୪.୩୪ ଲକ୍ଷ କୋଟି ଋଣ କରିବେ ସରକାର

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୦-୨୧ର ଦ୍ୱିତୀୟାର୍ଦ୍ଧରେ କେନ୍ଦ୍ର ସରକାର ୪.୩୪ ଲକ୍ଷ କୋଟି ଟଙ୍କାର ଋଣ କରିବେ। କୋଭିଡ୍‌ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡୁଥିବାରୁ ଏଭଳି ଋଣ କରାଯିବା ନେଇ ଯୋଜନା ରହିଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଚଳିତ ଆର୍ଥତ୍କ ବର୍ଷରେ କେନ୍ଦ୍ର ସରକାର ମୋଟ ୧୨ ଲକ୍ଷ କୋଟି ଟଙ୍କା ଋଣ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଥିବା ଅର୍ଥନୈତିକ ବ୍ୟାପାର ସଚିବ ତରୁଣ ବଜାଜ କହିଛନ୍ତି। ସେପ୍ଟେମ୍ବର ସୁଦ୍ଧା ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ୬ ମାସରେ ସରକାର ୭.୬୬ ଲକ୍ଷ କୋଟି ଟଙ୍କା ଋଣ କରିଛନ୍ତି। ଦ୍ୱିତୀୟାର୍ଦ୍ଧରେ ଆଉ ୪.୩୪ ଲକ୍ଷ କୋଟି ଟଙ୍କା ଋଣ କରିବାକୁ ଯୋଜନା ରଖାଯାଇଛି। ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ୬ ମାସରେ ମୋଟ ଋଣର ୫୮% ଡେଟେଡ ସିକ୍ୟୁରିଟି ଦ୍ୱାରା ସଂଗ୍ରହ କରାଯାଇଛି। ଏପ୍ରିଲ-ସେପ୍ଟେମ୍ବର ସମୟରେ ସରକାରଙ୍କ ଋଣ ୭.୬୬ ଲକ୍ଷ କୋଟି ଟଙ୍କା ରହିଛି। କୋଭିଡ୍‌ ସଂକ୍ରମଣ ବଢିବା ଯୋଗୁ ସରକାର ଯୋଜନାରେ ମଧ୍ୟ ପରିବର୍ତ୍ତନ କରିଛନ୍ତି। ବଜାରରୁ ଋଣ ଉଠାଇବା ଯୋଜନାକୁ ୫୦%ରୁ ଊର୍ଦ୍ଧ୍ୱ କରାଯାଇ ମୋଟ ୧୨ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଚଳିତ ଆର୍ଥତ୍କ ବର୍ଷ ବିତ୍ତୀୟ ନିଅଣ୍ଟ ୭.୮୦ ଲକ୍ଷ କୋଟି ଟଙ୍କା ରହିବ ବୋଲି ବଜେଟରେ ନିର୍ମଳା ସୀତାରାମନ କହିଥିଲେ। ଏହା ୨୦୧୯-୨୦ରେ ୭.୧ଲକ୍ଷ କୋଟି ଟଙ୍କା ରହିଥିଲା। ସରକାର ବିତ୍ତୀୟ ନିଅଣ୍ଟକୁ ଭରଣାକରିବା ଲାଗି ଡେଟେଡ୍‌ ସିକ୍ୟୁରିଟି ଆଣ୍ଡ ଟ୍ରେଜେରି ବିଲ୍‌ ଦ୍ୱାରା ପୁଞ୍ଜି ଉଠାଣ କରୁଛନ୍ତି।
ଏପ୍ରିଲ-ଅଗଷ୍ଟ ବିତ୍ତୀୟ ନିଅଣ୍ଟ ବଜେଟ ଲକ୍ଷ୍ୟର ୧୦୯%
ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ବିତ୍ତୀୟ ନିଅଣ୍ଟ ବଜେଟ ଧାର୍ଯ୍ୟ ଲକ୍ଷ୍ୟର ୧୦୯% ଟପିଛି। ଏହି ସମୟରେ ବିତ୍ତୀୟ ନିଅଣ୍ଟ ୮.୭ ଲକ୍ଷ କୋଟି ଟଙ୍କା ରହିଥିବା ସରକାରୀ ଡାଟାରୁ ସାମ୍ନାକୁ ଆସିଛି। ସରକାରଙ୍କ ନେଟ୍‌ ଟିକସ ସଂଗ୍ରହ ୨.୮୪ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ମୋଟ ଖର୍ଚ୍ଚ ୧୨.୫ ଲକ୍ଷ କୋଟି ଟଙ୍କା ରହିଛି। କରୋନା ଯୋଗୁ ଟିକସ ସଂଗ୍ରହ କମିଥିବା ବେଳେ ସରକାରଙ୍କ ଖର୍ଚ୍ଚ ବଢିଛି। ୨୦୨୦-୨୧ରେ ବିତ୍ତୀୟ ନିଅଣ୍ଟ ମୋଟ ଜିଡିପିର ୮% ରହିବ ବୋଲି ଅର୍ଥ ବିଶେଷଜ୍ଞଙ୍କ ଦ୍ୱାରା ଆକଳନ କରାଯାଇଛି। ବିତ୍ତୀୟ ନିଅଣ୍ଟ ୩.୫% ରହିବ ବୋଲି ସରକାର ତାଙ୍କ ଆକଳନରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri