ଭୁବନେଶ୍ୱର,୧୩।୬: ଦେଶର ପ୍ରମୁଖ ଦେୟ ଏବଂ ଆର୍ଥତ୍କ ସେବାପ୍ରଦାନକାରୀ ସଂସ୍ଥା ତଥା କ୍ୟୁଆର ଏବଂ ମୋବାଇଲ୍ ପେମେଣ୍ଟର ଅଗ୍ରଣୀ କମ୍ପାନୀ ପେଟିଏମ ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (ସିଏମ୍ଆର୍ଏଫ୍) ସହ ସହଭାଗିତା କରିଥିବା ଜଣାପଡିଛି। ବିଶେଷ କରି ୨୦୨୩ ଜୁନ ୨ରେ ବାଲେଶ୍ୱର ବାହାନଗାଠାରେ ଘଟି ଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ପୀଡ଼ିତଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପେଟିଏମ୍ର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ୟୁନିଟ ପେଟିଏମ୍ ଫାଉଣ୍ଡେଶନ୍ ପକ୍ଷରୁ ଏକ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି। ଏପରିକି ବାଲେଶ୍ୱର ରେଳ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଉକ୍ତ ପାଣ୍ଠି ସଂଗ୍ରହ ଲାଗି ଓଡ଼ିଶା ସିଏମଆରଏଫ ସହିତ ଉକ୍ତ ସହଭାଗିତା (ଅଂଶୀଦାର) ସ୍ଥାପନ ହୋଇଛି। ଅପରପକ୍ଷରେ ପୀଡ଼ିତାଙ୍କୁ ଅଧିକ ସାହାଯ୍ୟ କରିବା ପାଇଁ ବ୍ୟବହାରକାରୀଙ୍କଠାରୁ ଉଠାଯାଇଥିବା ପ୍ରତ୍ୟେକ ଟଙ୍କା ଲାଗି ପେଟିଏମ୍ ଫାଉଣ୍ଡେଶନ୍ ସମୁଦାୟ ଉପଭୋକ୍ତା ଦାନ ସହିତ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରେ ୨ଗୁଣ ରାଶି ଯୋଗଦାନ କରିବ। ସେହିଭଳି ଏହି ପାଣ୍ଠି ସଂଗ୍ରହ ଅଭିଯାନ ପେଟିଏମ୍ ଆପରେ ଉପଲବ୍ଧ ହେବ। ଯେଉଁଠାରେ ଉପଭୋକ୍ତାମାନେ ପେଟିଏମ୍ ୱାଲେଟ୍, ପେଟିଏମ୍ ୟୁପିଆଇ, ପେଟିଏମ୍ ପୋଷ୍ଟପେଡ୍, ନେଟ୍ ବ୍ୟାଙ୍କିଙ୍ଗ୍, ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ମାଧ୍ୟମରେ ମଧ୍ୟ ଓଡ଼ିଶାର ସିଏମଆରଏଫ (ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି) କୁ ଦାନ କରି ପାରିବେ ବୋଲି ପେଟିଏମ୍ ଫାଉଣ୍ଡେଶନର ମୁଖପାତ୍ର ମତବ୍ୟକ୍ତ କରିଛନ୍ତି। ଉକ୍ତ ପାଣ୍ଠିରେ ଯେ କୌଣସି ଅବଦାନ ଆୟକର ଅଧିନିୟମ, ୧୯୬୧ର ଧାରା ୮୦ (ଏ) ଅନୁଯାୟୀ ୧୦୦% ଆୟକର ଛାଡ ପାଇଁ ଯୋଗ୍ୟ ଅଟେ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

