛନ୍ତି। ଏହି ଜବରଦଖଲ ବିରୋଧରେ ଗଁାର କେତେଜଣ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। ହାଇକୋର୍ଟ ଜବରଦଖଲ ଉଚ୍ଛେଦ କରିବାକୁ ଦଶରଥପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ଦଶରଥପୁର ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ କରିବାକୁ ଅତିରିକ୍ତ ତହସିଲଦାରଙ୍କ ସହ ଖାନନଗର ଆରଆଇ, ୨ରୁ ୩ ଜଣ ପୋଲିସ କର୍ମଚାରୀଙ୍କୁ ସାଙ୍ଗରେ ଧରି ଦରବା ଗଁାରେ ଏକ ଜେସିବି ମେଶିନ୍‌ ନେଇ ପହଞ୍ଚତ୍ ଥିଲେ। ଏକଥା ଜାଣିବା ପରେ ଗଁାର ସୁଦର୍ଶନ ବାରିକ, ପରୀକ୍ଷିତ ପଲେଇ, ପ୍ରକାଶ ସାହାଣୀ, ନବଘନ ସାହାଣୀ, ଜଗବନ୍ଧୁ ବାରିକ, ଧର୍ମେଶ ବାରିକ, ବସନ୍ତ ବାରିକ, ଗୁରୁଚରଣ ପଲେଇ ପ୍ରମୁଖଙ୍କ ସହ ଶତାଧିକ ମହିଳା ଏକତ୍ରିତ ହୋଇ ଅତିରିକ୍ତ ତହସିଲଦାରଙ୍କୁ ବିରୋଧ କରିଥିଲେ। ପ୍ରଥମେ ବ୍ୟକ୍ତିଗତ ଜମିରୁ ଜବରଦଖଲ ଉଚ୍ଛେଦ ପରେ ଓ ଗଢ଼ି ଉଠିଥିବା ମନ୍ଦିରକୁ ଭାଙ୍ଗିବାକୁ ଲୋକମାନେ କହିଥିଲେ। କିନ୍ତୁ ଅତିରିକ୍ତ ତହସିଲଦାର ଆଗେ ମନ୍ଦିରଗୁଡ଼ିକୁ ଭାଙ୍ଗିବାକୁ ଚେଷ୍ଟା କରିବାରୁ ଲୋକମାନଙ୍କ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହୋଇଥିଲେ। ଲୋକମାନେ ଅତିରିକ୍ତ ତହସିଲଦାରଙ୍କୁ ଘେରାଉ କରିବା ସହ ରାସ୍ତା ଉପରେ ନିଅଁା ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଅତିରିକ୍ତ ତହସିଲଦାର ଲୋକମାନଙ୍କ ବିରୋଧ ଯୋଗୁ ଉଚ୍ଛେଦ କରି ନ ପାରି ହଟହଟା ହୋଇ ଫେରିଛନ୍ତି।
ସୂଚନାଯୋଗ୍ୟ, ଗୋଚର ଜମି ଉପର ୧୯୭୮ରୁ ଗୋପବନ୍ଧୁ ପୀଠ ନାମରେ ଏକ ଘର ସହ ଲୋକନାଥଙ୍କ ମନ୍ଦିର, ହନୁମାନ ମନ୍ଦିର, ଲକ୍ଷ୍ମୀନାରାୟଣ ମନ୍ଦିର ସହ ଅଲେଖ ବାବାଙ୍କର ଏକ ମଠ ରହିଛି। ମାତ୍ର ଅତିରିକ୍ତ ତହିସଲଦାର ଜବରଦଖଲ ଉଚ୍ଛେଦ କରିବା ପାଇଁ ଉକ୍ତ ଗ୍ରାମକୁ ଯାଇଥିବାବେଳେ ସାଙ୍ଗରେ ପୋଲିସ ଫୋର୍ସ ବଦଳରେ ୨ରୁ ୩ ଜଣ ପୋଲିସ କର୍ମଚାରୀଙ୍କୁ ସାଙ୍ଗରେ ନେଇଥିଲେ। ଫଳରେ ଏତେ ସଂଖ୍ୟକ ବିରୋଧକାରୀଙ୍କୁ ଆୟତ କରିବା ସମ୍ଭବ ହୋଇ ନ ଥିଲା। ଆଇନ ଅନୁଯାୟୀ ଜବରଦଖଲ ଉଚ୍ଛେଦକୁ ଯିବା ପୂର୍ବରୁ ସାଙ୍ଗରେ ପୋଲିସ ଫୋର୍ସ ନେବା କଥା। କିନ୍ତୁ ତହସିଲ ପ୍ରଶାସନ ପକ୍ଷରୁ ଫୋର୍ସ ପଠାଯାଇ ନ ଥିଲା। ଅଯଥାରେ ସରକାରୀ ତହବିଲରୁ ଅର୍ଥ ଅପଚୟ କରାଯାଉଥିବା ଅଭିଯୋଗ ହୋଇଛି। ତହସିଲଦାରଙ୍କ ଏପରି ଖାମଖିଆଲି ନୀତି ପାଇଁ ଜବରଦଖଲ ଉଚ୍ଛେଦ ହୋଇପାରିଲା ନାହିଁ ବୋଲି ଗଁାର ଉଦିତ ନାୟକ, ନଗେଶ ନାୟକ, ବ୍ରଜକାନ୍ତ ନାୟକ, ସୁନୀଲ କୁମାର ରାୟ, ଭୀମସେନ ନାୟକ, ବସନ୍ତ କୁମାର ନାୟକ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri