Posted inଜାତୀୟ

ବାପାଙ୍କ ନାଁରେ ମିଛ ବଳାତ୍କାର ଅଭିଯୋଗ କରିଥିଲେ ଝିଅ, ଜେଲ୍‌ରେ ୫ବର୍ଷ ରହିବା ପରେ ଜଣାପଡିଲା ସାଂଘାତିକ ସତ

ଡେରାଡୁନ,୧୩।୮: ବାପାଙ୍କ ନାଁରେ ମିଛ ବଳାତ୍କାର ଅଭିଯୋଗ ଆଣିଲେ ନିଜ ଜନ୍ମକଲା ଝିଅ। ଆଉ ଏହି ଅଭିଯୋଗନୁସାରେ ବାପାଙ୍କୁ ବି ହୋଇଥିଲା ୫ବର୍ଷ ଜେଲ୍‌। ଆଉ ଜେଲ୍‌ରେ ୫ବର୍ଷ ବିତାଇବା ପରେ ବାପା ଯେବେ ମୁକୁଳିଥିଲେ ସେତେବେଳେ ଜଣାପଡିଥିଲା ସାଂଘାତିକ ସତ। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ଡେରାଡୁନରେ। ୧୫ବର୍ଷର ଝିଅ ନିଜ ବାପାଙ୍କ ନାଁ ମିଛ ବଳାତ୍କାର ମାମଲା ଆଣିଛନ୍ତି। ଝିଅ ଦ୍ୱାରା ଏହି ମାମଲା ୨୦୧୯ରେ ରୁଜୁ କରାଯାଇଥିଲା।

ତେବେ ଏହି ମାମଲାର ଶୁଣାଣିବେଳେ ଜିଲା ଜଜ୍‌ କହିଛନ୍ତି, ଝିଅର ମିଛ ବଳାତ୍କାର ଅଭିଯୋଗନୁସାରେ ତାଙ୍କ ବାପାଙ୍କୁ ୫ବର୍ଷ ଜେଲ୍‌ ହୋଇଥିଲା। ଆଉ ଝିଅର ମିଛ ଅଭିଯୋଗ କରିବାର କାରଣ ଥିଲା, ଝିଅର ବୟଫ୍ରେଣ୍ଡ। ଯିଏକି, ବାପାଙ୍କ ନାଁରେ ଏପରି ସାଂଘତିକ ଅଭିଯୋଗ ଆଣିବାକୁ ଝିଅଙ୍କୁ ଉସକାଇଥିଲା।

ଘଟଣା ହେଉଛି କି, ବାପା ଯେତେବେଳେ ସ୍କୁଲରେ ଝିଅର ବୟଫ୍ରେଣ୍ଡ କଥା ଜାଣିଥିଲେ ସେତେବେଳେ ସେ ନିଜ ଝିଅ ଉପରେ ରାଗି ତାଙ୍କର ସ୍କୁଲ ଯିବା ବନ୍ଦ କରି ଦେଇଥିଲେ। ଏଥିସହ ପୁଅ ସାଙ୍ଗଟି ସହ ମିଳାମିଶା କରିବାକୁ ମଧ୍ୟ ମନା କରିଥିଲେ। ତେବେ ଏହାକୁ ନେଇ ଝିଅଜଣକ ରାଗି ଯାଇଥିଲେ। ଆଉ ତାଙ୍କ ବୟଫ୍ରେଣ୍ଡ କଥାରେ ପଡି ସେ ବାପାଙ୍କ ନାଁରେ ଏପରି ସାଂଘାତିକ ଅଭିଯୋଗ ଆଣିଥିଲେ।

ତେବେ ଏହି ମାମଲାର ତଦନ୍ତବେଳେ ପୋଲିସ ହାତରେ କିଛି ଚିଠି ହସ୍ତଗତ ହୋଇଥିଲା। ଯାହାକୁ ଝିଅଜଣକ ତାଙ୍କ ବୟଫ୍ରେଣ୍ଡକୁ ଲେଖିଥିଲେ। ତେବେ ତଦନ୍ତବେଳେ କିଶୋରୀଜଣକ ସ୍ବୀକାର କରିଛନ୍ତି ଯେ, ବାପାଙ୍କ ତାଗିଦ୍‌ ଯୋଗୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିଲେ। ସେ ଆହୁରି ବି କହିଛନ୍ତି ଯେ, ପୁରୁଷ ବନ୍ଧୁ କଥାରେ ପଡି ସେ ଏପରି ମିଛ ଅଭିଯୋଗ ଆଣିଥିଲେ। କହିରଖୁଛୁ କି, କିଶୋରୀଙ୍କ ବାପା ଲଣ୍ଡ୍ରିରେ କାମ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri