ଜବାବ ଦାଖଲ ପାଇଁ ସମୟ ନେଲେ ସରକାର

କଟକ ଅଫିସ,୧୭ା୨: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୬ଟି ସଦସ୍ୟ ପଦ ଖାଲି ପଡିଛି। ଏହାଦ୍ୱାରା ଆୟୋଗ ସମ୍ପୂର୍ଣ୍ଣ ଅଚଳ ସ୍ଥିତିରେ ପହଞ୍ଚତ୍ଛି। ଏ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀରମଣଙ୍କ ଖଣ୍ଡପୀଠ ଗୁରୁବାର ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଇନ୍‌ର କାର୍ଯ୍ୟକାରିତା ପାଇଁ ପ୍ରତିଷ୍ଠିତ ସଂସ୍ଥାର ପଦବୀ ପୂରଣ ନ କରିବା ଦ୍ୱାରା ଏହାର ଉଦ୍ଦେଶ୍ୟକୁ ବିଫଳ କରାଯାଉଛି ବୋଲି ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। ତେବେ ଆୟୋଗର ସ୍ଥିତି ବିଷୟରେ ଜବାବ ଦାଖଲ ପାଇଁ ସରକାର ସମୟ ନେଇଛନ୍ତି। ଏଥିପାଇଁ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ମାମଲାର ବିବରଣୀରୁ ପ୍ରକାଶ, ଶିଶୁ ଅଧିକାର ସୁରକ୍ଷା ଆଇନ ୨୦୦୫ ପାଇଁ କମିଶନ୍‌ର ଉପଧାରା ୧୭ ଅଧୀନରେ ୨୦୧୦ ସେପ୍ଟେମ୍ବର ୩୦ରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପ୍ରତିଷ୍ଠା ହୋଇଥିଲା। ଏଥିରେ ଜଣେ ଅଧ୍ୟକ୍ଷ ଓ ୬ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ରହିଛି। ୨୦୨୨ ଅକ୍ଟୋବର ୧୪ରେ ଆୟୋଗର ଅଧ୍ୟକ୍ଷା ଭାବେ ମନ୍ଦାକିନୀ କରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ସଦସ୍ୟ ପଦରେ କେହି ନାହାନ୍ତି। ୨୦୨୦ ମେ’ ୧୯ରୁ ୪ଟି ସଦସ୍ୟ ପଦ ଖାଲି ପଡ଼ିଛି। ସେହିପରି ୨୦୨୧ ଜାନୁୟାରୀ ୧୦ରେ ଗୋଟିଏ ଓ ୨୦୨୨ ଅଗଷ୍ଟ ୨୫ ତାରିଖରୁ ଆଉ ଏକ ସଦସ୍ୟ ପଦ ଖାଲିପଡିଛି। ସଦସ୍ୟ ପଦ ଖାଲି ହେବାର ୬ ମାସ ମଧ୍ୟରେ ତାହା ପୂରଣ ହେବା କଥା। ପୁଣି କୌଣସି ବୈଠକର ନିଷ୍ପତ୍ତି ପାଇଁ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ମିଶାଇ ୪ ଜଣଙ୍କ କୋରମ ବାଧ୍ୟତାମୂଳକ ରହିଛି। ଗତ ଜାନୁୟାରୀ ୩୧ ତାରିଖ ସୁଦ୍ଧା ୨୩୭୨ ମାମଲା ଆୟୋଗରେ ବିଚାରାଧୀନ ରହିଛି। ଏହାବାଦ୍‌ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆର୍ଥିକ ଦୁର୍ବଳ ଲୋକଙ୍କ ପାଇଁ ମୂଲ୍ୟବାନ ସେବା ଯୋଗାଉଥିବା ଏକ ସଂସ୍ଥା। ଏଥିରେ କୌଣସି କୋର୍ଟ ଫି’ ଲାଗେନାହିଁ। ଓକିଲଙ୍କୁ ନିଯୁକ୍ତ କରିବାର ଆବଶ୍ୟକତା ମଧ୍ୟ ନାହିଁ। କେବଳ ସେତିକି ନୁହେଁ, ନ୍ୟାୟିକ ବ୍ୟବସ୍ଥାରେ ଅଦାଲତର ମାମଲା ଚାପକୁ ହ୍ରାସ କରିବାରେ ଆୟୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏସବୁ ଦୃଷ୍ଟିରୁ ତୁରନ୍ତ ଆୟୋଗରେ ସଦସ୍ୟ ନିଯୁକ୍ତି ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆଇନଜୀବୀ ପ୍ରବୀର କୁମାର ଦାସ ଗତ ୮ ତାରିଖରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଅଦାଲତ ମାମଲାକୁ ବିଚାର ପାଇଁ ଗ୍ରହଣ କରି ଗୁରୁବାର ପ୍ରଥମ ଶୁଣାଣି କରିଛନ୍ତି। ଏଥିରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଏବଂ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗର ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

କୁଆପଥର ମାଡରେ ଭାଙ୍ଗିଲା ୫୦ରୁ ଅଧିକ ଘର: ଦେଖାଯାଉଛି ଆକାଶ ତାରା 

ଗୋପବନ୍ଧୁ ନଗର ୭।୪(ଶାନ୍ତନୁ କୁମାର ମଢୁଆଳ): କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ ହେବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋପବନ୍ଧୁ ନଗର ବ୍ଲକ…

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ଏତେ ପରିମାଣର ନଗଦ ଟଙ୍କା

ଭୁବନେଶ୍ୱର,୮।୪: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଟଳିଲା ହର୍ମୁଜ ସଙ୍କଟ, ଏପଟେ ଭାରତ ଉପରକୁ ମାଡିଆସିଲା ନୂଆ ବିପର୍ଯ୍ୟୟ, ବିପଦରେ ପଡିବେ ୪୦ କୋଟି ଲୋକ!

ନୂଆଦିଲ୍ଲୀ,୮।୪: ହର୍ମୁଜ ପ୍ରଣାଳୀ ସଙ୍କଟ ଏବେ ଟଳିଯାଇଛି। ଇରାନ-ଆମେରିକା ଯୁଦ୍ଧବିରତି ଘୋଷଣା ବିଶ୍ୱର ତୈଳ ଏବଂ ଗ୍ୟାସ ଯୋଗାଣରେ ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି। ଏହି…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ଗ୍ରାମବାସୀଙ୍କ ଧାରଣା

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି ପାଇଁ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri