Posted inଫୁରସତ

ଏଭରେଷ୍ଟ ଶିଖର ଛୁଇଁବା ଲକ୍ଷ୍ୟ

ପାଣିରେ ପହଁରିବା, ଗଛଚଢ଼ାଠାରୁ ଆରମ୍ଭ କରି ପାହାଡ଼ଚଢ଼ା ପର୍ଯ୍ୟନ୍ତ ବିଭିନ୍ନ ଦୁଃସାହସିକ କାର୍ଯ୍ୟ କରିବାରେ ତାଙ୍କୁ ମିଳେ ଆନନ୍ଦ। ଏହି ନିଶା ତାଙ୍କୁ ବିଶ୍ବ ରେକର୍ଡ ହାସଲ କରି ନିଜର ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରିଛି। ସେ ହେଉଛନ୍ତି କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ଗ୍ରାମ ପଞ୍ଚାୟତ ନୂଆଗାଁ ଗ୍ରାମର ଶକୁନ୍ତଳା ଏବଂ ଶ୍ୟାମ ସୁନ୍ଦର ମହାନ୍ତଙ୍କ ପୁତ୍ର ଜଗନ୍ନାଥ। ନିକଟରେ ”ଭାରତୀୟ ସାହସିକ ସଂସ୍ଥାନ (IAF)“ ସର୍ବଭାରତୀୟ ସ୍ତରରୁ ୨୧ ଜଣଙ୍କୁ ନେଇ କେଦାରକଣ୍ଠକଠାରେ ପର୍ବତାରୋହଣ କାର୍ଯ୍ୟକ୍ରମ ୩୦ ଡିସେମ୍ବର ୨୦୨୧ଠାରୁ ୦୪ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ସେଠାରେ ସମସ୍ତେ ହିମାଳୟ ପର୍ବତମାଳାର ୧୨,୫୦୦ ଫୁଟ ଉଚ୍ଚତାରେ -୧୬ ଡିଗ୍ରୀ ତାପମାତ୍ରାରେ ରହି ୨୮୦ ମିଟର ଲମ୍ବର ଜାତୀୟ ପତାକା ଉଡ଼ାଇ ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି। ସେହି କାର୍ଯ୍ୟକ୍ରମରେ ଜଗନ୍ନାଥ ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବେ ପର୍ବତାରୋହଣ କରିଥିଲେ। ୨୧ କି.ମି. ମାରାଥନ୍‌ ଦୌଡ଼ରେ ମଧ୍ୟ ସେ ସଫଳତା ହାସଲ କରିଛନ୍ତି। ଭାରତୀୟ ସାହସିକ ସଂସ୍ଥାନ (ଇଣ୍ଡିଆନ ଆଡ୍‌ଭେଞ୍ଚର୍ସ ଫାଉଣ୍ଡେଶନ) (IAF)ରେ ଜଗନ୍ନାଥ ୨୦୧୬ ମସିହାଠାରୁ ପ୍ରଶିକ୍ଷଣ ନେଇଆସୁଛନ୍ତି ।

କ୍ରୀଡ଼ା ବ୍ୟତୀତ ଜଗନ୍ନାଥ ଜଣେ ମେଧାବୀ ଛାତ୍ର ମଧ୍ୟ। ଆଉ ଏହି ଦିଗରେ ନିଜର ଦକ୍ଷତା ଯୋଗୁ ସେ ବର୍ତ୍ତମାନ ସୁଦ୍ଧା ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସ୍‌, ୟୁନିଭର୍ସାଲ ବୁକ୍‌ ଅଫ୍‌ ରେକର୍ଡସ୍‌ ଏବଂ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ନାମ ପଞ୍ଜୀକରଣ କରିସାରିଛନ୍ତି। କେବଳ ଏତିକି ନୁହେଁ, ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ରହିଛି ଢେର ଅବଦାନ। ବର୍ତ୍ତମାନ ସୁଦ୍ଧା ସେ ୨୧ ଜଣଙ୍କୁ ରକ୍ତଦାନ କରିସାରିଥିବା ବେଳେ କରୋନା ମହାମାରୀ ସମୟରେ ଜନସାଧାରଣଙ୍କୁ ସଚେତନ କରାଇବା ସହ ସହଯୋଗର ହାତ ମଧ୍ୟ ବଢ଼ାଇଥିଲେ। ଏହି ମହତ୍‌ କାର୍ଯ୍ୟ ଲାଗି ତାଙ୍କୁ ରାଷ୍ଟ୍ରୀୟ ପ୍ରେରଣା ଦୂତ ସମ୍ମାନ -୨୦୨୧, ପ୍ରାଇଡ୍‌ ଅଫ୍‌ ୟଙ୍ଗ୍‌ ହିନ୍ଦୁସ୍ତାନ ଆୱାର୍ଡ -୨୦୨୧ରେ ସମ୍ମାନିତ କରାଯାଇଛି। ଗତବର୍ଷ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୦ଟି ଦେଶରୁ ବଛାଯାଇଥିବା ୧୦୦ ଜଣ ସାମାଜିକ କର୍ମୀଙ୍କ ନାମ ଚୟନ ହୋଇଥିଲା। ଏହା ମଧ୍ୟରେ ଭାରତରୁ ଥିବା ମାତ୍ର ୩ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ଜଗନ୍ନାଥ ଗ୍ଲୋବାଲ ଚେଞ୍ଜ୍‌ ମେକର୍‌ ଆୱାର୍ଡ -୨୦୨୧ ବିଜେତା ହୋଇ ଓଡ଼ିଶା ପାଇଁ ଗର୍ବ ଆଣି ଦେଇଥିଲେ। ନିଜ ସଫଳତାର ଶ୍ରେୟ ମାତାପିତା, ଗୁରୁ ଏବଂ ସମସ୍ତ ସାଙ୍ଗସାଥୀଙ୍କୁ ଦେଉଥିବା ଜଗନ୍ନାଥ ଆଗାମୀ ଦିନରେ ଏଭରେଷ୍ଟ ପର୍ବତ ଆରୋହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି।
– ନରେଶ ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri