ଭାବୀ ପିଢ଼ି କ୍ଷମା ଦେବନି

ପାଠକ ବନ୍ଧୁ ! ଶୀର୍ଷକଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଆମ ସାମାଜିକ, ଅର୍ଥନୈତିକ, ଓଡ଼ିଆ ଅସ୍ମିତା ଓ ଆମ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ରଖେ ବୋଲି ମୋର ମତ। ଓଡ଼ିଶା ୧୫.୫ ନିୟୁତ ହେକ୍ଟର କ୍ଷେତ୍ରଫଳ ସହିତ ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ୨୦୧୧ ଜନଗଣନା ଅନୁସାରେ ଆମର ମୋଟ ଜନସଂଖ୍ୟା ୪.୨ କୋଟି, ଯାହାକି ବୃଦ୍ଧି ପାଇ ବର୍ତ୍ତମାନ ୪.୬୬ କୋଟିରେ ପହଞ୍ଚିଲାଣି। ଆମ ସମସ୍ତଙ୍କ ଘରେ ଆଳୁ ଦରକାର। ସବୁଠୁ ଶସ୍ତା ପରିବା ହୋଇଥିବାରୁ ଏହା ମହଙ୍ଗା ସମୟରେ ଗରିବମାନଙ୍କର ରକ୍ଷା କବଚ ହୋଇ କାର୍ଯ୍ୟ କରେ। କିନ୍ତୁ ଏହା ଓଡ଼ିଶାରେ କିଲୋ ପିଛା ୫୦ରୁ ୬୦ ଟଙ୍କାରେ ବିକ୍ରି ହେବା ପରିତାପର ବିଷୟ । ଶସ୍ତାରେ ଆଳୁ ପାଇବା ପାଇଁ ଆମ ଲୋକ ଡହଳ ବିକଳ ହେଉଛନ୍ତି। ତା’ଛଡା ଆମର ନେତୃବୃନ୍ଦଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅନୁରୋଧ କରିବାକୁ ପଡୁଛି ଆମକୁ ଆଳୁ ପଠାଇବା ପାଇଁ। ଯେପରି କି ଆମର ମାଟି ନାହିଁ , ପାଣି ନାହିଁ, ଜ୍ଞାନକୌଶଳ ନାହିଁ କିମ୍ବା ଉତ୍ପାଦନ କରିପାରୁଥିବା ମଣିଷ ନାହାନ୍ତି। ପ୍ରତିବର୍ଷ ଆମେ ପଶ୍ଚିମବଙ୍ଗ ପାଖରେ ଆଳୁ ପାଇଁ ନତମସ୍ତକ। କିଏ କିଏ କହନ୍ତି ପଶ୍ଚିମବଙ୍ଗ ସହିତ ସୀମା ବିବାଦରେ ସେଥିପାଇଁ ତ ଆମକୁ ମୁହଁ ବନ୍ଦ କରିବାକୁ ପଡେ। କାରଣ ଯଦି ଆଳୁ ନ ଦେବେ ତା’ହେଲେ ଆମ ଚୁଲି ଜଳିବନି। ଦୁଃଖ ଲାଗେ ଆମ ଦୟନୀୟ ସ୍ଥିତି ଦେଖି। ୧୯୬୫ ମସିହାରେ ଏହି ସ୍ଥିତି ଥିଲା ଭରତବର୍ଷର ଖାଦ୍ୟାନ୍ନକୁ ନେଇ। ୧୯୬୫ ମସିହାରେ ଭାରତ- ପାକିସ୍ତାନ ଯୁଦ୍ଧ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ପ୍ରତ୍ୟେକ ଦିନ ଗୋଟେ ମିଲ ଖାଇବା ବନ୍ଦ କରିବାକୁ ଆହ୍ବାନ ଦେଲେ। ତାଙ୍କ ସରକାରୀ ବାସଭବନ ଦିଲ୍ଲୀରେ ମଧ୍ୟ ଗହମ ଚାଷ କଲେ। ତା’ ପରବର୍ଷ ୧୯୬୬ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଖାଦ୍ୟ ଆଣିବା ପାଇଁ ଆମେରିକା ଯାଇ ରାଷ୍ଟ୍ରପତି ଲିଣ୍ଡନ ଜନସନଙ୍କୁ ସାକ୍ଷାତ କଲେ। ଇନ୍ଦିରା ଗାନ୍ଧୀଙ୍କୁ ବହୁ ଅପମାନ ସହିବାକୁ ପଡିଲା। ସେ ଫେରିଆସି ତତ୍କାଳୀନ କୃଷି ମନ୍ତ୍ରୀ ଭାରତରତ୍ନ ସି. ସୁବ୍ରମଣ୍ୟମ ଏବଂ ଆଇସିଏଆର୍‌ର ନିର୍ଦ୍ଦେଶକ ଭାରତରତ୍ନ ସ୍ବାମୀନାଥନଙ୍କୁ ଡାକିଲେ ଓ କହିଲେ ଯେତେ ଟଙ୍କା ଲାଗୁ ମୁଁ ଦେବି, ଆପଣ ଭାରତକୁ ଖାଦ୍ୟାନ୍ନରେ ସ୍ବାବଲମ୍ବୀ କରନ୍ତୁ, ଯେପରି ମୋତେ ଖାଦ୍ୟ ଭିକ୍ଷା କରିବାକୁ ଆଉ ଆମେରିକା ଯିବାକୁ ପଡିବନି। ତା’ପରେ ଭାରତ ବିଶ୍ୱରେ ଇତିହାସ ରଚିଲା।
ସବୁଜ ବିପ୍ଳବ ଜରିଆରେ ଖାଦ୍ୟାନ୍ନ ଉତ୍ପାଦନରେ ଆତ୍ମନିର୍ଭର ହେଲା ଭାରତ। ଆହ୍ବାନ କରୁଛି ପ୍ରିୟ ଓଡ଼ିଶାବାସୀ ଓ ଆମ ନେତୃବୃନ୍ଦଙ୍କୁ ପଣ କରିବା ପାଇଁ । ପଶ୍ଚିମବଙ୍ଗର ଆଳୁ ନାଲି ଆଖିର ଜବାବ ଆଳୁ ଉତ୍ପାଦନରେ ଓ ସ୍ବାବଲମ୍ବୀ କରିଦେବା ପାଇଁ। ଏହା ଆଦୌ ଅସମ୍ଭବ ନୁହେଁ। ପୁରୁଣା ଆଳୁ ମିଶନ ଫେଲ୍‌ ହେଲା ବୋଲି ଚୁପ୍‌ ହୋଇ ବସିବା ଠିକ୍‌ ନୁହେଁ। ସେଥିରୁ ବି ଆମକୁ ଅନେକ ଶିକ୍ଷା ମିଳିଛି। ତାକୁ ଉପଯୋଗ କରି ସଫଳତା ପାଇବା। ଆସନ୍ତୁ ବିଚାର କରିବା ଏହା କିପରି ହୋଇପାରିବ ? ଆମର ବାର୍ଷିକ ଆଳୁ ଆବଶ୍ୟକତା ହେଲା ୧୫ ଲକ୍ଷ ଟନ୍‌। ବର୍ତ୍ତମାନ ଆମେ ପ୍ରାୟ ୨୫୯୦୦ ହେକ୍ଟର ଜମିରେ ଆଳୁ ଚାଷ କରି ହେକ୍ଟର ପିଛା ୧୧୮ ଟନ୍‌ ଉତ୍ପାଦକତାରେ ମୋଟ ୨୯୮୦୨୦ ଟନ୍‌ ବା ୩ ଲକ୍ଷ ଟନ୍‌ ଆଳୁ ଉତ୍ପାଦନ କରୁଛେ। ଆମର ଚାହିଦା ଓ ଆପୂର୍ତ୍ତି ଗ୍ୟାପ୍‌ ବା ତଫାତ ହେଉଛି ୧୨ ଲକ୍ଷ ଟନ୍‌। ବଡ ଦୁଃଖ ଲାଗେ ଆମ ଅତୀତକୁ ପରଖିଲେ ବା ବିଶ୍ଳେଷଣ କଲେ। ୧୯୬୬-୬୭ ମସିହାରେ ଆମେ ୩୦୭୧୬ ହେକ୍ଟର ଜମିରେ ଆଳୁ ଚାଷ କରି ହେକ୍ଟର ପିଛା ୧୨୪.୮୬ ଟନ୍‌ ଉତ୍ପାଦକତାରେ ମୋଟ ୩୮୩୫୨୮ ଟନ୍‌ ଉତ୍ପାଦନ କରିପାରୁଥିଲୁ। ମାତ୍ର ବିଗତ ୫୫-୫୬ ବର୍ଷରେ ଜନସଂଖ୍ୟା ବୃଦ୍ଧି ପାଇ ଆଳୁ ଚାହିଦା ଅନେକାଂଶରେ ବଢିଥିଲେ ସୁଦ୍ଧା ଯୋଜନା କରି ଆଳୁ ଉତ୍ପାଦନ ବୃଦ୍ଧିରେ ଅସମର୍ଥ ହେଲୁ। ଏହି ସମୟ ମଧ୍ୟରେ ଅନ୍ୟ ରାଜ୍ୟ ଯୋଜନା କରି ସଫଳତା ପାଇଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ଆମେ ବିକାଶ ଆଡକୁ ଯାଇ, ସବୁ ସୁବିଧା ହାତ ପାଆନ୍ତାରେ ପାଇ ମଧ୍ୟ ଷାଠିଏ-ସତୁରି ଦଶକରେ ପାଉଥିବା ହେକ୍ଟର ପିଛା ଅମଳଠୁ କମ୍‌ ଅମଳ ପାଉଛୁ ବର୍ତ୍ତମାନ । ଆମ ଦେଶରେ ୨.୩୫ ନିୟୁତ ହେକ୍ଟର ଜମିରେ ଆଳୁଚାଷ ହୋଇ ହେକ୍ଟର ପିଛା ୨୫.୦୬ ଟନ୍‌ ହିସାବରେ ମୋଟ ୫୮.୯ ନିୟୁତ ଟନ୍‌ ଆଳୁ ଉତ୍ପାଦନ ହେଉଛି। ପ୍ରତି ହେକ୍ଟର ଉତ୍ପାଦନରେ ପଶ୍ଚିମବଙ୍ଗ ସର୍ବାଗ୍ରେ (୩୪.୫୪ ଟନ୍‌) ଥିବା ବେଳେ ତା’ ତଳକୁ ଉତ୍ତର ପ୍ରଦେଶ ଅଛି (୨୯.୨୩ ଟନ) ଓ ଆମେ ୧୧.୪ ଟନ୍‌ରେ ଅଛୁ। ବିହାର ତୃତୀୟ ବୃହତ୍ତମ ଆଳୁ ଉତ୍ପାଦନକାରୀ ରାଜ୍ୟ ହୋଇ ଉତ୍ପାଦକତା ୨୩.୭୨ ଟନ୍‌ ଅଛି। ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଓ ବିହାରର ଆଳୁ ଉତ୍ପାଦନ ସଫଳ କାହାଣୀ ବର୍ଷେ ଦୁଇ ବର୍ଷରେ ହୋଇ ନାହିଁ। ବରଂ ବିଗତ ୫୦ ବର୍ଷର ଭଲ ଯୋଜନା କ୍ରିୟାନ୍ବୟନ ଓ ଭିତ୍ତିଭୂମି ନିର୍ମାଣ (ଶୀତଳ ଭଣ୍ଡାର) ଉପରେ ହିଁ ପର୍ଯ୍ୟବସିତ ହୋଇଛି । ଆଳୁ ଉତ୍ପାଦନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ରୋଜଗାର ଅବସର ସୃଷ୍ଟି। ଏକ ହେକ୍ଟର ଜମିରେ ଆଳୁଚାଷ ପାଇଁ ପ୍ରାୟ ୧୦୦-୧୨୦ ଜଣ ଶ୍ରମିକଙ୍କ ଆବଶ୍ୟକତା ପଡେ। ଯଦି ଆମେ ୪୦୦୦୦ ହେକ୍ଟର ଜମିରେ ଆଳୁ ଚାଷ କରିବା, ତା’ ହେଲେ ୧୫ ଟନ ଉତ୍ପାଦକତାରେ ଆମେ ୬୦୦୦୦୦ ଟନ ଆଳୁ ଉତ୍ପାଦନ କରିପାରିବା, ଯାହାକି ଆମ ଆମଦାନୀର ୫୦ ପ୍ରତିଶତ ଭରଣାରେ ସହାୟକ ହେବ। ଏହା ଆମକୁ ହେକ୍ଟର ପିଛା ୧୧୦ ଜଣ ହିସାବରେ ୪୪୦୦୦୦୦ ଶ୍ରମ ଦିବସ ସୃଷ୍ଟି କରିବାରେ ସାହାଯ୍ୟ କରିବ ଓ ଦାଦନ ଯିବା ହ୍ରାସ କରିବ। ବର୍ତ୍ତମାନର ଏରିଆକୁ ବାଦ୍‌ ଦେଲେ ନୂଆ ୧୪୧୦୦ ହେକ୍ଟରରେ ଆଳୁଚାଷ ୧୫୫୧୦୦୦ ଶ୍ରମ ଦିବସ ସୃଷ୍ଟି କରିବ। ତେଣୁ ଆମକୁ ଆଳୁ ଚାଷକୁ ଏକ ରୋଜଗାର ପ୍ରଦାନ ଶିଳ୍ପ ହିସାବରେ ଗଣନା କରିବାକୁ ହେବ।
ଆମ ପାଖରେ ପ୍ରାୟ ୨୪୮୦୦ କିଲୋମିଟର ନଦୀ ଓ କେନାଲ କୂଳ ରହିଛି। ଆମ ପାଖରେ ପର୍ଯ୍ୟାପ୍ତ ପଟୁମାଟି କ୍ଷେତ୍ର ଅର୍ଥାତ୍‌ ୬.୭ ଲକ୍ଷ ହେକ୍ଟର ଅଛି, ଯେଉଁଠି ଲାଭଜନକ ଆଳୁଚାଷ ସମ୍ଭବ। ଆମେ ସେଠାରେ ଶୀତଦିନରେ ପ୍ରଚୁର ଆଳୁ ଚାଷ କରିପାରିବା। ତା’ ଛଡା ଫୁଲବାଣୀ ଓ କୋରାପୁଟ ଅଞ୍ଚଳର ଥଣ୍ଡା ଜଳବାୟୁରେ ବର୍ଷାଦିନିଆ ଆଳୁଚାଷ ମଧ୍ୟ କରାଯାଇପାରିବ। ଅବିଚ୍ଛିନ୍ନ ଆଳୁ ଚାଷ ପାଇଁ ଶୀତଳଭଣ୍ଡାର ନିହାତି ଦରକାର। ପଡୋଶୀ ରାଜ୍ୟରେ ଶୀତଳଭଣ୍ଡାର ସଫଳ ହେଉଥିବା ବେଳେ ଓଡ଼ିଶାରେ ଫେଲ୍‌। ବର୍ତ୍ତମାନ ଓଡ଼ିଶାରେ ଛୋଟ କ୍ଷମତାସମ୍ପନ୍ନ ୩୬ ଚଳମାନ ଶୀତଳଭଣ୍ଡାର ଅଛି। ମାତ୍ର ପଶ୍ଚିମବଙ୍ଗରେ ବଡ କ୍ଷମତାସମ୍ପନ୍ନ ୫୬୦ ଚଳମାନ ଶୀତଳଭଣ୍ଡାର ସ୍ଥାପନ କରାଯାଇପାରିଛି। ସେଥିପାଇଁ ପ୍ରଥମେ ଆମକୁ ଏକ କ୍ଷମତାସମ୍ପନ୍ନ ଓ କର୍ମଚାରୀଯୁକ୍ତ ସ୍ବତନ୍ତ୍ର ସେଲ୍‌ ପ୍ରତିଷ୍ଠା କରିବାକୁ ପଡିବ। ଘରୋଇ ବ୍ୟକ୍ତି କିମ୍ବା ସଂସ୍ଥାକୁ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଦିଆଯାଉଥିବା ବ୍ୟବସ୍ଥା ସୁବିଧାକୁ ବୁଝେଇବାକୁ ପଡିବ ଓ ସିଙ୍ଗିଲ ଓ୍ବିଣ୍ଡୋ କ୍ଲିୟରାନ୍ସରେ ମଞ୍ଜୁରୀ ମିଳିବା ଜରୁରୀ। ଯଦି ଘରୋଇ କ୍ଷେତ୍ର ଆଗ୍ରହ ପ୍ରକାଶ ନ କରନ୍ତି, ତା’ହେଲେ ସରକାର ନିଜ ଉଦ୍ୟମରେ କମ୍ପାନୀ ନିୟମରେ ସଂସ୍ଥା ଖୋଲି ଶୀତଳ ଭଣ୍ଡାର ନିର୍ମାଣ କରି ତା’ର ପରିଚାଳନା କରିପାରିବେ ବୃତ୍ତିଗତ ଭାବରେ। ଏହି ଶୀତଳ ଭଣ୍ଡାରଗୁଡିକରେ ଆଳୁ ସହିତ ଅଦା, ପିଆଜ, ରସୁଣ, ଟମାଟୋ, ଆମ୍ବ, ଫୁଲ ଆଦି ସାମଗ୍ରୀ ରଖି ଏହାକୁ ଲାଭଜନକ କରାଯାଇ ପାରିବ। ଶୀତଳ ଭଣ୍ଡାରଗୁଡିକ ହାଇବ୍ରିଡ ମୋଡ୍‌ (ବିଦ୍ୟୁତ୍‌ + ସୌର) ଚାଳିତ କରାଯାଇ ପାରିବ। ଉତ୍ପାଦନ ଋତୁରେ ଅନ୍ୟ ରାଜ୍ୟରୁ ବି ଶସ୍ତା ସାମଗ୍ରୀ ଯଥା ଆଳୁ, ପିଆଜ, ରସୁଣ, ଅଦା ଆଦି କିଣି ସେଥିରେ ରଖାଯାଇ ପାରିବ ଓ ଅଫ୍‌ ସିଜିନରେ ସେଗୁଡିକରୁ ଲାଭ ବାହାର କରାଯାଇ ପାରିବ ।
ମୋଟ ଉପରେ ପ୍ରଥମେ ଶୀତଳ ଭଣ୍ଡାର , ଆଳୁ ଉତ୍ପାଦନ ପାଇଁ ବିହନ ଓ ଅନ୍ୟାନ୍ୟ ସୁବଧା ସୁଯୋଗ ପାଇଁ ଆମକୁ ପର୍ଯ୍ୟାପ୍ତ ପୁଞ୍ଜି ବିନିଯୋଗ କରିବାକୁ ପଡିବ। ସେଥିପାଇଁ ଆବଶ୍ୟକ ହେଲେ ଆମକୁ କୋଟି କୋଟି ଟଙ୍କା ଋଣ ନେବାକୁ ପଡିବ ଓ ସେସବୁକୁ ବିନା ପିସିରେ କ୍ରିୟାନୟନ କରିବାକୁ ହେବ। ଭାରତ ସବୁଜ ବିପ୍ଳବର ସଫଳତା ପାଇଲା ଭଳି ଓଡ଼ିଶା ମଧ୍ୟ ଆଳୁ ଉତ୍ପାଦନରେ ଇତିହାସ ସୃଷ୍ଟି କରିପାରିବ। ମାତ୍ର ପ୍ରଫେସନାଲ ପଦକ୍ଷେପ ନ ନେଇ ଧର୍ମକୁ ଆଖିଠାର ମାରିଲା ଭଳି ଭୋଟର ଦେଖାଣିଆ ପଦକ୍ଷେପରେ କିଛି ଫଳ ହେବନି। ଭବିଷ୍ୟତର ପିଢ଼ି ଆମକୁ କେବେ ବି କ୍ଷମା ଦେବେନି।
ପ୍ରଧାନ ବୈଜ୍ଞାନିକ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଭାରତ ସରକାର), ଭୁବନେଶର
ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri