ଟ୍ରାକ୍‌ରୁ ଖସିଲା ମାଲ୍‌ବାହୀ ଟ୍ରେନ୍‌, ଦୁଇ ବଗି ଭାଙ୍ଗିଲା

ପାରାଦୀପ,୨ା୯(ଶରତ ରାଉତ): ପାରାଦୀପ ରଙ୍ଗିଆଗଡ଼ ରେଲଓ୍ବେ ଷ୍ଟେଶନ ପାଖ ବାଉରିଆପାଳନନ୍ଦା ଠାରେ ସୋମବାର ମଧ୍ୟାହ୍ନରେ ଏକ ମାଲବାହୀ ଟ୍ରେନ୍‌ର ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଗୋଟିଏ ରେଲଓ୍ବେ ଟ୍ରାକ୍‌ରୁ ଖସି ପଡ଼ିଥିବା ବେଳେ ଅନ୍ୟ ବଗି ଭାଙ୍ଗି ଗଳିପଡ଼ିଛି। ଏହି ଘଟଣା ପରେ ପୋର୍ଟ ରେଲଓ୍ବେ ଅଧିକାରୀ ଓ ଖୋର୍ଦ୍ଧା ଡିଭିଜନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି। ଗୋଟିଏ ବଗିକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ବଗିର ମରାମତି କାମ ଚାଲିଛି। ଏହି ସମୟରେ ପାରାଦୀପ ବନ୍ଦର ଭିତରୁ ବାହାରକୁ ଯିବାକୁ ଥିବା ପ୍ରାୟ ୩ଟି ଟ୍ରେନ୍‌ ଅଟକି ରହିଛି। ଯଦ୍ୱାରା ପଣ୍ୟ ପରିବହନ ବାଧାପ୍ରାପ୍ତ ହୋଇଛି। ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହେବାକୁ ୩ରୁ ୪ ଘଣ୍ଟା ଲାଗିବ ବୋଲି ଘଟଣାସ୍ଥଳରେ ଥିବା ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପତ୍ନୀଙ୍କଠାରୁ ଅଲଗା ହେବେ ଗୌରବ ଖନ୍ନା! ପ୍ରଶଂସକଙ୍କ ବଢ଼ିଲା ଚିନ୍ତା 

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ବିଜେତା ତଥା ଅଭିନେତା ଗୌରବ ଖନ୍ନା। ଶୋ’ରେ ପତ୍ନୀଙ୍କ ପ୍ରତି ଥିବା ଭଲପାଇବାକୁ ନେଇ ସେ ଖବର…

ପାଇଖାନା ଯାଇଥିବା ବେଳେ ପଡ଼ିଗଲା କାନ୍ଥ, ଅକାଳରେ ଚାଲିଗଲା ଜୀବନ

ପାଇକମାଳ,୨୮ା୧( ବଡ ଶତପଥୀ) : ବରଗଡ଼ ଜିଲା ପାଇକମାଳ ବ୍ଲକ୍ ମାଣ୍ଡୋସିଲ ଗାଁରେ ଅଭାବନୀୟ ଘଟଣା । ମଙ୍ଗଳବାର ଭୋର ୫ଟାରେ ପାଇଖାନା କାନ୍ଥ ପଡ଼ି ଜଣେ…

ନବନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ ଡାକରା, ଥୁଆମୂଳ ରାମପୁରରେ ମିଶ୍ରିତ ପ୍ରଭାବ

ଥୁଆମୂଳ ରାମପୁର, ୨୮ା୧ (ଦୁର୍ଗା କୀର୍ତ୍ତି): ରାଜ୍ୟରେ ଧାନ ବିକ୍ରିରେ ଅବ୍ୟବସ୍ଥା, ସ୍ମାର୍ଟ ମିଟର ନାମରେ ଟାଟା ପାୱାରର ଶୋଷଣ ଏବଂ ପରିବହନ କ୍ଷେତ୍ରରେ ମାତ୍ରାଧିକ ଜରିମାନା…

IPL ୨୦୨୬ରେ ଏସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ: ତାଲିକାରେ ଷ୍ଟିଭ୍ ସ୍ମିଥ୍, ଉମେଶ ଯାଦବ

ମୁମ୍ବାଇ,୨୮ା୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଆଗାମୀ ସିଜିନ୍ ଆଉ କିଛିଦିନ ପରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିସିସିଆଇ ପକ୍ଷରୁ ‘ରେଜିଷ୍ଟର୍ଡ ଆଭେଲେବଲ୍ ପ୍ଲେୟାର…

ଯୋଗାଣ ମନ୍ତ୍ରୀଙ୍କ କଡ଼ା ତାଗିଦ, ମୃତ ବ୍ୟକ୍ତିଙ୍କ ନାଁରେ ଯେତିକି ଚାଉଳ ଉଠିଥିବ ଦେଢ଼ଗୁଣା…

ଭୁବନେଶ୍ବର,୨୮ା୧:  ମୃତକଙ୍କ ନାଁରେ ଚାଉଳ ଉଠାଉଥିବା ବ୍ୟକ୍ତିଙ୍କୁ କଡ଼ା ତାଗିଦ କଲେ ଯୋଗାଣ ମନ୍ତ୍ରୀ । ମୃତକଙ୍କ ନାଁରେ ଚାଉଳ ଉଠାଉଥିଲେ ଆକ୍ସନ୍ ହେବ କହିଛନ୍ତି କୃଷ୍ଣଚନ୍ଦ୍ର…

୩୦ ବର୍ଷ ପରେ ଅସ୍ତ ହେବେ ଶନି, ହୋଲି ପରେ ଖୋଲିବ ଏହି ୩ ରାଶିର ଭାଗ୍ୟ

ନଅଟି ଗ୍ରହ ମଧ୍ୟରୁ ଗୋଟିଏ ଶନି ମହାରାଜଙ୍କୁ ନ୍ୟାୟ, ଶୃଙ୍ଖଳା ଏବଂ ଦାୟିତ୍ୱର କାରକ ବୋଲି ବିବେଚନା କରାଯାଏ। ଏହା ବ୍ୟକ୍ତିର ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ…

“ରାଜନୀତିରେ ମୂଲ୍ୟ ଦେବାକୁ ପଡ଼େ”: ଅଜିତଙ୍କ ମୃତ୍ୟୁ ପରେ ଏପରି କାହିଁକି କହିଲେ ରାଜ ଠାକରେ

ପୁଣେ,୨୮।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆକସ୍ମିକ ନିଧନରେ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ଏପରି ସମୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ…

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri