୩ ବର୍ଷ ହେବ ଚାଉଳ ନେଇଛି ଭୂତ

ତେନ୍ତୁଳିଖୁଣ୍ଟି, ୨୬।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଲିଖୁଣ୍ଟି ବ୍ଲକ ପୁଜାରୀଗୁଡ଼ା ପଞ୍ଚାୟତରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନରେ ଚାଉଳ ବଣ୍ଟନରେ ଅନିୟମିତତା ହେଉଛି। ଉକ୍ତ ଯୋଜନାରେ ମୃତ ହିତାଧିକାରୀଙ୍କ ନାମରେ ମଧ୍ୟ ଚାଉଳ ଉଠୁଛି। ଏପରିକି କୋରନା ସମୟରେ ଆସିଥିବା ସହାୟତା ଟଙ୍କା ମଧ୍ୟ ଉଠାଯାଇଛି ବୋଲି ଜଣେ ମୃତ ହିତାଧିକାରୀଙ୍କ ପରିବର ଲୋକେ ଅଭିଯୋଗ କରିଛନ୍ତି। ୩ବର୍ଷ ହେବ ଏପରି କରାଯାଉଛି ବୋଲି ଅଭିଯୋଗ ହୋଇଛି। ବିନା ଆଧାରକାର୍ଡ ଓ ଫିଙ୍ଗର ପ୍ରିଣ୍ଟରେ ଚାଉଳ କିପରି ଉଠାଯାଇଛି ବୋଲି ଅଭିଯୋଗକାରୀମାନେ ପ୍ରଶ୍ନ କରିଛନ୍ତି।
ବିନା ଆଧାର କାର୍ଡ ଓ ଫିଙ୍ଗର ପ୍ରିଣ୍ଟ୍‌ରେ ଚାଉଳ ଦିଆ ଯାଉ ନ ଥିବାରୁ ବିିଭିନ୍ନ ପଞ୍ଚାୟତରେ ରୁଗ୍‌ଣ ତଥା ବୃଦ୍ଧାବୃଦ୍ଧ ହିତାଧିକାରୀ ନିଜ ହକ୍‌ ପାଇବାରୁ ବଞ୍ଚତ୍ତ ହେଉଥିବାବେଳେ ପୂଜାରୀଗୁଡ଼ାରେ ଏହାର ବ୍ୟତିକ୍ରମ ଘଟିଛି। ମୃତା ଜେଜେ ମା’ ଭାନୁମତି ବିଷୋୟୀଙ୍କ କାର୍ଡ ନଂ. ୨୩୦୯୧୪୧୦୫୪୯ରେ ୩ବର୍ଷ ହେବ ଚାଉଳ ଉଠାଯାଉଛି। ଏହା ସହ ସରକାର ଦେଇଥିବା କରୋନା ସହାୟତା ରାଶି ମଧ୍ୟ ଉଠାଯାଇଛି ବୋଲି ତାଙ୍କ ନାତି ଚୁଡ଼ା ବିଷୋୟୀ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଯୋଗାଣ ସହାୟକଙ୍କୁ ପଚାରିବାରୁ ଭାନୁମତି ବିଷୋୟୀଙ୍କ ଚାଉଳ ପ୍ରତି ମାସରେ ପ୍ରଦାନ କରୁଛି ବୋଲି କହିଥିବା ଚୁଡା ପ୍ରକାଶ କରିଛନ୍ତି। ଜେଜେ ମା’ଙ୍କ ଚାଉଳ ଓ କରୋନା ପାଇଁ ଆସିଥିବା ସାହାଯ୍ୟ ଟଙ୍କାକୁ କିଭଳି ଅନ୍ୟ କେହି ଆସି ନେଉଛନ୍ତି ତାହା ଆଶ୍ଚର୍ଯ୍ୟକର ବୋଲି ଚୁଡା କହିଛନ୍ତି। ଘଟଣା ସମ୍ପର୍କରେ ଚୁଡା ସ୍ଥାନୀୟ ଅଞ୍ଚଳର କେତେଜଣ ସଚେତନ ଯୁବକଙ୍କୁ କହିଥିଲେ। ସେମାନେ ସମସ୍ତେ ଯୋଗାଣ ଅଧିକାରୀ ରୋହିତ ମାଝିଙ୍କୁ ଯୋଗାଯୋଗ କରିଥିଲେ। ଘଟଣାର ଯାଞ୍ଚ କରାଯାଉଛି ବୋଲି ସେ କହିଥିଲେ। ଯୋଗାଣ ସହାୟକଙ୍କୁ ମୃତକଙ୍କ ତାଲିକା ମାଗୁଛି କିନ୍ତୁ ସେ ଦେଇନାହାନ୍ତି। ଏ ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ବୋଲି ଯୋଗାଣ ଅଧିକାରୀ ରୋହିତ ମାଝି କହିଛନ୍ତି। ପଞ୍ଚାୟତରେ ମୃତ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ ନ ହେବାର କାରଣ କ’ଣ ଓ ଏହାପାଇଁ କିଏ ଦାୟୀ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଅଁଳାଭଟ୍ଟାରେ ଚାଉଳ ହଡ଼ପ ଭଳି ଏହା ମଧ୍ୟ ଏକ ଦୁର୍ନୀତି। ଏଣୁ ତୁରନ୍ତ ସମଗ୍ର ପଞ୍ଚାୟତ ସମିତିର ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀଙ୍କ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ କରି ଗଡ଼ବଡ଼ କରିଥିବା ଦୋଷୀଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri