ସରକାର ବଦଳିଲା, ବଦଳିନି ବ୍ୟବସ୍ଥା: ତାତିଲେ ଚାଷୀ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ଶାସନକୁ ଆସିବା ପରେ ଭାଜପା ସରକାର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସହାୟତା(ବୋନସ) ଦେଉଛନ୍ତି। ଏହାକୁ ନେଇ ଆରମ୍ଭରୁ ଚାଷୀ ଉଲ୍ଲସିତ ଥିଲେ। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସରକାର ଚାଷୀଙ୍କ ଉପରେ ଯେଭଳି ଗୋଟିଏ ପରେ ଗୋଟିଏ କଟକଣା ଜାରି କରୁଛନ୍ତି, ତାହାକୁ ନେଇ ଚାଷୀ ଅସନ୍ତୋଷ ବଢି ଚାଲିଛି। ଏହି କ୍ରମରେ ମଙ୍ଗଳବାର ଚାଷୀ ସଙ୍ଗଠନ ଜୟ କିସାନ ଆନ୍ଦୋଳ, ବରଗଡ଼ର ଆହ୍ବାନକ୍ରମେ ଜିଲାର ବିଭିନ୍ନ ବ୍ଲକରୁ ଶହ ଶହ ଚାଷୀ ଜଟିଳ ପଞ୍ଜିକରଣ ପ୍ରତ୍ୟାହାର ଦାବିରେ ଜିଲାପାଳଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା ଦେଇଥିଲେ। ଦାବିପତ୍ର ଦେବା ପାଇଁ ସଙ୍ଗଠନ ପକ୍ଷରୁ ବାରମ୍ବାର ଆହ୍ବାନ କରାଯାଇଥିଲା। ଏହାସତ୍ତ୍ବେ ଜିଲାପାଳ କିମ୍ବା ତାଙ୍କ କୌଣସି ପ୍ରତିନିଧି ଦୀର୍ଘ ସମୟ ଧରି ଧାରଣାସ୍ଥଳୀକୁ ପହଞ୍ଚି ନ ଥିଲେ। ବିଳମ୍ବ କରିବାରୁ ଚାଷୀମାନେ ଉତ୍ୟକ୍ତ ହୋଇ ଫାଟକ ଖୋଲି ଜିଲାପାଳଙ୍କ ଅଫିସ ଭିତରକୁ ଧସେଇ ପଶିଯାଇଥିଲେ। ସେଠାରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଏବଂ ପୋଲିସ ଅଧିକାରୀମାନେ ଦୁଃଖ ପ୍ରକାଶ କରିବାରୁ ପରିସ୍ଥିତି ସାମାନ୍ୟ ହୋଇଥିଲା ଏବଂ ଅତିରିକ୍ତ ଜିଲାପାଳ ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସ୍ଥାନୀୟ ଗୋପାଳ ଗୋଶାଲାରୁ ଏକ ବିଶାଳ ଶୋଭାଯାତ୍ରାରେ ଚାଷୀମାନେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଜିଲାପାଳ କାର୍ଯ୍ୟାଳୟ ପହଞ୍ଚିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟର ଫାଟକ ବନ୍ଦ ରହିଥିଲା। ଫଳରେ କାର୍ଯ୍ୟାଳୟ ସମ୍ମୁଖରେ ସଙ୍ଗଠନର ଜିଲା ସଭାପତି ସୁଶୀଲ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସରକାର ଚଳିତବର୍ଷ ଖରିଫ ଋତୁର ଧାନ ସଂଗ୍ରହ ପାଇଁ ଯେଉଁ ଚାଷୀ ପଞ୍ଜୀକରଣ ନିର୍ଦ୍ଦେଶାବଳୀ ଜାରି କରିନ୍ତି ତାହା ରାଜ୍ୟର ଅଧିକାଂଶ କୃଷକମାନଙ୍କ ପାଇଁ ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି। ରାଜ୍ୟରେ ଦୀର୍ଘ ୪/୫ ଦଶନ୍ଧି ହେଲା ଜମିବାଡିର ସତ୍ତ୍ବ ସଂଶୋଧନ ପୂର୍ବକ ଅଲଗା ଅଲଗା ପଟ୍ଟା ଦେଇ ନଥିବା କାରଣରୁ ଶତକ ୬୦/୭୦ ଭାଗ ଚାଷୀମାନଙ୍କର ସଂଯୁକ୍ତ ପଟ୍ଟା ରହିଛି। ଏପରି ପରିସ୍ଥିତିରେ ବଂଶାବଳି ନ ହେଲେ ପଞ୍ଜିକରଣ ହେଉନାହିଁ। ଫଳସ୍ବରୂପ ବରଗଡ଼ ଜିଲାରେ ଗତ ଖରିଫ ଋତୁରେ ୧,୫୫,୬୧୭ ଜଣ କୃଷକ ପଞ୍ଜିକୃତ ହୋଇଥିବା ବେଳେ ଚଳିତ ବର୍ଷ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୫୮,୮୦୮ ଜଣ କୃଷକ ପଞ୍ଜିକରଣ କରିଥିବା ବେଳେ ଆଗାମୀ ସାତ ଦିନ ମଧ୍ୟରେ କିପରି ପ୍ରାୟ ଏକ ଲକ୍ଷ ପଞ୍ଜିକରଣ କରିପାରିବେ ବୋଲି ବକ୍ତାମାନେ ଉଦ୍ବେଗ ପ୍ରକାଶ ପାଇଥିଲା। ଜୟ କିସାନ ଆନ୍ଦୋଳନର ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନ କହିଥିଲେ, ଯଦି ସରକାର ତାଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନକରନ୍ତି ତାହେଲେ ସମଗ୍ର ପଶ୍ଚିମ ଓଡ଼ିଶାରେ ଆଇନ ଶୃଙ୍ଖଳା ସୃଷ୍ଟି ହେବ। ସମନ୍ବୟ ସମିତିର ପ୍ରବକ୍ତା ସରୋଜ ମହାନ୍ତି କହିଥିଲେ, ସରକାର କିଛି ନୂତନ କରିବାର ଛଳରେ ସବୁ ବ୍ୟବସ୍ଥାକୁ ଜଟିଳ କରି ଚାଲିଛନ୍ତି। ତାହା ଧାନ ବିକ୍ରି ବ୍ୟବସ୍ଥାରେ କଟନୀଛଟନୀ, ଦଲାଲରାଜଠାରୁ ଆରମ୍ଭ କରି ନୂତନ ପଞ୍ଜୀକରଣ ବ୍ୟବସ୍ଥା ପର୍ଯ୍ୟନ୍ତ। ଏହା ସରକାରଙ୍କ ଏକ ଷଡ଼ଯନ୍ତ୍ର ଯେ, କିପରି ଚାଷୀମାନଙ୍କୁ ୮୦୦ ଟଙ୍କା ଇନ୍ପୁଟ ସହାୟତା ପାଇବାରୁ ବଞ୍ଚିତ କରାଯିବ ବୋଲି ସରୋଜ କହିଥିଲେ। ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଅନ୍ୟତମ ଆବାହକ ଲିଙ୍ଗରାଜ କହିଥିଲେ ଯେ, ଆଗାମୀ ଦିନରେ ସରକାରଙ୍କ ଏପରି ଚାଷୀମାରଣ ପଞ୍ଜୀକରଣ ନୀତି ବ୍ୟବସ୍ଥା ପ୍ରତ୍ୟାହାର କରି ଆଗଭଳି ଏକ ସରଳ ଏବଂ ସମୟସୀମା ବୃଦ୍ଧି ନ କରନ୍ତି ତାହେଲେ ସରକାର ଚାଷୀ ବିରୋଧି ବୋଲି ପ୍ରମାଣିତ ହେବ ଓ ଗାଁଠାରୁ ଜିଲା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ଥାନୀୟ ବିଧାୟକ ଏବଂ ସାଂସଦଙ୍କ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ କରାଯିବ ବୋଲି ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦେବଗଡ଼ ଜିଲାରୁ କୃଷକ ସଙ୍ଗଠନର ସଭାପତି ପ୍ରମୋଦ ଝାଙ୍କର, ସୋନପୁର ଜିଲାରୁ ସୁଧିର ବଘାର, ସମ୍ବଲପୁର ଜିଲାରୁ ବ୍ୟୋମକେଶ ଠାକୁର, ରାଉରକେଲାରୁ ମୁକ୍ତିକାନ୍ତ ବିଶ୍ବାଳ ଯୋଗଦେଇ ବକ୍ତବ୍ୟ ଦେଇଥିଲେ। ଜୟ କିସାନ ଆନ୍ଦୋଳନ ବରଗଡ଼ ଜିଲା ସାଧାରଣ ସମ୍ପାଦକ ହର ବଣିଆଁ ଉଦ୍ଦେଶ୍ୟରେ ଜ୍ଞାପନ କରିଥିବା ବେଳେ ଚାଷୀନେତା ଶିବ ପ୍ରସାଦ ପ୍ରଧାନ, ଅରୁଣ କୁମାର ସାହୁ, ବିଶ୍ବନାଥ ରଣା, ଭଞ୍ଜନ ବାରିକ, ମହେଶ୍ବର ପ୍ରଧାନ, ସୁରେନ୍ଦ୍ର ମେହେର, ଅକ୍ଷୟ ପ୍ରଧାନ, ତପୋବନ୍ତ ନାୟକ, ମିନିଷ୍ଟର୍‌ ବାରିକ, କିଶୋର ସାହୁ ଆନ୍ଦୋଳନ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri