ଭୁବନେଶ୍ୱର,୧୩।୬: ମଲ୍ଟି ବିଜ୍ନେସ କର୍ପୋରେଶନ ଏବଂ ଏକ ଅଗ୍ରଣୀ ଏଫ୍ଏମ୍ସିଜି କନ୍ଗ୍ଲୋମିରେଟ ଭାବେ ଜଣାଶୁଣା ଧରମପାଲ ସତ୍ୟପାଲ ଗ୍ରୁପ (ଡିଏସ୍ ଗ୍ରୁପ) ନିକଟରେ ଦି ଗୁଡ୍ ଷ୍ଟଫ୍ ପ୍ରାଇଭେଟ ଲିମିଟେଡ ଏବଂ ତା’ର ଲୁଭିଟ ଚକୋଲେଟ ଏବଂ କନ୍ଫେକ୍ଶନାରିକୁ ଅଧିଗ୍ରହଣ କରିଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଦି ଗୁଡ୍ ଷ୍ଟଫ ପ୍ରାଇଭେଟ ଲିମିଟେଡ (ପୂର୍ବରୁ ଗ୍ଲୋବାଲ ସିପି ପିଭି ଲିମିଟେଡ ନାମରେ ଜଣାଶୁଣା) କନ୍ଫେକ୍ଶନାରି ଏବଂ ଲୁଭିଟ ଚକୋଲେଟ ବ୍ରାଣ୍ଡ୍ର ମାଲିକ ଭାବେ ଜଣାଶୁଣା। ଯାହାକି ପୂର୍ବରୁ ଏହା ଗୋଲ୍ଡମ୍ୟାନ୍ ସାକ୍ସ ଏବଂ ମିତସୁଇ ଭେଞ୍ଚର୍ସ୍ର ମାଲିକାନାରେ ଥିଲା। ଏପରିକି ଡିଏସ ଗ୍ରୁପର ଏହି ଅଧିଗ୍ରହଣ ବିଶେଷ କରି କନ୍ଫେକ୍ଶନାରି ପୋର୍ଟଫୋଲିଓକୁ ବଞ୍ଚାଇବା ଏବଂ ମଜଭୁତ କରିବା ପାଇଁ ଏକ ବିଧିବଦ୍ଧ ରଣନୀତିକ ପଦକ୍ଷେପ ବୋଲି କୁହାଯାଉଛି। ବିଶେଷ କରି ୨୦୧୨ ରେ ଡିଏସ୍ ଗ୍ରୁପ୍ କନ୍ଫେକ୍ଶନାରି ବ୍ୟବସାୟରେ ପ୍ରବେଶ କରିଥିଲା ଏବଂ ପାସ୍ପାସ୍, ପଲ୍ସ, ଚିଙ୍ଗଲେସ୍, ରଜନୀଗନ୍ଧା ସିଲଭର ମୋତି, ମ୍ୟାଜେ ଭଳି ଲୋକପ୍ରିୟ ଅଣ ଚକୋଲେଟ୍ ବ୍ରାଣ୍ଡ୍ର ଏକ ବୃହତ ସମାବେଶ ଏବଂ ଭାରତ ବଜାରରେ ଏହାର ପ୍ରଥମ ଶୁଭାରମ୍ଭ (ଲଞ୍ଚ) ପାଇଁ ବିଳାସପୂର୍ଣ୍ଣ ସ୍ବିସ୍ ଚକୋଲେଟ୍ ବ୍ରାଣ୍ଡ୍ ଲେଡେରାଚ୍ ସହିତ ସହଭାଗିତା କରିଥିଲା।
ଏ ସମ୍ପର୍କରେ ଡିଏସ୍ ଗ୍ରୁପ୍ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି, ଡିଏସ୍ ଗ୍ରୁପ୍ ଦୀର୍ଘ ବର୍ଷ ଧରି କନ୍ଫେକ୍ଶନାରି ସେଗମେଣ୍ଟରେ ନିଜର ଉପସ୍ଥିତ ବୃଦ୍ଧି ଉପରେ ଧ୍ୟାନ ଦେଉଛି। ଏପରିକି ଲୁଭିଟକୁ ଅଧିଗ୍ରହଣ କରିବା ଆମର କନ୍ଫେକ୍ଶନାରି ବୃଦ୍ଧି ଏବଂ ଆମର ପାଦଚିହ୍ନ ସହିତ ଚକୋଲେଟ୍ ସେଗମେଣ୍ଟରେ ପ୍ରବେଶ କରିବା ପାଇଁ ଏକ ରଣନୀତିକ ନିଷ୍ପତ୍ତି। ବିଶେଷ କରି ଏହା ଆମକୁ ଆମର ଉତ୍ପାଦ ପୋର୍ଟଫୋଲିଓ ବିସ୍ତାର କରିବାକୁ ସକ୍ଷମ କରିବ।
ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର
ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…
କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି
କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…
ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…
ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…
ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ମଇଦାନରେ ଅଛନ୍ତି ଏମାନେ, ଆଜି ଫଳାଫଳ ଘୋଷଣା
ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର…
ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ
ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…
ମୋଦି-ଟ୍ରମ୍ପଙ୍କ ଫୋନ କଲ୍ରେ ଏଲନ ମସ୍କଙ୍କ ଉପସ୍ଥିତିକୁ ନେଇ କୂଟନୈତିକ ମହଲରେ ହଇଚଇ
ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ ଆଲୋଚନା ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। କିନ୍ତୁ ଏହି ଆଲୋଚନା…
ବାଇକ୍ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…
ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…
ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ
କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…
Archives

