Posted inଫୁରସତ

ଏଭରେଷ୍ଟ ଶିଖର ଛୁଇଁବା ଲକ୍ଷ୍ୟ

ପାଣିରେ ପହଁରିବା, ଗଛଚଢ଼ାଠାରୁ ଆରମ୍ଭ କରି ପାହାଡ଼ଚଢ଼ା ପର୍ଯ୍ୟନ୍ତ ବିଭିନ୍ନ ଦୁଃସାହସିକ କାର୍ଯ୍ୟ କରିବାରେ ତାଙ୍କୁ ମିଳେ ଆନନ୍ଦ। ଏହି ନିଶା ତାଙ୍କୁ ବିଶ୍ବ ରେକର୍ଡ ହାସଲ କରି ନିଜର ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରିଛି। ସେ ହେଉଛନ୍ତି କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ଗ୍ରାମ ପଞ୍ଚାୟତ ନୂଆଗାଁ ଗ୍ରାମର ଶକୁନ୍ତଳା ଏବଂ ଶ୍ୟାମ ସୁନ୍ଦର ମହାନ୍ତଙ୍କ ପୁତ୍ର ଜଗନ୍ନାଥ। ନିକଟରେ ”ଭାରତୀୟ ସାହସିକ ସଂସ୍ଥାନ (IAF)“ ସର୍ବଭାରତୀୟ ସ୍ତରରୁ ୨୧ ଜଣଙ୍କୁ ନେଇ କେଦାରକଣ୍ଠକଠାରେ ପର୍ବତାରୋହଣ କାର୍ଯ୍ୟକ୍ରମ ୩୦ ଡିସେମ୍ବର ୨୦୨୧ଠାରୁ ୦୪ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ସେଠାରେ ସମସ୍ତେ ହିମାଳୟ ପର୍ବତମାଳାର ୧୨,୫୦୦ ଫୁଟ ଉଚ୍ଚତାରେ -୧୬ ଡିଗ୍ରୀ ତାପମାତ୍ରାରେ ରହି ୨୮୦ ମିଟର ଲମ୍ବର ଜାତୀୟ ପତାକା ଉଡ଼ାଇ ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି। ସେହି କାର୍ଯ୍ୟକ୍ରମରେ ଜଗନ୍ନାଥ ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବେ ପର୍ବତାରୋହଣ କରିଥିଲେ। ୨୧ କି.ମି. ମାରାଥନ୍‌ ଦୌଡ଼ରେ ମଧ୍ୟ ସେ ସଫଳତା ହାସଲ କରିଛନ୍ତି। ଭାରତୀୟ ସାହସିକ ସଂସ୍ଥାନ (ଇଣ୍ଡିଆନ ଆଡ୍‌ଭେଞ୍ଚର୍ସ ଫାଉଣ୍ଡେଶନ) (IAF)ରେ ଜଗନ୍ନାଥ ୨୦୧୬ ମସିହାଠାରୁ ପ୍ରଶିକ୍ଷଣ ନେଇଆସୁଛନ୍ତି ।

କ୍ରୀଡ଼ା ବ୍ୟତୀତ ଜଗନ୍ନାଥ ଜଣେ ମେଧାବୀ ଛାତ୍ର ମଧ୍ୟ। ଆଉ ଏହି ଦିଗରେ ନିଜର ଦକ୍ଷତା ଯୋଗୁ ସେ ବର୍ତ୍ତମାନ ସୁଦ୍ଧା ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସ୍‌, ୟୁନିଭର୍ସାଲ ବୁକ୍‌ ଅଫ୍‌ ରେକର୍ଡସ୍‌ ଏବଂ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ନାମ ପଞ୍ଜୀକରଣ କରିସାରିଛନ୍ତି। କେବଳ ଏତିକି ନୁହେଁ, ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ରହିଛି ଢେର ଅବଦାନ। ବର୍ତ୍ତମାନ ସୁଦ୍ଧା ସେ ୨୧ ଜଣଙ୍କୁ ରକ୍ତଦାନ କରିସାରିଥିବା ବେଳେ କରୋନା ମହାମାରୀ ସମୟରେ ଜନସାଧାରଣଙ୍କୁ ସଚେତନ କରାଇବା ସହ ସହଯୋଗର ହାତ ମଧ୍ୟ ବଢ଼ାଇଥିଲେ। ଏହି ମହତ୍‌ କାର୍ଯ୍ୟ ଲାଗି ତାଙ୍କୁ ରାଷ୍ଟ୍ରୀୟ ପ୍ରେରଣା ଦୂତ ସମ୍ମାନ -୨୦୨୧, ପ୍ରାଇଡ୍‌ ଅଫ୍‌ ୟଙ୍ଗ୍‌ ହିନ୍ଦୁସ୍ତାନ ଆୱାର୍ଡ -୨୦୨୧ରେ ସମ୍ମାନିତ କରାଯାଇଛି। ଗତବର୍ଷ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୦ଟି ଦେଶରୁ ବଛାଯାଇଥିବା ୧୦୦ ଜଣ ସାମାଜିକ କର୍ମୀଙ୍କ ନାମ ଚୟନ ହୋଇଥିଲା। ଏହା ମଧ୍ୟରେ ଭାରତରୁ ଥିବା ମାତ୍ର ୩ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ଜଗନ୍ନାଥ ଗ୍ଲୋବାଲ ଚେଞ୍ଜ୍‌ ମେକର୍‌ ଆୱାର୍ଡ -୨୦୨୧ ବିଜେତା ହୋଇ ଓଡ଼ିଶା ପାଇଁ ଗର୍ବ ଆଣି ଦେଇଥିଲେ। ନିଜ ସଫଳତାର ଶ୍ରେୟ ମାତାପିତା, ଗୁରୁ ଏବଂ ସମସ୍ତ ସାଙ୍ଗସାଥୀଙ୍କୁ ଦେଉଥିବା ଜଗନ୍ନାଥ ଆଗାମୀ ଦିନରେ ଏଭରେଷ୍ଟ ପର୍ବତ ଆରୋହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି।
– ନରେଶ ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri