Posted inଫୁରସତ

ସଫଳ ଚିତ୍ରଶିଳ୍ପୀ ହେବାର ଲକ୍ଷ୍ୟ

ଜଣେ ସଫଳ ଚିତ୍ରଶିଳ୍ପୀ ହେବାର ଲକ୍ଷ୍ୟ ତାଙ୍କର ପିଲାଟି ବେଳୁ। ସେଥିପାଇଁ ସ୍କୁଲରେ ପଢ଼ୁଥିବା ସମୟରୁ ହିଁ ଚିତ୍ର ଶିଖିବା ଆରମ୍ଭ କରିଥିଲେ ସେ। ଜଣେ ଜଗନ୍ନାଥପ୍ରେମୀ ଭାବେ ପ୍ରଥମେ ସେ ଜଗନ୍ନାଥ ଚିତ୍ର ଆଙ୍କିବାକୁ ଭଲପାଆନ୍ତି। ଆଉ ଏହି ନିଶା ପାଇଁ ସେ ନ୍ୟାଶନାଲ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜ ନାମକୁ ସାମିଲ କରିବାରେ ସକ୍ଷମ ହୋଇଛନ୍ତି। ସେ ହେଉଛନ୍ତି ବ୍ରହ୍ମପୁର ସହର ଆମ୍ବପୁଆ ମାରୁତି ନଗର ଅଞ୍ଚଳର ମା’ ନକ୍ଷତ୍ରମାଳା ଓ ପିତା ନୀଳମାଧବ ପଣ୍ଡାଙ୍କ ଝିଅ ମନୀଷା କୁମାରୀ। ମାତ୍ର ୮ମ ଶ୍ରେଣୀରୁ ସେ ବିଭିନ୍ନ ଚିତ୍ର ଅଙ୍କନ କରିଆସୁଛନ୍ତି। ଗତ ଲକ୍‌ଡାଉନ ସମୟରେ ଏକ କାଗଜ ପ୍ଲେଟରେ ଜଗନ୍ନାଥଙ୍କ ଚିତ୍ର ଅଙ୍କନ କରି ଅନେକଙ୍କଠାରୁ ବେଶ୍‌ ପ୍ରଶଂସା ସାଉଁଟିଥିଲେ। ଏହା ବ୍ୟତୀତ ସେ ବିଭିନ୍ନ ବର୍ଜ୍ୟବସ୍ତୁରେ ମଧ୍ୟ ଜଗନ୍ନାଥଙ୍କ ଚିତ୍ର ଅଙ୍କନ କରିଥିଲେ। ଏହାକୁ ସେ ନ୍ୟାଶନାଲ ବୁକ୍‌ ଅଫ୍‌ ରେକଡର୍‌ସ ନିମନ୍ତେ ଆବେଦନ କରିଥିଲେ ଏବଂ ରେକଡର୍‌ସରେ ସ୍ଥାନ ମଧ୍ୟ ପାଇଥିଲେ। ଏହାପରଠୁ ସେ ବିଭିନ୍ନ ଅଦରକାରୀ ସାମଗ୍ରୀରେ ଚିତ୍ର କରିବା ଆରମ୍ଭ କରିଥିଲେ। ଏଥିରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ସହଯୋଗ କରୁଥିବା ସେ କହିଛନ୍ତିି। ଏଥିସହ ସେ ପଟ୍ଟଚିତ୍ର ସମେତ ୱାର୍ଲି ଆର୍ଟ, ମଣ୍ଡଳ ଆର୍ଟ, ଡଟ୍‌ ମଣ୍ଡଳ, ଲିପନ ଚିତ୍ରକଳା ଓ ବୋତଲରେ ଚିତ୍ରକଳା କରୁଛନ୍ତି। ପବିତ୍ର ରଥଯାତ୍ରା ଅବସରରେ ଅବ୍ୟବହୃତ କାଗଜ ପ୍ଲେଟଗୁଡ଼ିକରେ ଜଗନ୍ନାଥଙ୍କ ଦଶ ଅବତାର, ନବଗୁଞ୍ଜର ବେଶ ଆଙ୍କିଛନ୍ତି, ଯାହା ଦେଖିବା ପାଇଁ ବେଶ୍‌ ସୁନ୍ଦର ଓ ଆକର୍ଷକ। କେବଳ ଏତିକି ନୁହେଁ, ସେ ପ୍ଲାଷ୍ଟିକ ଚାମଚ, ପ୍ଲେଟ, ହରଡ଼ ଡାଲି, ମାଟିପାତ୍ର, ଔଷଧ ଷ୍ଟ୍ରିପ, ବୋତଲ, କଉଡ଼ି, ମାଟିହାଣ୍ଡି, ଆଲ୍‌ମଣ୍ଡ, ଅବଢ଼ା ହାଣ୍ଡି, ଓସ୍ତ ପତ୍ର, ପଥର, ଶାଳଗ୍ରାମ ଆଦିରେ ଜଗନ୍ନାଥ କଳାକୃତି ଆଙ୍କି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏଭଳି କଳାକୃତି ପାଇଁ ମନୀଷାଙ୍କୁ ଅଫିସିଆଲ ଇଣ୍ଡିଆ, ଅଡୁରା ଲ୍ୟାଣ୍ଡ, ମଣିକର୍ଣ୍ଣିକା ଆର୍ଟ ଗାଲେରିରୁ ଜଣେ ଦକ୍ଷ ଚିତ୍ରଶିଳ୍ପୀ ରୂପେ ସମ୍ବର୍ଦ୍ଧିିତ କରାଯାଇଛି।
– ସ୍ମୃତିରଞ୍ଜନ ମହାଳିକ


Enter your email to get our daily news in your inbox.

All Right Reserved By Dharitri.Com

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

ପ୍ରଥମ ଦିନରେ ସିଂହାରିନି ଦଳ ବିଜୟୀ: ଆଜି ହେବ ଫାଇନାଲ ମୁକାବିଲା

ଗଞ୍ଜାମ,୩୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ସୋମବାର…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ରାଶନ ଦୋକାନରେ ପୁଣି ମିଳିବ କିରୋସିନ: ଶକ୍ତି ସଙ୍କଟ ମଧ୍ୟରେ କେଉଁ ରାଜ୍ୟକୁ ମିଳିଲା ଅନୁମୋଦନ ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୩: ଆଜି ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ୩୨ ତମ ଦିନ। ଏହା ଶକ୍ତି ଯୋଗାଣ ନେଇ ଚିନ୍ତାକୁ ଆହୁରି ଘନୀଭୂତ କରିଛି। ଏହି ଶକ୍ତି ସଙ୍କଟ ମଧ୍ୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri