ମଣ୍ଡି ନେଉନି ଧାନ, ବ୍ଲକ ଅଫିସ ଘେରିଲେ ଗ୍ରାମବାସୀ

ଗଞ୍ଜାମ,୨୫।୨(ଡି.ଏନ.ଏ): ଗଞ୍ଜାମ ବ୍ଲକ ଅଞ୍ଚଳ ଚାଷୀଙ୍କର ଧାନ ମଣ୍ଡି ନେଉନି l ଗୁରୁବାର ଏହି ବ୍ଲକ କାଇଁଚପୁର ପଞ୍ଚାୟତ ଝାଡୁକୁଦା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଚାଷୀ ଏହାର ପ୍ରତିବାଦ କରିବା ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ l ବିଡ଼ିଓ ଓ ଯୋଗାଣ ଅଧିକାରୀଙ୍କୁ ଭେଟି ଧାନ ମଣ୍ଡିର ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ l ସେହି ଗ୍ରାମର ୧୬୦ ଚାଷୀଙ୍କୁ ମଣ୍ଡିକୁ ଧାନ ବିକ୍ରି ପାଇଁ ଟୋକନ ମିଳିଥିବା ବେଳେ ମାତ୍ର ତିନି ଜଣଙ୍କ ଟୋକନ ଧାନ ବିକ୍ରି ହୋଇଛି ବୋଲି ଗ୍ରାମ୍ୟ କମିଟି ପକ୍ଷରୁ ଅଭିଯୋଗ ହୋଇଛି l ଆହୁରି ଛଅ ହଜାର ଧାନ ବସ୍ତା ଥିବା (୬୦୦୦)ଗ୍ରାମବାସୀ କହିଛନ୍ତି l ଏନେଇବ୍ଲକ ଯୋଗାଣ ଅଧିକାରୀଙ୍କୁ ପଚାରିଲେ ସନ୍ତୋଷ ଜନକ ଉତ୍ତର ମିଳୁନି ବୋଲି ସେମାନେ ଅଭିଯୋଗ କରିଛନ୍ତି l ସେବା ସମବାୟ ସମିତି ସମ୍ପାଦକ ଧାନ ନ ଥିବା ଲୋକଙ୍କଠାରୁ ଧାନ କମ ମୂଲ୍ୟରେ କିଣୁଥିବା ପୂର୍ବତନ ଗ୍ରାମ୍ୟ କମିଟି ସଭାପତି କେ ଚନ୍ଦ୍ରଶେଖର ଗଣମାଧ୍ୟମକୁ କହିଛନ୍ତି l ଟୋକନ ଡେଟ ସରିବା ପୂର୍ବରୁ ମଣ୍ଡି ଧାନ କିଣିବାକୁ ସେମାନେ ଦାବି କରିଛନ୍ତି l ଘେରାଉ ସମୟରେ ସରପଞ୍ଚ ଜି ସନ୍ତୋଷ ରେଡି, ପୂର୍ବତନ ବ୍ଲକ ଉପଧାକ୍ଷ ଆର.ଭାଗ୍ୟ ରେଡ୍ଡୀ, ଚାଷୀ କମିଟି ସଭ୍ୟ ଜି ମାର୍କଣ୍ଡ, ଜଗନ୍ନାଥ ରେଡ୍ଡୀ, ପଦ୍ମ ରେଡ୍ଡୀି, ଡି ବନମାଳୀ ଏ ହରେକୃଷ୍ଣ ପ୍ରଧାନଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ l