ସରକାରୀ ଅଫିସକୁ ମନା, ଏଥର ଇ-ଅଭିଯୋଗ ବ୍ୟବସ୍ଥା

ଭୁବନେଶ୍ୱର,୨୦ା୭(ବ୍ୟୁରୋ): କରୋନା ଫଳରେ ସବୁକିଛି ଏପଟ ସେପଟ ହୋଇସାରିଛି। ବର୍ତ୍ତମାନ ସମୟରେ ସରକାରୀ କାର୍ଯ୍ୟାଳୟଗୁଡିକରେ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଉପସ୍ଥିତି ମଧ୍ୟ ରହୁନାହିଁ। ଅଧାରୁ କମ୍‌ କର୍ମଚାରୀଙ୍କୁ ନେଇ ଅଫିସ କାମ ଚାଲୁଛି। ଏଭଳି ସ୍ଥିତିରେ ଗତ ମାର୍ଚ୍ଚ ୨୩ରୁ ଲକ୍‌ଡାଉନ ହେବାପର ଠାରୁ ସରକାରୀ କାର୍ଯ୍ୟାଳୟଗୁଡିକୁ ଯେପରି ଆସି ପ୍ରତ୍ୟେକ ସୋମବାର ଲୋକମାନେ ନିଜ ସମସ୍ୟା ସହିତ ବିଭିନ୍ନ ଅଭିଯୋଗ ଉପରେ ମତ ରଖିପାରୁଥିଲେ ସେସବୁ ବର୍ତ୍ତମାନ ସମୟରେ ବନ୍ଦ ହୋଇଯାଇଛି। ଏହାର ସମାଧାନ ସକାଶେ ଏବଂ ସାଧାରଣ ଲୋକମାନଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦେବା ଲାଗି ସରକାର ଡିଜିଟାଲ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଇ-ଅଭିଯୋଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି। ଲୋକଙ୍କ ଯାତାୟତ ଉପରେ ନିୟନ୍ତ୍ରଣ ଏବଂ ସାମାଜିକ ଦୂରତାର ଦୃଢ କାର୍ଯ୍ୟାନ୍ବୟନ ପରିପ୍ରେକ୍ଷୀରେ ଇ-ଅଭିଯୋଗ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ବର୍ତ୍ତମାନ ସମୟରେ ଅଧିକ ଲୋକାଭିମୁଖୀ କରି ଲୋକଙ୍କ ଅଭିଯୋଗକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ ଲାଗି ସେ କହିଛନ୍ତି। ଇ-ଅଭିଯୋଗ ବ୍ୟବସ୍ଥା ଏକ ଅନ୍‌ଲାଇନ୍‌ ପ୍ଲାଟଫର୍ମ ଏବଂ ଏହାସବୁ ବିଭାଗ ସହ ସଂଯୁକ୍ତ। ଏହି ବ୍ୟବସ୍ଥା ମାଧ୍ୟମରେ ଅଭିଯୋଗକାରୀ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଜିଲାପାଳ, ରାଜସ୍ବ କମିଶନରଙ୍କୁ ଅଭିଯୋଗ ଦାଖଲ କରିପାରିବେ। ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଅଭିଯୋଗ ବାକ୍ସ ରଖାଯିବ। ଅଭିଯୋଗକାରୀ ସେମାନଙ୍କ ଅଭିଯୋଗ ସମ୍ପର୍କିତ ଚିଠି ଉକ୍ତ ବାକ୍ସରେ ପକାଇବେ। ସେହିଭଳି ଅଫିସ ଗେଟ୍‌ରେ ଟେଲିଫୋନ ନମ୍ବର ଲଗାଯିବ, ସେମାନେ ସେଥିରେ କଥା ହୋଇପାରିବେ। ଜିଲାସ୍ତରରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ ସମ୍ପର୍କିତ ଅଭିଯୋଗ ସେଲ୍‌ ଗଠନ କରିବେ। ଉପଜିଲାପାଳ, ଇନ୍‌ଫରମେଟିକ୍ସ ଅଧିକାରୀ ଏବଂ ସି.ଏମ୍‌.ଡି.ଆଇ. ଷ୍ଟାଫ୍‌ ଏହି ସେଲ୍‌ ମାମଧ୍ୟରେ ଆସିଥିବା ଅନ୍‌ଲାଇନ ଓ ଅଫ୍‌ଲାଇନ ଅଭିଯୋଗର ଆଶୁ କାର୍ଯ୍ୟାନୁଷ୍ଠାନ ନେବେ। ଜିଲାପାଳଙ୍କ ଅଧୀନସ୍ଥ ସବୁ କାର୍ଯ୍ୟାଳୟରେ ସମାନ ବ୍ୟବସ୍ଥା ଗ୍ରହଣ କରାଯିବ। ଏଥିଲାଗି ଜିଲାପାଳମାନେ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରିବେ। ଜିଲାସ୍ତରୀୟ ଅଭିଯୋଗ ସେଲ୍‌ ପ୍ରତ୍ୟେକ ଦିନ ଅଭିଯୋଗଗୁଡିକ ତନଖିକରି ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପ୍ରତି ସୋମବାର ଜିଲାପାଳମାନେ ଏହି କାର୍ଯ୍ୟ ସମ୍ପର୍କିତ ସମୀକ୍ଷା କରିବେ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ଅଭିଯୋଗ ମନିଟରିଂ ସେଲ୍‌ କାର୍ଯ୍ୟ କରିବ। ପ୍ରତି ୧୫ଦିନରେ ସମସ୍ତ ଅଭିଯୋଗ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା ହେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri