Posted inଜାତୀୟ

ଫାଇଲ୍‌ ଚାପିଛନ୍ତି ରାଜ୍ୟପାଳ

ନୂଆଦିଲ୍ଲୀ,୧୧ା୧୧: ପଞ୍ଜାବ ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତ ୨୦୨୩ ଜୁନ୍‌ ୧୯ ଓ ୨୦ରେ ଅନୁଷ୍ଠିତ ବିଧାନସଭା ଅଧିବେଶନକୁ ଅସାମ୍ବିଧାନିକ ଦର୍ଶାଇଥିଲେ। ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ରାଜ୍ୟପାଳଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟପାଳ ବିଲ୍‌ଗୁଡ଼ିକୁ ପକାଇ ରଖିଥିବାରୁ ପ୍ରଶାସନିକ ଅଚଳାବସ୍ଥା ଦେଖାଦେଇଥିବା ସରକାର ନିଜ ଆବେଦନରେ ଉଲ୍ଲେଖ କରିଥିଲେ। ସମ୍ବିଧାନର ଅନୁଚ୍ଛେଦ ୨୦୦ ଅଧୀନରେ ରାଜ୍ୟପାଳଙ୍କ ସୀମିତ କ୍ଷମତା ଥିବାରୁ ସେ ବିଲ୍‌ଗୁଡ଼ିକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଚାପି ରଖିପାରିବେ ନାହିଁ ବୋଲି ଯୁକ୍ତି ବାଢ଼ିଥିଲେ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଜେ.ବି. ପରଦିଓ୍ବାଲା ଏବଂ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଶୁକ୍ରବାର କହିଛନ୍ତି, ବିଧାନସଭାରେ ଗୃହୀତ ବିଲ୍‌ଗୁଡ଼ିକୁ ରାଜ୍ୟପାଳ ସ୍ବୀକୃତି ନ ଦେବା ଯୋଗୁ ସୃଷ୍ଟି ହୋଇଥିବା ଅଚଳାବସ୍ଥା ‘ଅତ୍ୟନ୍ତ ଚିନ୍ତାଜନକ’ ବିଷୟ। ପ୍ରତିଷ୍ଠିତ ପରମ୍ପରା ଓ ରୀତିକୁ ନେଇ ଆମ ଦେଶ ଚାଲିଛି। ଏସବୁକୁ ରାଜ୍ୟପାଳ ମାନିବା ଆବଶ୍ୟକ। ବିଧେୟକଗୁଡ଼ିକ ଉପରେ ରାଜ୍ୟପାଳ ସ୍ବାକ୍ଷର ନ କରିବା ନିଅଁା ସହ ଖେଳିବା ସଦୃଶ। ରାଜ୍ୟପାଳମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ନୁହନ୍ତି, ଏକଥା ସେମାନେ ଭୁଲିଯିବା ଅନୁଚିତ। ବିଧାନସଭା ଅଧିବେଶନକୁ ଅସାମ୍ବିଧାନିକ ଘୋଷଣା କରିବା ସମ୍ପର୍କିତ ରାଜ୍ୟପାଳଙ୍କ କ୍ଷମତାକୁ ନେଇ ଖଣ୍ଡପୀଠ ପ୍ରଶ୍ନ ଉଠାଇବା ସହ ତାଙ୍କ ଯୁକ୍ତିକୁ ଖାରଜ କରିଦେଇଛନ୍ତି।
ରାଜ୍ୟପାଳ ଆର୍‌.ଏନ୍‌. ରବିଙ୍କ ବିରୋଧରେ ମଧ୍ୟ ଅନୁରୂପ ଅଭିଯୋଗ ରହିଛି। ବିଧାନସଭାରେ ଗୃହୀତ ବିଲ୍‌ଗୁଡ଼ିକ ଉପରେ ସେ ମୋହର ଦେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିଲ୍‌ ମଞ୍ଜୁରୀରେ ବିଳମ୍ବକୁ ନେଇ ଶୁକ୍ରବାର ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ତାମିଲନାଡୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଶେକ ମନୁ ସିଂଘଭି ଶୁଣାଣି ବେଳେ ଯୁକ୍ତି ବାଢ଼ିଥିଲେ, ବିଧାନସଭାରେ ଗୃହୀତ ୧୨ଟି ବିଲ୍‌ ରାଜ୍ୟପାଳଙ୍କ ଅଫିସରେ ପଡ଼ିରହିଛି। ଉତ୍ତମ ଆଚରଣ ପାଇଁ ବନ୍ଦୀଙ୍କୁ କ୍ଷମା ପ୍ରଦାନ ପୂର୍ବକ ଆଗୁଆ ମୁକ୍ତ କରିବା (ରେମିସନ) ଅର୍ଡର, ଦୈନନ୍ଦିନ ନଥିପତ୍ର, ନିଯୁକ୍ତି ନିର୍ଦ୍ଦେଶନାମା, ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ଓ ବିଧାୟକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟପାଳ ସ୍ବାକ୍ଷର ନ କରିବା ଏବଂ ବିଧାନସଭାରେ ଗୃହୀତ ବିଲ୍‌ ଉପରେ ମୋହର ନ ଦେବା ଫଳରେ ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ଜଣେ ସାମ୍ବିଧାନିକ କର୍ତ୍ତୃପକ୍ଷ ଅସାମ୍ବିଧାନିକ ଉପାୟରେ କାର୍ଯ୍ୟ କରୁଛନ୍ତି ଏବଂ ବାହ୍ୟ କାରଣରୁ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ରାଜ୍ୟପାଳଙ୍କ ଏଭଳି କାର୍ଯ୍ୟକୁ ଅସାମ୍ବିଧାନିକ, ବେଆଇନ, ଏକତରଫା ଏବଂ ମନ୍ଦ ଉଦ୍ଦେଶ୍ୟରେ କ୍ଷମତାର ଅପବ୍ୟବହାର ଭାବେ ଘୋଷଣା କରାଯାଉ ବୋଲି ତାମିଲନାଡୁ ସରକାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ନଭେମ୍ବର ୨୦ରେ ଏହା ଉପରେ ପରବର୍ତ୍ତୀ ଶୁଣାଣି ହେବ।
ବାମପନ୍ଥୀ ସରକାର ନଭେମ୍ବର ୮ରେ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌ଙ୍କ ବିରୋଧରେ ଦ୍ୱିତୀୟ ଥର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥର ରାଜ୍ୟ ହାଇକୋର୍ଟଙ୍କ ଏକ ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଛି, ଯହିଁରେ ୮ ବିଲ୍‌କୁ ମଞ୍ଜୁର କରିବା ପାଇଁ ହାଇକୋର୍ଟ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରିବାକୁ ମନା କରିଦେଇଛନ୍ତି। ପୂର୍ବରୁ ଚଳିତମାସ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏକ ରିଟ୍‌ ପିଟିଶନ ଦାଖଲ କରିଥିଲେ। ବିଧାନସଭା ଦ୍ୱାରା ଗୃହୀତ ବିଲ୍‌ଗୁଡ଼ିକୁ ରାଜ୍ୟପାଳ ମଞ୍ଜୁର କରୁ ନ ଥିବା ଦର୍ଶାଇଥିଲେ। ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଲ୍‌ଗୁଡ଼ିକୁ ପକାଇ ରଖିବା ‘ଏକଚ୍ଛତ୍ରବାଦୀ କାର୍ଯ୍ୟ’ ବୋଲି ଘୋଷଣା କରିବାକୁ ସରକାର କରିଥିବା ନିବେଦନକୁ କେରଳ ହାଇକୋର୍ଟ ୨୦୨୨ ନଭେମ୍ବର ୨୦ରେ ଖାରଜ କରିଦେଇଥିଲେ। ଏଥିସହ ଏକ ସଂସଦୀୟ ଗଣତନ୍ତ୍ରରେ ଜଣେ ରାଜ୍ୟପାଳ ସମ୍ବିଧାନର ଅନୁଚ୍ଛେଦ ୨୦୦ ବଳରେ ନେଉଥିବା ପଦକ୍ଷେପକୁ ବେଆଇନ ଘୋଷଣା କରିବା ଅଦାଲତଙ୍କ ପକ୍ଷେ ଉପଯୁକ୍ତ ନୁହେଁ ବୋଲି ହାଇକୋର୍ଟ କହିଥିଲେ। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ଙ୍କ ସରକାର ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ରାଜ୍ୟପାଳଙ୍କ ଟେବୁଲରେ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ୩ ବିଲ୍‌ ଏବଂ ବର୍ଷେ ହେଲା ଅନ୍ୟ ୩ ବିଧେୟକ ପଡ଼ିରହିଛି। ଏଗୁଡ଼ିକ ମଧ୍ୟରୁ ୫ଟି ବିଲ୍‌ ବିଶ୍ୱବିଦ୍ୟାଳୟ ଆଇନ ସମ୍ପର୍କିତ। ରାଜ୍ୟପାଳ ଲୋକଙ୍କ ମୌଳିକ ଅଧିକାରଗୁଡ଼ିକୁ ନୂ୍ୟନ କରିବାକୁ ଉଦ୍ୟମ ଚଳାଇଥିବା ସରକାରଙ୍କ ଓକିଲ ସି.କେ. ସସି ଯୁକ୍ତି ବାଢ଼ିଛନ୍ତି। ଏହା ଉପରେ ରାଜ୍ୟପାଳ ଖାନ୍‌ ଶୁକ୍ରବାର କହିଛନ୍ତି, ସେ ସମ୍ବିଧାନ ଅନୁସାରେ କାର୍ଯ୍ୟ କରୁଛନ୍ତି। ସେ ରାଜ୍ୟରେ କୌଣସି ସଙ୍କଟ ସୃଷ୍ଟି କରିଥିବା ନେଇ କିଛି ପ୍ରମାଣ ଅଛି କି ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ରାଜ୍ୟ ସରକାର ଅନେକ ଥର ନିଜ ସୀମା ଡେଇଁଥିବା ସମାଲୋଚନା କରିଛନ୍ତି।
ମାର୍ଚ୍ଚ ୨୦ରେ ତେଲଙ୍ଗାନାର ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ସରକାର ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ୍‌ଙ୍କ ବିରୋଧରେ ସୁପ୍ରିମକୋର୍ଟରେ ରିଟ୍‌ ପିଶିଟନ ଦାଖଲ କରିଥିଲେ। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ ଯୁକ୍ତି ବାଢ଼ିଥିଲେ, ବିଧାନସଭାରେ ଗୃହୀତ ୧୦ ବିଲ୍‌ ରାଜଭବନରେ ୨୦୨୨ ସେପ୍ଟେମ୍ବରରୁ ପଡ଼ିରହିଛି। ବିରୋଧୀ ଦଳ ଦ୍ୱାରା ଶାସିତ ରାଜ୍ୟ ବୋଲି ସେ ସେଗୁଡ଼ିକରେ ସ୍ବାକ୍ଷର କରୁନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟପାଳ କେତୋଟି ବିଲ୍‌ରେ ସ୍ବାକ୍ଷର କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

Apple ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome

ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri