Posted inଜାତୀୟ

ସରକାର ଦେବେ ୫୦,୦୦୦ ଟଙ୍କାର କ୍ରେଡିଟ୍ କାର୍ଡ, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ,୨୩।୧: କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି’ (PM SVANidhi) ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। କେରଳର ତିରୁବନନ୍ତପୁରମଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ଋଣ ଏବଂ କ୍ରେଡିଟ୍ କାର୍ଡ ବଣ୍ଟନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ପ୍ରାୟ ୧ ଲକ୍ଷ ଉଠାବେପାରୀଙ୍କୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତର ଋଣ ସହାୟତା ଓ କ୍ରେଡିଟ୍ କାର୍ଡ ବଣ୍ଟନ କରିଛନ୍ତି। କରୋନା ମହାମାରୀ ସମୟରେ ପ୍ରଭାବିତ ହୋଇଥିବା ରାସ୍ତାକଡ଼ର କ୍ଷୁଦ୍ର ବେପାରୀ, ପନିପରିବା ଓ ଫଳ ବିକ୍ରେତାଙ୍କୁ ଆତ୍ମନିର୍ଭର କରିବା ପାଇଁ ୧ ଜୁନ୍ ୨୦୨୦ରେ ଆରମ୍ଭ ହୋଇଥିବା ଏହି ଯୋଜନାର ଅବଧିକୁ ସରକାର ଏବେ ମାର୍ଚ୍ଚ ୨୦୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଯେଉଁ ବେପାରୀମାନେ ପୂର୍ବରୁ ଦ୍ୱିତୀୟ କିସ୍ତି ଋଣ ପରିଶୋଧ କରିସାରିଛନ୍ତି, ସେମାନେ ଏହି କ୍ରେଡିଟ୍ କାର୍ଡ ପାଇଁ ଆବେଦନ କରିପାରିବେ।

ଏହି ଯୋଜନାରେ ଆବେଦନ ପ୍ରକ୍ରିୟା ଅତ୍ୟନ୍ତ ସହଜ ଅଟେ। ଆବେଦନକାରୀମାନେ ଅନଲାଇନ୍ ମାଧ୍ୟମରେ pmsvanidhi.mohua.gov.in ୱେବସାଇଟ୍‌କୁ ଯାଇ କିମ୍ବା ଅଫଲାଇନ୍‌ରେ ନିକଟସ୍ଥ ବ୍ୟାଙ୍କ ଶାଖା, ପୌରପାଳିକା କାର୍ଯ୍ୟାଳୟ କିମ୍ବା ଜନସେବା କେନ୍ଦ୍ର (CSC) ସହିତ ଯୋଗାଯୋଗ କରିପାରିବେ। ଆବେଦନ କରିବାର ମାତ୍ର ୩୦ ଦିନ ମଧ୍ୟରେ ଋଣ ରାଶି ହିତାଧିକାରୀଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ଅଧିକ ସୂଚନା ପାଇଁ ସରକାରଙ୍କ ଟୋଲ୍ ଫ୍ରି ନମ୍ବର 1800-111-979 ରେ ସୋମବାରରୁ ଶନିବାର ସକାଳ ୯:୩୦ରୁ ସନ୍ଧ୍ୟା ୬:୦୦ ମଧ୍ୟରେ ଯୋଗାଯୋଗ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ସଙ୍କଟ ମଧ୍ୟରେ ମନ୍ତ୍ରୀମାନଙ୍କୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ, ଗୁଜବ ପ୍ରଚାରକଙ୍କ ଉପରେ….

ନୂଆଦିଲ୍ଲୀ,୧୨।୩:  ଇରାନରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଦେଶର ଅଧିକାଂଶ ସ୍ଥାନରେ ଗ୍ୟାସର ଅଭାବ ଦେଖାଯାଉଛି । ଏଲପିଜି ସିଲିଣ୍ଡର ପାଇଁ ଲମ୍ବା ଧାଡ଼ି ନିରନ୍ତର ଖବର ଶିରୋନାମା ପାଲଟିଛି…

‘ଶୁବମନ ଗିଲ୍‌ଙ୍କ ପାଇଁ ଟିମ ଇଣ୍ଡିଆରେ କୌଣସି ସ୍ଥାନ ନାହିଁ’, ପୂର୍ବତନ କ୍ରିକେଟରଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୧୨।୩: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଜିତିଛି। ବିଶ୍ୱକପ ଶେଷ ହେବା ପରେ, କ୍ରିକେଟ ବିଶେଷଜ୍ଞ ଆକାଶ ଚୋପ୍ରା ଯୁବ ଖେଳାଳି ଶୁବମନ ଗିଲ୍‌ଙ୍କ ସମ୍ପର୍କରେ…

ଯୁଦ୍ଧ ପାଇଁ ହେବନାହିଁ ଆଇପିଏଲ! ଆସିଲା ବଡ଼ ଅପଡେଟ୍‌, କ୍ରିକେଟ୍‌ ପ୍ରେମୀଙ୍କୁ ଲାଗିବ ଝଟ୍‌କା

ନୂଆଦିଲ୍ଲୀ,୧୨।୩: IPL ୨୦୨୬ ମାର୍ଚ୍ଚ ୧୮ ତାରିଖରେ ଆରମ୍ଭ ହେବାକୁ ଯାଉଛି। BCCI ମାର୍ଚ୍ଚ ୧୧ ତାରିଖରେ ପ୍ରଥମ ୨୦ ମ୍ୟାଚ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛି।…

ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ, ଛାନିଆ ହେଲା ଆମେରିକା!

ନୂଆଦିଲ୍‌ଲୀ,୧୨।୩: ଭାରତୀୟ ବାୟୁସେନା ତାର ଲଢ଼ୁଆ ବିମାନ ଅଭାବକୁ ପୂରଣ କରିବା ପାଇଁ ଫ୍ରାନ୍ସ ସହିତ ୧୧୪ଟି ରାଫେଲ ଲଢ଼ୁଆ ବିମାନ ପାଇଁ ଏକ ଚୁକ୍ତି ସ୍ୱାକ୍ଷର…

ଆଜି ୧୦୦୦ଟଙ୍କା ପାର୍‌ କଲା ସିଲିଣ୍ଡର ଦାମ୍‌, କାଲିଠୁ ଓଡ଼ିଶାରେ…

ନୂଆଦିଲ୍ଲୀ,୧୨।୩: ଯଦି ଆପଣ ଗତ କିଛି ଦିନ ଧରି ଗ୍ୟାସ ସିଲିଣ୍ଡର ବିତରଣରେ ବିଳମ୍ବ ଅନୁଭବ କରୁଛନ୍ତି କିମ୍ବା ଦର ବୃଦ୍ଧି ନେଇ ଚିନ୍ତିତ ଅଛନ୍ତି, ତେବେ…

ଗ୍ୟାସ ସିଲିଣ୍ଡରର ଟେନସନ ଶେଷ! ତେଲ-ଗ୍ୟାସ ପାଇଁ ୫ ନୂଆ ରାସ୍ତା ଖୋଜିଲେ ଭାରତ ସରକାର, ଏଣିକି…

ନୂଆଦିଲ୍ଲୀ,୧୨।୩: ହର୍ମୁଜ ପ୍ରଣାଳୀ ଦେଇ ଉପସାଗରୀୟ ଦେଶଗୁଡ଼ିକରୁ ତୈଳ ଏବଂ ଗ୍ୟାସ ଯୋଗାଣରେ ବାଧା ସୃଷ୍ଟି ହେବା ପରେ ଭାରତ ବିକଳ୍ପ ମାର୍ଗ ଅନୁସନ୍ଧାନ ଆରମ୍ଭ କରିଛି।…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ଅଚାନକ ଅଧା ଖସିଗଲା ଏହି ଜିନିଷର ଦାମ୍‌

ନୂଆଦିଲ୍ଲୀ,୧୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହା କେବେ ଶେଷ ହେବ ସେ ବିଷୟରେ କୌଣସି ନିଶ୍ଚିତତା ନାହିଁ। ଉଭୟ ପକ୍ଷ…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସିଖବର: ଜୟଶଙ୍କରଙ୍କ ଗୋଟିଏ କଲ୍‌ରେ ବୁଝିଗଲା ଇରାନ, କଲା ଏମିତି କାମ…

ନୂଆଦିଲ୍ଲୀ,୧୨।୩: ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ କୂଟନୈତିକ ଆଲୋଚନା ଗୁରୁତ୍ୱପୂର୍ଣ୍ଣ ଫଳାଫଳ ଦେଇଛି। ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଇରାନ ବୈଦେଶିକ ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri