Posted inଜାତୀୟ

ସରକାର ଦେବେ ୫୦,୦୦୦ ଟଙ୍କାର କ୍ରେଡିଟ୍ କାର୍ଡ, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ,୨୩।୧: କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି’ (PM SVANidhi) ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। କେରଳର ତିରୁବନନ୍ତପୁରମଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ଋଣ ଏବଂ କ୍ରେଡିଟ୍ କାର୍ଡ ବଣ୍ଟନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ପ୍ରାୟ ୧ ଲକ୍ଷ ଉଠାବେପାରୀଙ୍କୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତର ଋଣ ସହାୟତା ଓ କ୍ରେଡିଟ୍ କାର୍ଡ ବଣ୍ଟନ କରିଛନ୍ତି। କରୋନା ମହାମାରୀ ସମୟରେ ପ୍ରଭାବିତ ହୋଇଥିବା ରାସ୍ତାକଡ଼ର କ୍ଷୁଦ୍ର ବେପାରୀ, ପନିପରିବା ଓ ଫଳ ବିକ୍ରେତାଙ୍କୁ ଆତ୍ମନିର୍ଭର କରିବା ପାଇଁ ୧ ଜୁନ୍ ୨୦୨୦ରେ ଆରମ୍ଭ ହୋଇଥିବା ଏହି ଯୋଜନାର ଅବଧିକୁ ସରକାର ଏବେ ମାର୍ଚ୍ଚ ୨୦୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଯେଉଁ ବେପାରୀମାନେ ପୂର୍ବରୁ ଦ୍ୱିତୀୟ କିସ୍ତି ଋଣ ପରିଶୋଧ କରିସାରିଛନ୍ତି, ସେମାନେ ଏହି କ୍ରେଡିଟ୍ କାର୍ଡ ପାଇଁ ଆବେଦନ କରିପାରିବେ।

ଏହି ଯୋଜନାରେ ଆବେଦନ ପ୍ରକ୍ରିୟା ଅତ୍ୟନ୍ତ ସହଜ ଅଟେ। ଆବେଦନକାରୀମାନେ ଅନଲାଇନ୍ ମାଧ୍ୟମରେ pmsvanidhi.mohua.gov.in ୱେବସାଇଟ୍‌କୁ ଯାଇ କିମ୍ବା ଅଫଲାଇନ୍‌ରେ ନିକଟସ୍ଥ ବ୍ୟାଙ୍କ ଶାଖା, ପୌରପାଳିକା କାର୍ଯ୍ୟାଳୟ କିମ୍ବା ଜନସେବା କେନ୍ଦ୍ର (CSC) ସହିତ ଯୋଗାଯୋଗ କରିପାରିବେ। ଆବେଦନ କରିବାର ମାତ୍ର ୩୦ ଦିନ ମଧ୍ୟରେ ଋଣ ରାଶି ହିତାଧିକାରୀଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ଅଧିକ ସୂଚନା ପାଇଁ ସରକାରଙ୍କ ଟୋଲ୍ ଫ୍ରି ନମ୍ବର 1800-111-979 ରେ ସୋମବାରରୁ ଶନିବାର ସକାଳ ୯:୩୦ରୁ ସନ୍ଧ୍ୟା ୬:୦୦ ମଧ୍ୟରେ ଯୋଗାଯୋଗ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତାରେ ଭାଜପା-ଟିଏମସି କର୍ମୀ ମୁହାଁମୁହିଁ: ପରସ୍ପରର କାର୍ଯ୍ୟକ୍ରମରେ ଭଙ୍ଗାରୁଜା

କୋଲକାତା, ୨୫ା୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି। ରବିବାର ସନ୍ଧ୍ୟାରେ କୋଲକାତାର ସାଖେରବଜାର ଏବଂ ବେହାଲା ପଶ୍ଚିମ ଅଞ୍ଚଳରେ ଭାଜପା…

ପିଏମ୍‌ ଶ୍ରୀ ଉତ୍ସବରେ ଅର୍ଚ୍ଚିତାଙ୍କ ସଫଳତା

ଦିଗପହଣ୍ଡି, ୨୫।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କନିଶି ଗ୍ରାମ ପିଏମ୍‌ ଶ୍ରୀ ବାଲାଜୀ ବିଦ୍ୟାପୀଠରେ ଆୟୋଜିତ ଗଞ୍ଜାମ ଜିଲାସ୍ତରୀୟ ପିଏମ୍‌ ଶ୍ରୀ ଉତ୍ସବ…

ପ୍ରତିଷ୍ଠା ଉତ୍ସବର ଦିନକ ପରେ ମନ୍ଦିରରୁ ଚୋରି

ବରଗଡ଼,୨୫।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ଆନନ୍ଦନଗରରେ ଅବସ୍ଥିତ ନବନିର୍ମିତ ମା’ ତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଗତ ୨୩ ତାରିଖରେ ସରିଛି। ମାତ୍ର ପ୍ରତିଷ୍ଠା ଉତ୍ସବର…

ବିଶ୍ୱ ପାଇଁ ଭାରତ ଶାନ୍ତିର ଦୂତ: ୭୭ତମ ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ, ୨୫ା୧: ୭୭ତମ ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା…

କୋରାପୁଟରେ ହାଇକୋର୍ଟ ମୁଖ୍ୟ ବିଚାରପତି, କହିଲେ ଓକିଲାତି ଏକ ପେସା ନୁହେଁ ବ୍ରତୀ ହେବା ଆବଶ୍ୟକ

କୋରାପୁଟ,୨୫।୧(ଅମିତାଭ ବେହେରା ): ତିନି ଦିନିଆ ଗସ୍ତରେ କୋରାପୁଟ ଆସିଥିବା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ତଣ୍ଡନ ରବିବାର କୋରାପୁଟର ସମସ୍ତ କୋର୍ଟ ବୁଲି ଦେଖିବା…

୧୪ ବଲ୍‌ରେ ଅଭିଷେକଙ୍କ ଅର୍ଦ୍ଧଶତକ

ଗୁଆହାଟୀ,୨୫ା୧- ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ତୃତୀୟ ଟି୨୦ କ୍ରିକେଟ୍‌ ମ୍ୟାଚ୍‌ରେ ଭାରତୀୟ ଓପ୍‌ନର ଅଭିଷେକ ଶର୍ମା ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ମାତ୍ର ୧୪…

ଗଜପତି ଜିଲାର ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତିଙ୍କ ନାମ ଘୋଷଣା

ଗଜପତି, ୨୫ା୧(ଗିରିଧାରୀ ପରିଛା): ଗଜପତି ଜିଲାରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ…

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେଲେ ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସିମାଞ୍ଚଳ, ଅଞ୍ଚଳରେ ଖୁସିର ଲହରୀ

ଦିଗପହଣ୍ଡି,୨୫ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହଲ୍ଲାଦ ନାଟକର ହିରନ୍ୟକଶ୍ୟପ ରାଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ (ଗୁରୁ)…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri