କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି। ମଝିପାଳ ଗ୍ରାମର ବିଭୂତି ଭୂଷଣ ଦାଶଙ୍କ ପତ୍ନୀ ଦୁର୍ଗାବତୀ (୮୬) ଓ ବିବାହିତା ମାନସିକ ବିକାରଗ୍ରସ୍ତ ଝିଅ ଆଶାଲତା ( ୫୪) ସାଙ୍ଗ ହୋଇ ଘରେ ରହୁଥିଲେ। ୨୦୦୭ରୁ ଆଶାଲତା ମାନସିକ ରୋଗାଗ୍ରସ୍ତ ହେବାରୁ ଶାଶୁଘର ଲୋକେ ତାଙ୍କୁ ବାପ ଘରେ ମାଆ ପାଖରେ ଛାଡ଼ି ଦେଇଥିଲେ। ଦୁଇଜଣ ସାଙ୍ଗ ହୋଇ ଗ୍ରାମରେ ରହୁଥିଲେ। ଶୁକ୍ରବାର ରାତିରେ ଆଶାଲତା କୌଣସି କାରଣ ବଶତଃ ତାଙ୍କ ମା’ଙ୍କୁ କାଠଫାଳିଆରେ ପିଟିପିଟି ମାରି ଘରେ ପକାଇ ଦେଇ କବାଟ ବନ୍ଦ କରି ରଖିଥିଲେ। ଦୁର୍ଗାବତୀଙ୍କର ଏକମାତ୍ର ପୁଅ ଆଲୋକ ନିଜ ପରିବାରକୁ ନେଇ ତାଳଚେରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। ପୁଅ ଆଲୋକ ମା’ଙ୍କୁ ନିଜ ପାଖକୁ ନେଇ ଯିବାକୁ ଚାହୁଁଥିଲେ ମଧ୍ୟ ମାନସିକ ବିକାରଗ୍ରସ୍ତ ଝିଅକୁ ଛାଡ଼ି ମା’ ଯାଉ ନ ଥିଲେ । ମା’ ଦୁର୍ଗାବତୀଙ୍କ ସହିତ ପୁଅ ଆଲୋକ ଓ ଅନ୍ୟ ଭଉଣୀମାନେ ପ୍ରତିଦିନ ଫୋନ୍‌ ଯୋଗେ ଯୋଗାଯୋଗ ରଖି ତାଙ୍କର ଭଲମନ୍ଦ ବୁଝୁଥିଲେ। ତେବେ ଶନିବାର ସକାଳେ ମା’ଙ୍କ ଫୋନ୍‌କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଯୋଗାଯୋଗ ହୋଇପାରି ନ ଥିଲା। ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେ ଗ୍ରାମର ଜଣେ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିଥିଲେ। ଗ୍ରାମବାସୀଙ୍କଠାରୁ ଏହି ଖବର ଜାଣିଥିଲେ। ସଙ୍ଗେସଙ୍ଗେ ସମସ୍ତ ଭଉଣୀ ଓ ସମ୍ପର୍କୀୟଙ୍କୁ ଜଣାଇ ଗ୍ରାମକୁ ଆସିଥିଲେ। ଆସି ମା’ଙ୍କର ମୃତ୍ୟୁ ଦୃଶ୍ୟ ଦେଖି ଭାଙ୍ଗି ପଡ଼ିଥିଲେ। ଏ ସମ୍ପର୍କରେ ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଦୁର୍ଗାବତୀଙ୍କ ୪ ଝିଅ ଓ ପୁଅ ପୋଲିସକୁ ତଦନ୍ତ କରିବାରେ ସହଯୋଗ କରିଥିଲେ। ପୋଲିସ ଢେଙ୍କାନାଳ ସାଇଣ୍ଟିଫିକ୍‌ ଟିମ୍‌କୁ ଖବର ଦେଇଥିଲେ। ଖବର ପାଇ ଢେଙ୍କାନାଳ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଭୁବନ ଡାକ୍ତରଖାନାକୁ ପଠାଇଥିଲେ। କାଠ ଫାଳିଆରେ ପିଟିପିଟି ମା’କୁ ହତ୍ୟା କରିଥିବା ହତ୍ୟାକାରୀ ଝିଅକୁ ପୋଲିସ ଭୁବନ ଥାନାକୁ ଆଣି ପଚରାଉଚରା କରିବା ସହିତ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri