ସରକାର ବଦଳିଲା, ବଦଳିନି ବ୍ୟବସ୍ଥା: ତାତିଲେ ଚାଷୀ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ଶାସନକୁ ଆସିବା ପରେ ଭାଜପା ସରକାର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସହାୟତା(ବୋନସ) ଦେଉଛନ୍ତି। ଏହାକୁ ନେଇ ଆରମ୍ଭରୁ ଚାଷୀ ଉଲ୍ଲସିତ ଥିଲେ। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସରକାର ଚାଷୀଙ୍କ ଉପରେ ଯେଭଳି ଗୋଟିଏ ପରେ ଗୋଟିଏ କଟକଣା ଜାରି କରୁଛନ୍ତି, ତାହାକୁ ନେଇ ଚାଷୀ ଅସନ୍ତୋଷ ବଢି ଚାଲିଛି। ଏହି କ୍ରମରେ ମଙ୍ଗଳବାର ଚାଷୀ ସଙ୍ଗଠନ ଜୟ କିସାନ ଆନ୍ଦୋଳ, ବରଗଡ଼ର ଆହ୍ବାନକ୍ରମେ ଜିଲାର ବିଭିନ୍ନ ବ୍ଲକରୁ ଶହ ଶହ ଚାଷୀ ଜଟିଳ ପଞ୍ଜିକରଣ ପ୍ରତ୍ୟାହାର ଦାବିରେ ଜିଲାପାଳଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା ଦେଇଥିଲେ। ଦାବିପତ୍ର ଦେବା ପାଇଁ ସଙ୍ଗଠନ ପକ୍ଷରୁ ବାରମ୍ବାର ଆହ୍ବାନ କରାଯାଇଥିଲା। ଏହାସତ୍ତ୍ବେ ଜିଲାପାଳ କିମ୍ବା ତାଙ୍କ କୌଣସି ପ୍ରତିନିଧି ଦୀର୍ଘ ସମୟ ଧରି ଧାରଣାସ୍ଥଳୀକୁ ପହଞ୍ଚି ନ ଥିଲେ। ବିଳମ୍ବ କରିବାରୁ ଚାଷୀମାନେ ଉତ୍ୟକ୍ତ ହୋଇ ଫାଟକ ଖୋଲି ଜିଲାପାଳଙ୍କ ଅଫିସ ଭିତରକୁ ଧସେଇ ପଶିଯାଇଥିଲେ। ସେଠାରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଏବଂ ପୋଲିସ ଅଧିକାରୀମାନେ ଦୁଃଖ ପ୍ରକାଶ କରିବାରୁ ପରିସ୍ଥିତି ସାମାନ୍ୟ ହୋଇଥିଲା ଏବଂ ଅତିରିକ୍ତ ଜିଲାପାଳ ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସ୍ଥାନୀୟ ଗୋପାଳ ଗୋଶାଲାରୁ ଏକ ବିଶାଳ ଶୋଭାଯାତ୍ରାରେ ଚାଷୀମାନେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଜିଲାପାଳ କାର୍ଯ୍ୟାଳୟ ପହଞ୍ଚିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟର ଫାଟକ ବନ୍ଦ ରହିଥିଲା। ଫଳରେ କାର୍ଯ୍ୟାଳୟ ସମ୍ମୁଖରେ ସଙ୍ଗଠନର ଜିଲା ସଭାପତି ସୁଶୀଲ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସରକାର ଚଳିତବର୍ଷ ଖରିଫ ଋତୁର ଧାନ ସଂଗ୍ରହ ପାଇଁ ଯେଉଁ ଚାଷୀ ପଞ୍ଜୀକରଣ ନିର୍ଦ୍ଦେଶାବଳୀ ଜାରି କରିନ୍ତି ତାହା ରାଜ୍ୟର ଅଧିକାଂଶ କୃଷକମାନଙ୍କ ପାଇଁ ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି। ରାଜ୍ୟରେ ଦୀର୍ଘ ୪/୫ ଦଶନ୍ଧି ହେଲା ଜମିବାଡିର ସତ୍ତ୍ବ ସଂଶୋଧନ ପୂର୍ବକ ଅଲଗା ଅଲଗା ପଟ୍ଟା ଦେଇ ନଥିବା କାରଣରୁ ଶତକ ୬୦/୭୦ ଭାଗ ଚାଷୀମାନଙ୍କର ସଂଯୁକ୍ତ ପଟ୍ଟା ରହିଛି। ଏପରି ପରିସ୍ଥିତିରେ ବଂଶାବଳି ନ ହେଲେ ପଞ୍ଜିକରଣ ହେଉନାହିଁ। ଫଳସ୍ବରୂପ ବରଗଡ଼ ଜିଲାରେ ଗତ ଖରିଫ ଋତୁରେ ୧,୫୫,୬୧୭ ଜଣ କୃଷକ ପଞ୍ଜିକୃତ ହୋଇଥିବା ବେଳେ ଚଳିତ ବର୍ଷ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୫୮,୮୦୮ ଜଣ କୃଷକ ପଞ୍ଜିକରଣ କରିଥିବା ବେଳେ ଆଗାମୀ ସାତ ଦିନ ମଧ୍ୟରେ କିପରି ପ୍ରାୟ ଏକ ଲକ୍ଷ ପଞ୍ଜିକରଣ କରିପାରିବେ ବୋଲି ବକ୍ତାମାନେ ଉଦ୍ବେଗ ପ୍ରକାଶ ପାଇଥିଲା। ଜୟ କିସାନ ଆନ୍ଦୋଳନର ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନ କହିଥିଲେ, ଯଦି ସରକାର ତାଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନକରନ୍ତି ତାହେଲେ ସମଗ୍ର ପଶ୍ଚିମ ଓଡ଼ିଶାରେ ଆଇନ ଶୃଙ୍ଖଳା ସୃଷ୍ଟି ହେବ। ସମନ୍ବୟ ସମିତିର ପ୍ରବକ୍ତା ସରୋଜ ମହାନ୍ତି କହିଥିଲେ, ସରକାର କିଛି ନୂତନ କରିବାର ଛଳରେ ସବୁ ବ୍ୟବସ୍ଥାକୁ ଜଟିଳ କରି ଚାଲିଛନ୍ତି। ତାହା ଧାନ ବିକ୍ରି ବ୍ୟବସ୍ଥାରେ କଟନୀଛଟନୀ, ଦଲାଲରାଜଠାରୁ ଆରମ୍ଭ କରି ନୂତନ ପଞ୍ଜୀକରଣ ବ୍ୟବସ୍ଥା ପର୍ଯ୍ୟନ୍ତ। ଏହା ସରକାରଙ୍କ ଏକ ଷଡ଼ଯନ୍ତ୍ର ଯେ, କିପରି ଚାଷୀମାନଙ୍କୁ ୮୦୦ ଟଙ୍କା ଇନ୍ପୁଟ ସହାୟତା ପାଇବାରୁ ବଞ୍ଚିତ କରାଯିବ ବୋଲି ସରୋଜ କହିଥିଲେ। ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଅନ୍ୟତମ ଆବାହକ ଲିଙ୍ଗରାଜ କହିଥିଲେ ଯେ, ଆଗାମୀ ଦିନରେ ସରକାରଙ୍କ ଏପରି ଚାଷୀମାରଣ ପଞ୍ଜୀକରଣ ନୀତି ବ୍ୟବସ୍ଥା ପ୍ରତ୍ୟାହାର କରି ଆଗଭଳି ଏକ ସରଳ ଏବଂ ସମୟସୀମା ବୃଦ୍ଧି ନ କରନ୍ତି ତାହେଲେ ସରକାର ଚାଷୀ ବିରୋଧି ବୋଲି ପ୍ରମାଣିତ ହେବ ଓ ଗାଁଠାରୁ ଜିଲା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ଥାନୀୟ ବିଧାୟକ ଏବଂ ସାଂସଦଙ୍କ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ କରାଯିବ ବୋଲି ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦେବଗଡ଼ ଜିଲାରୁ କୃଷକ ସଙ୍ଗଠନର ସଭାପତି ପ୍ରମୋଦ ଝାଙ୍କର, ସୋନପୁର ଜିଲାରୁ ସୁଧିର ବଘାର, ସମ୍ବଲପୁର ଜିଲାରୁ ବ୍ୟୋମକେଶ ଠାକୁର, ରାଉରକେଲାରୁ ମୁକ୍ତିକାନ୍ତ ବିଶ୍ବାଳ ଯୋଗଦେଇ ବକ୍ତବ୍ୟ ଦେଇଥିଲେ। ଜୟ କିସାନ ଆନ୍ଦୋଳନ ବରଗଡ଼ ଜିଲା ସାଧାରଣ ସମ୍ପାଦକ ହର ବଣିଆଁ ଉଦ୍ଦେଶ୍ୟରେ ଜ୍ଞାପନ କରିଥିବା ବେଳେ ଚାଷୀନେତା ଶିବ ପ୍ରସାଦ ପ୍ରଧାନ, ଅରୁଣ କୁମାର ସାହୁ, ବିଶ୍ବନାଥ ରଣା, ଭଞ୍ଜନ ବାରିକ, ମହେଶ୍ବର ପ୍ରଧାନ, ସୁରେନ୍ଦ୍ର ମେହେର, ଅକ୍ଷୟ ପ୍ରଧାନ, ତପୋବନ୍ତ ନାୟକ, ମିନିଷ୍ଟର୍‌ ବାରିକ, କିଶୋର ସାହୁ ଆନ୍ଦୋଳନ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri