ବିକଳ୍ପ ବ୍ୟବସ୍ଥା ଆପଣେଇଲେ ସରକାର

ରସୁଲପୁର,୧୨ା୧୨(ଡି.ଏନ.ଏ.): ରାଜ୍ୟରେ ଅଙ୍ଗନୱାଡି କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ନଭେମ୍ବର ୨୧ରୁ ଆନ୍ଦୋଳନ ଆରମ୍ଭ ହୋଇ ୨୧ଦିନରେ ପହଞ୍ଚତ୍ଲାଣି। ଫଳରେ ଅଧିକାଂଶ ଅଙ୍ଗନୱାଡି କେନ୍ଦ୍ରରେ ତାଲା ଝୁଲୁଛି। କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଘରକୁ ରାଶନ ସାମଗ୍ରୀ ଯୋଗାଇବା କାର୍ଯ୍ୟ ଠପ୍‌ ହୋଇଯାଇଛି। ରସୁଲପୁର ବ୍ଲକର ୨୬୬ଟି କେନ୍ଦ୍ରରେ ସମାନ ସ୍ଥିତି ସୃଷ୍ଟି ହୋଇଛି। ହେଲେ ସ୍ଥିତିରେ ସୁଧାର ପାଇଁ ସରକାର ବିକଳ୍ପ ବ୍ୟବସ୍ଥା ବାହାର କରିଛନ୍ତି। ବ୍ଲକ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ସୁପରଭାଇଜରଙ୍କ ଜରିଆରେ ହିତାଧିକାରୀଙ୍କ ଠିକଣା ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି। ପରେ ଗର୍ଭବତୀ, ପ୍ରସୂତି ଓ ୭ମାସରୁ ଅଧିକ ଏବଂ ୩ବର୍ଷରୁ କମ୍‌ ଛୁଆଙ୍କ ଘରକୁ ରାଶନ ସାମଗ୍ରୀ ଭାବରେ ଛତୁଆ, ବାଦାମ ଲଡୁ, ସୁଜି ଆଦି ସାମଗ୍ରୀ ଦିଆଯାଇଛି। ମିଶନଶକ୍ତି ମହିଳାମାନେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ହେଲେ ସେମାନେ ଅଣ୍ଡା ବାଣ୍ଟିବାକୁ ରାଜି ହେଉନାହାନ୍ତି। ଅଣ୍ଡାକୁ ନିଜସ୍ବ ଖର୍ଚ୍ଚରେ ଦେବାକୁ କୁହାଯାଉଛି। ଏହି ଅର୍ଥ ପରେ ଭରଣା କରିବେ ବୋଲି ସରକାର କହୁଛନ୍ତି। ଏଥିରେ ପ୍ରକଳ୍ପ ଅଧିକାରୀ ଓ ମିଶନଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜିକା ରାଜି ହେଉନାହାନ୍ତି। ପରିଣାମ ସ୍ବରୂପ ଅଣ୍ଡା ବଣ୍ଟନ କରାଯାଇ ପାରୁନାହିଁ। ରିପୋର୍ଟ ପ୍ରଦାନ ବେଳେ ଅଧିକାରୀ ଅଣ୍ଡା ବଣ୍ଟନ ସ୍ଥାନରେ ଶୂନ୍ୟ ଲେଖି ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାଯାଇଛି।
ତେଣେ ଅଙ୍ଗନୱାଡି ସଂଘକୁ ଦୁଇ ଭାଗ ହୋଇଛି। ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନ ଆନ୍ଦୋଳନରୁ ଓହରି ଯାଇଥିବା ବେଳେ ସର୍ବଭାରତୀୟସ୍ତରର ସଂଗଠନ ଭାରତୀୟ ମଜୁଦର ସଂଘରେ ସାମିଲ ଥିବା କର୍ମୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ବ୍ଲକରେ ଭାରତୀୟ ମଜଦୁର ସଂଘକୁ ଛାଡିଦେଲେ ଅନ୍ୟ ସଂଘର ସକ୍ରିୟ କର୍ମୀ ନାହାନ୍ତି। ଫଳରେ ଏହି ବ୍ଲକର ସବୁ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପଡିଛି। ଯାଜପୁର ଜିଲାରେ ୧୦ ବ୍ଲକ ଓ ୨ଟି ପୌରପରିଷଦ ରହିଛି। ସବୁ ବ୍ଲକରେ ଶୁଖିଲା ରାଶନ ଘରେ ପହଞ୍ଚାଯାଇଛି। ରସୁଲପୁର ଓ ସୁକିନ୍ଦା ବ୍ଲକ ପଛରେ ପଡିଯାଇଛି ବୋଲି ସୂଚନା ମିଳିଛି। ଜିଲା ଅଧିକାରୀଙ୍କ ଚାପରେ ବ୍ଲକରେ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର, ମିଶନଶକ୍ତି ସଦସ୍ୟାଙ୍କ ଜରିଆରେ ପ୍ରଥମ ପର୍ଯ୍ୟାୟରେ ଛତୁଆ, ହାଲୁଆ, ବାଦାମଲଡୁ ପ୍ୟାକେଟ ଆଦି ଘରେ ପହଞ୍ଚାଯାଉଛି। ବ୍ଲକ ଅଧୀନ ପ୍ରଥମାଖଣ୍ଡି ଓ ରାଜେନ୍ଦ୍ରପୁର ପଞ୍ଚାୟତରେ ଗୁରୁବାରଠାରୁ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଅଧିକାରୀ ସତ୍ୟଭାମା ସାହୁଙ୍କ ସୂତ୍ରରୁ ଜଣାପଡିଛି। ଏହାକୁ ନେଇ ଅଙ୍ଗନୱାଡି କର୍ମୀ ପ୍ରତିକ୍ରିୟାଶୀଳ ହୋଇଛନ୍ତି। କାହାରି କାର୍ଯ୍ୟକୁ ବିରୋଧ କରୁନାହାନ୍ତି। ତେବେ ସରକାରଙ୍କ ସହ ଆଲୋଚନା ଜାରି ରହିଛି। ନିର୍ଭର ପ୍ରତିଶ୍ରୁତି ନ ମିଳିବା ଯାଏଁ ଆନ୍ଦୋଳନରୁ ଓହରିବେ ନାହଁି ବୋଲି ରାଜ୍ୟ ସଂଘ ନିଷ୍ପତ୍ତି ନେଇଥିବା ବ୍ଲକ ସଂଘ ସଭାପତି ଦୀପ୍ତିମୟୀ ସାହୁ ପ୍ରକାଶ କରିଛନ୍ତି। ଅଧିକାରୀ ସାହୁଙ୍କ ମତରେ ଘରକୁ ସାମଗ୍ରୀ ଯୋଗାଇବାରେ ରସୁଲପୁର ବ୍ଲକରେ ବିଳମ୍ବ ହେବାରୁ ଜିଲାରୁ ତାଙ୍କ ଉପରେ ଚାପ ପଡ଼ିଲା। ସେ ଚଳିତ ମାସ ୯ତାରିଖରୁ ରାଶନ ବାଣ୍ଟିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଆସନ୍ତା ଦିନରେ ସବୁ ପଞ୍ଚାୟତରେ ହିତାଧିକାରୀଙ୍କ ଘରେ ରାସନ ପହଞ୍ଚାଇବାକୁ ପ୍ରୟାସ କରାଯିବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri