ପ୍ରତିଷ୍ଠିତ କଳାକାର ହେବା ଲକ୍ଷ୍ୟ

ବୟସ ମାତ୍ର ୨୧। ହେଲେ ସେ ଏବେ ବ୍ରହ୍ମପୁର ସହରର ଜଣେ ଜଣାଶୁଣା ନଁା। ସେ ଏକାଧାରରେ ଜଣେ ମଞ୍ଚ ଉପସ୍ଥାପକ, ଡ୍ୟାନ୍ସର, ସିଙ୍ଗର, ମଡେଲ, ଅଭିନେତା, ମିମିକ୍ରି ଆର୍ଟିଷ୍ଟ ଏବଂ ଚିତ୍ରଶିଳ୍ପୀ ମଧ୍ୟ। ଏହି ବହୁମୁଖୀ ଯୁବ ପ୍ରତିଭା ହେଉଛନ୍ତି ବ୍ରହ୍ମପୁର ଲାଞ୍ଜିପଲ୍ଳୀ ଉମାନଗର ନିବାସୀ ମାଆ ସାହିବାଣୀ ଏବଂ ବାପା ଈଶ୍ୱର ଲିମିଙ୍କ ପୁଅ ଶୁଭମ୍‌। ଛୋଟ ବେଳୁ ହିଁ ସେ କେତେବେଳେ ଟିଭି ଦେଖି ନାଚ ଗୀତ କରୁଥିଲେ ତ ଆଉ କେତେବେଳେ ପେନ୍‌ସିଲ, ପେପର ଧରି ଆଙ୍କୁଥିଲେ ଭଳିକି ଭଳି ଚିତ୍ର। ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ବେଳେ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜିଲାସ୍ତରରେ ଡ୍ରଇଂ ଓ ଡ୍ୟାନ୍ସରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ସହରରେ ପ୍ରାୟ ୧୧ରୁ ଊର୍ଦ୍ଧ୍ୱ ଷ୍ଟେଜ ଶୋ’ରେ ଭାଗନେଇ ପ୍ରଶଂସିତ ଓ ସମ୍ବର୍ଦ୍ଧିତ ହୋଇ ସାରିଛନ୍ତି। ଫ୍ୟାଶନ୍‌ ଓ ମଡେଲିଂ ପ୍ରତି ତାଙ୍କର ବିଶେଷ ରୁଚି ଥିବାରୁ ହାଇଦ୍ରାବାଦସ୍ଥିତ ସ୍କାଏ ମଡେଲିଂ ଇନ୍‌ଷ୍ଟିଚ୍ୟୁଟରୁ ତାଲିମ ଗ୍ରହଣ କରିଛନ୍ତି। ସେହିପରି ସ୍କେଚ ଆର୍ଟ ଓ ୱାଲ୍‌ପେଣ୍ଟିଂରେ ମଧ୍ୟ ସେ ସିଦ୍ଧହସ୍ତ। ବହୁବାର ଜିଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସମ୍ବର୍ଦ୍ଧିତ ହୋଇ ସାରିଛନ୍ତି। ସେହିପରି ପୂର୍ବରୁ ବହୁବାର ଗୋପାଳପୁର ବିଚ୍‌ ଫେଷ୍ଟିଭାଲରେ ମଧ୍ୟ ନିଜର ନୃତ୍ୟକଳା ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରିବା ସହ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇ ସାରିଛନ୍ତି। ବର୍ତ୍ତମାନ ସେ ଲାଞ୍ଜିପଲୀ, ରାମନଗରସ୍ଥିତ ଶ୍ୟାଡୋ ଷ୍ଟାର ଡ୍ୟାନ୍ସ ଏକାଡେମୀରେ ଜଣେ କୋରିଓଗ୍ରାଫର ଭାବେ ଉଭୟ କ୍ଲାସିକାଲ ଓ ୱେଷ୍ଟର୍ନ ଡ୍ୟାନ୍ସ ତାଲିମ ପ୍ରଦାନ କରୁଛନ୍ତି। ସେ କୁହନ୍ତି, ନିକଟରେ ଅନୁଷ୍ଠିତ ହୋଇ ଯାଇଥିବା ବ୍ରହ୍ମପୁର ସିଲ୍କ ସିଟି ଫେଷ୍ଟର ୪ର୍ଥ ସନ୍ଧ୍ୟାରେ ମୋ ଦ୍ୱାରା ତାଲିମପ୍ରାପ୍ତ ପିଲାମାନେ ଯେତେବେଳେ ଷ୍ଟେଜରେ ଡ୍ୟାନ୍ସ ପ୍ରଦର୍ଶନ କରି ପ୍ରଶଂସିତ ହେଉଥିଲେ, ମୋତେ ଯେଉଁ ଖୁସି ମିଳୁଥିଲା ତାହା ଅବର୍ଣ୍ଣନୀୟ। ତେବେ ଭବିଷ୍ୟତରେ ଜଣେ ସଫଳ ଅଭିନେତା ହୋଇ ଦର୍ଶକଙ୍କୁ ନିଜ ଅଭିନୟ, ନୃତ୍ୟ ଓ ସଙ୍ଗୀତ ଯାଦୁରେ ବାନ୍ଧି ରଖିବା ତାଙ୍କର ଲକ୍ଷ୍ୟ ବୋଲି ପ୍ରକାଶ କରନ୍ତି ଶୁଭମ୍‌ ।
– ତନୁଶ୍ରୀ ନାହାକ


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଥମୁନି ଦାଦନ ଦୁଖଃ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୩ା୪(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କୋଏମ୍ୱାଟୁରରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ବେହେରା(୪୫)।…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri