ଅଟକିଛି ଗଞ୍ଜାମ-କନ୍ଧମାଳ ଜିଲା ବ୍ଲକ ସଂଯୋଗ

ଛତ୍ରପୁର,୨୧।୪(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଆର୍ଥିକ ବର୍ଷରେ ଗଞ୍ଜାମ-କନ୍ଧମାଳ ଜିଲା ବ୍ଲକ ସଂଯୋଗ ଯୋଜନା ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ କେରୁବାଡି-ଆଡିପଙ୍ଗା ଭାୟା ବେଡେପଙ୍ଗା ରାସ୍ତା ନିର୍ମାଣ ପରିକଳ୍ପନା କରାଯାଇଥିଲା। ତେବେ ଉକ୍ତ ରାସ୍ତା ପାଇଁ ଆବଶ୍ୟକ ଜମି ଡିମାରକେଶନରେ ବିଳମ୍ବ ହେଉଥିବାରୁ କାମ ଆରମ୍ଭ ହୋଇ ପାରୁନାହିଁ। ଏହି ରାସ୍ତା ନିର୍ମାଣ ହେଲେ ଗଞ୍ଜାମ ଓ କନ୍ଧମାଳ ଜିଲାର ବ୍ଲକଗୁଡିକ ମଧ୍ୟରେ ସଂଯୋଗ ହୋଇପାରିବ ଏବଂ ଆଦିବାସୀ ବହୁଳ ଗାଁର ଲୋକେ ଉପକୃତ ହୋଇପାରିବେ।
ମିଳିଥିବା ସୂଚନା ଅନୁସାରେ, ଉକ୍ତ ରାସ୍ତା ନିର୍ମାଣ ପାଇଁ ମାର୍ଚ୍ଚ ୧୭ ତାରିଖରେ ଏଗ୍ରିମେଣ୍ଟ ହୋଇସାରିଛି। ତେବେ ଉକ୍ତ ରାସ୍ତାରେ ଜଙ୍ଗଲ ଜମି ଓ ସରକାରୀ ଜମି ରହିଥିବା ଏବଂ ଡିମାରକେଶନ ହୋଇ ନ ଥିବାରୁ ରାସ୍ତା କାମ ଆରମ୍ଭରେ ବିଳମ୍ବ ହେଉଛି ା କନ୍ଧମାଳ ଜିଲା ବାଲିଗୁଡା ଗ୍ରାମ୍ୟ କାର୍ଯ୍ୟ ଡିଭିଜନର ସୁପରିଡେଣ୍ଟ ଇଂଜିନିୟରଙ୍କ ପକ୍ଷରୁ ଗଞ୍ଜାମ ଜିଲା ସୋରଡା ତହସିଲଦାର ଓ କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲଦାରଙ୍କୁ ୧୮ ତାରିଖରେ ଚିଠି ଲେଖାଯାଇଛି। ସେହିପରି ସୁପରିଡେଣ୍ଟ ଇଂଜିନିୟରଙ୍କ ପକ୍ଷରୁ ଏ ସମ୍ପର୍କରେ ପଦକ୍ଷେପ ନେବା ପାଇଁ ଆଉ ଏକ ଚିଠି ଗଞ୍ଜାମ ଜିଲା ଭଞ୍ଜନଗର ଡିଭିଜନାଲ ଫରେଷ୍ଟ ଅଫିସର ଓ କନ୍ଧମାଳ ଜିଲା ବାଲିଗୁଡା ଡିଭିଜନାଲ ଫରେଷ୍ଟ ଅଫିସରଙ୍କୁ ଚିଠି କରାଯାଇଛି। ଏଥିସହ ଏ ସମ୍ପର୍କରେ ଗଞ୍ଜାମ ଓ କନ୍ଧମାଳ ଜିଲାପାଳଙ୍କୁ ଅବଗତ କରାଯିବା ସହ ଏହା ଉପରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଉକ୍ତ ରାସ୍ତା ପାଇଁ ଆବଶ୍ୟକ ଜମି ନିମନ୍ତେ ସୋରଡା ଓ ଦାରିଙ୍ଗବାଡି ତହସିଲ ଅନ୍ତର୍ଗତ ରାଜସ୍ବ ନିରୀକ୍ଷକମାନଙ୍କ ଯୁଗ୍ମ ତଦନ୍ତ ଆବଶ୍ୟକ ପଡୁଛି। ଯୁଗ୍ମ ତଦନ୍ତ କରି ସରକାରୀ ଜମି ଓ ଜଙ୍ଗଲ ଜମିର ଡିମାରକେଶନ କରିବାକୁ ଉକ୍ତ ଚିଠିରେ ଅନୁରୋଧ କରାଯାଇଛି।ଏଥିପାଇଁ ଏକ ତାରିଖ ନିର୍ଦ୍ଧାରିତ କରିବା ସହ ଏ ସମ୍ପର୍କରେ ପୂର୍ବରୁ ଜଣାଇବାକୁ କୁହାଯାଇଛି। ସେହିପରି ସମ୍ପୃକ୍ତ ଅଞ୍ଚଳର ଫରେଷ୍ଟ ରେଞ୍ଜର ଓ ଇଂଜିନିୟରଙ୍କ ସହ ସମନ୍ବୟ ରଖି ଏହାକୁ ତ୍ୱରାନ୍ବିତ କରିବାକୁ ଅନୁରୋଧ କରାଯାଇଛି। ଭଞ୍ଜନଗର ଓ ବାଲିଗୁଡା ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଫରେଷ୍ଟ ରେଞ୍ଜରମାନେ ଜଙ୍ଗଲ ଜମିର ଡିମାରକେଶନ କରିବେ। ଏଥିରେ ସମ୍ପୃକ୍ତ ଅଞ୍ଚଳର ୨ ତହସିଲରଦାର ଓ ସ୍ଥାନୀୟ ଇଞ୍ଜିନିୟରମାନଙ୍କ ସହ ସମନ୍ବୟ ରଖି ଏହାକୁ ଅତିଶୀଘ୍ର ତ୍ୱରାନ୍ବିତ କରିବାକୁ ଚିଠିରେ କୁହାଯାଇଛି ା ଡିମାରକେସନ ଯେଭଳି ଶୀଘ୍ର ହେଲେ କାମ ଆରମ୍ଭ ହେବ ଏବଂ ଏହି କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସରିବ ବୋଲି ଉକ୍ତ ଚିଠିରେ ଉଲ୍ଳେଖ ରହିଛି ା ସୂଚନାଯୋଗ୍ୟ, ଉକ୍ତ ରାସ୍ତାରେ ଗମନାଗମନ ସୁବିଧା ନ ଥିବା ଯୋଗୁଁ ଆଦିବାସୀ ବହୁଳ ଗାଁର ଲୋକେ ଶିକ୍ଷା, ସ୍ବାସ୍ଥ୍ୟରୁ ବଞ୍ଚିତ ରହିଆସୁଛନ୍ତି। ଅନ୍ୟପକ୍ଷରେ ସରକାରୀ ଅଫିସର ଓ କର୍ମଚାରୀ ଚାହିଁଲେ ମଧ୍ୟ ଉକ୍ତ ଅଂଚଳକୁ ଯାଇପାରୁନାହାନ୍ତି ା ଆଦିବାସୀ ଲୋକେ ଜଙ୍ଗଲ ରାସ୍ତା ଦେଇ ଗଞ୍ଜାମ ଓ କନ୍ଧମାଳ ଜିଲାକୁ ଯିବାକୁ ବାଧ୍ୟ ହେଉଛନ୍ତି। ଆଡିପଙ୍ଗା ଓ ଆଖପାଖ ଆଦିବାସୀ ଗାଁର ଲୋକେ ସୋରଡା ବ୍ଲକ ଗାଜଲବାଡି ପଞ୍ଚାୟତ ଅଫିସକୁ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଉଭୟ ଆଡିପଙ୍ଗା ଓ କେରୁବାଡି ଅଞ୍ଚଳ ସମେତ ମହୁଲପଲ୍ଳୀ, ବାଙ୍ଗରା, ରମନାବାଡି, ଗୋବାଙ୍ଗି, ମାଙ୍କଡଖାରି, ଆଡିଗୁଡ ଅଞ୍ଚଳର ଆଦିବାସୀମାନେ ଗାଜଲବାଡି ଉପରେ ବଜାର ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନିର୍ଭର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ଅଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri