ଖୁବ୍‌ଶୀଘ୍ର ‘ଦି ଗର୍ଲଫ୍ରେଣ୍ଡ’: ରଶ୍ମିକା

ହାଇଦ୍ରାବାଦ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ସମ୍ପ୍ରତି ନିଜର ଆଗାମୀ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଦି ଗର୍ଲଫ୍ରେଣ୍ଡ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମକୁ ନେଇ ରଶ୍ମିକାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଫିଲ୍ମକୁ ଯଥାଶୀଘ୍ର ରିଲିଜ୍‌ କରିବା ପାଇଁ ସେମାନେ ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ୍‌ ଆରମ୍ଭ କରିଛନ୍ତି। ଏନେଇ ରଶ୍ମିକା ତାଙ୍କ ଏକ୍ସ’ ହ୍ୟାଣ୍ଡେଲରେ କହିଛନ୍ତି, ପ୍ରିୟ ପ୍ରଶଂସକମାନେ, ‘ଦି ଗର୍ଲଫ୍ରେଣ୍ଡ’ ଫିଲ୍ମ ଯଥାଶୀଘ୍ର ରିଲିଜ୍‌ ହେଉ ବୋଲି ଆପଣମାନେ ଚାହୁଁଛନ୍ତି। ଏଥିପାଇଁ ଆପଣମାନେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ ମଧ୍ୟ ଆରମ୍ଭ କରିଛନ୍ତି। ‘ଦି ଗର୍ଲଫ୍ରେଣ୍ଡ’ର ପୂରା ଟିମ୍‌ ପ୍ରତି ଏହା ଆପଣଙ୍କ ଭଲ ପାଇବାକୁ ଦର୍ଶାଉଛି। ସମ୍ପ୍ରତି ନିର୍ଦ୍ଦେଶକ ରାହୁଲ ରବୀନ୍ଦ୍ରନ୍‌ ‘ଦି ଗର୍ଲଫ୍ରେଣ୍ଡ’ ଫିଲ୍ମକୁ ଉତ୍କୃଷ୍ଟ କରିବା ପାଇଁ କଠିନ ପ୍ରୟାସ କରୁଛନ୍ତି। ‘ଦି ଗର୍ଲଫ୍ରେଣ୍ଡ’ ସମ୍ପୂର୍ଣ୍ଣ ଭାବରେ ଏକ ଚରିତ୍ର ଆଧାରିତ ଫିଲ୍ମ, ଯାହା ଏହାକୁ ଅନ୍ୟ ଫିଲ୍ମଗୁଡ଼ିକଠାରୁ ଅଲଗା କରୁଛି। ଫିଲ୍ମକୁ ଶୀଘ୍ର ରିଲିଜ୍‌ ନେଇ ପ୍ରଶଂସକଙ୍କ ଟ୍ରେଣ୍ଡ୍‌ ପରେ ଏହାର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବା ସହ ଯଥାଶୀଘ୍ର ‘ଦି ଗର୍ଲଫ୍ରେଣ୍ଡ’କୁ ରିଲିଜ୍‌ କରାଯିବ ବୋଲି ରଶ୍ମିକା ନିଜ ପ୍ରଶଂସକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ‘ଦି ଗର୍ଲଫ୍ରେଣ୍ଡ’ ଏକ ତେଲୁଗୁ ଫିଲ୍ମ ହୋଇଥିବାବେଳେ ଏହାକୁ ହିନ୍ଦୀ, ତାମିଲ, ମାଲୟାଲମ ଏବଂ କନ୍ନଡ଼ ଭାଷାରେ ମଧ୍ୟ ରିଲିଜ୍‌ କରାଯିବ ବୋଲି ଫିଲ୍ମ ନିର୍ମାତାଙ୍କ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Ind Vs Pak: ଏହି ଷ୍ଟାର ଭାରତୀୟ ଖେଳାଳିଙ୍କୁ ନେଇ ଭୟ କଲାଣି ପାକିସ୍ତାନ!

ନୂଆଦିଲ୍ଲୀ,୧୪।୨: ଫେବୃଆରୀ ୧୫ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ICC ପୁରୁଷ ଟି୨୦ ବିଶ୍ୱକପ ୨୦୨୬ରେ ହେବାକୁ ଥିବା ହାଇ-ଭୋଲଟେଜ ମ୍ୟାଚ ପୂର୍ବରୁ ପରିବେଶ ଉଷ୍ମ…

ବ୍ୟାନର ମାରି ଉପସ୍ଥିତି ଦର୍ଶାଇଲେ ମାଓବାଦୀ: ଆତଙ୍କିତ ନ ହେବାକୁ….

ରାୟଗଡ଼ା/କଲ୍ୟାଣସିଂହପୁର,୧୪।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ମାଓବାଦୀ ନେତା ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ଜଣ ମାଓବାଦୀ ଆତ୍ମସମର୍ପଣ ପରେ ରାୟଗଡ଼ା ଜିଲା ଏକ ପ୍ରକାର ମାଓମୁକ୍ତ ଅଞ୍ଚଳ…

ସାଇବର ଠକଙ୍କ କବ୍‌ଜାରେ ବଲାଙ୍ଗୀରର ୯୯୨ ଆକାଉଣ୍ଟ

ବଲାଙ୍ଗୀର,୧୪ା୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ ଏକ ଆନ୍ତଃରାଜ୍ୟ ସାଇବର ଠକେଇ ରାକେଟର ପର୍ଦ୍ଦାଫାଶ କରିଛି। ବଲାଙ୍ଗୀର ଏସ୍‌ପି ଅଭିଳାଷ ଜି ଶୁକ୍ରବାର ସ୍ଥାନୀୟ…

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ହାତୀ ପାଇଁ ଅଟକିଲା ମାଲବାହୀ ଟ୍ରେନ୍‌: ଲୋକୋପାଇଲଟ….

କେନ୍ଦୁଝର/ଯୋଡ଼ା,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ/ମାନସ ମହାନ୍ତି):କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ବାମେବାରି ନିକଟ ନମିରା ଗ୍ରାମ ନିକଟ ବନ୍ଧୁଆବେଡ଼ାରେ ଗୁରୁବାର ସକାଳ ସମୟରେ ହାତୀ ପାଇଁ…

ହାସିନାଙ୍କ ପ୍ରତ୍ୟର୍ପଣ ଦାବିକଲା ବିଏନ୍‌ପି: ଆଜି ଶପଥ ନେବେ ତାରିକ୍‌ ରହମାନ

ଢାକା,୧୪ା୨(ପି.ଟି./ଏଜେନ୍ସି):୨୦୨୪ ଅଗଷ୍ଟରେ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ବିରୋଧରେ ମୁଣ୍ଡ ଟେକିଥିବା ଛାତ୍ର ଆନ୍ଦୋଳନ ଶେଷରେ ତାଙ୍କୁ କ୍ଷମତାଚ୍ୟୁତ କରିଥିଲା। ଅଗଷ୍ଟ ୫ରେ ହାସିନା ଦେଶ…

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

ପ୍ରତିଶ୍ରୁତି ମିଳିଲା, ଆନ୍ଦୋଳନ ହଟିଲା: ବିକ୍ରି ଅପେକ୍ଷାରେ ରହିଥିବା ଚାଷୀ

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ):ରବି ଚାଷକାର୍ଯ୍ୟ ସମୟ ଗଡ଼ି ଚାଲିଛି। କିଛି ଚାଷୀ ତଳିପକା କାର୍ଯ୍ୟ ସାରିଥିବାବେଳେ ଆଉ କିଛି ବିଲରେ ଧାନପହ୍ଲା ରୋଇ ସାରିଛନ୍ତି। ମାତ୍ର ଜିଲାରେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri