Categories: ଫୁରସତ

ବ୍ୟାଣ୍ଡ୍‌ ବାଜା ସହ ବାହାରିଲା କୁକୁରର ଅନ୍ତିମ ସଂସ୍କାର; ଦିଆଗଲା ତ୍ରୟୋଦଶ ଭୋଜି

ମିରଟ, ୧୯।୧୦: ଉତ୍ତର ପ୍ରଦେଶର ମିରଟ ସହରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପଶୁ ପ୍ରତି ମଣିଷର ଭଲପାଇବା କେତେ ଗଭୀର ତାହାର ଏକ ଜ୍ୱଳନ୍ତ ଉଦାହରଣ ମିରଟରେ ଦେଖିବାକୁ ମିଳିଛି। ଏଠାରେ ଏକ ବୁଲା କୁକୁରର ମୃତ୍ୟୁ ପରେ ଜଣେ ବ୍ୟକ୍ତି ବ୍ୟାଣ୍ଡ୍‌ ବାଜା ବଜାଇ ତା’ର ଅନ୍ତିମ ସଂସ୍କାର କରିଥିଲେ। ଏଥିସହ ବ୍ୟକ୍ତିଜଣଙ୍କ କୁକୁରର ତ୍ରୟୋଦଶ ପାଇଁ କାର୍ଡ ମଧ୍ୟ ଛପାଇ ଏକ ଡର୍ଜନେରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିମନ୍ତ୍ରଣ କରିଥିଲା। ଲୋକମାନେ ଭୋଜି ଖାଇ କୁକୁରର ଅମର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିବା ଜଣାପଡ଼ିଛି।


ଏହି ମାମଲା ଏତିକିରେ ଶେଷ ହୋଇ ନ ଥିଲା। ସେହି ବ୍ୟକ୍ତିଜଣଙ୍କ କୁକୁରର ଫଟୋ ଫ୍ରେମ୍‌ କରିଥିଲେ। ଏହାପରେ ତାକୁ ନେଇ ନିଜ ଘରର କାନ୍ଥରେ ଟାଙ୍ଗିଥିଲେ। ଆପଣମାନେ ନିଶ୍ଚିତ ମଣିଷ ପ୍ରେମରେ ପାଗଳାମୀ ହୋଇଥିବା ଦେଖିଥିବେ। କିନ୍ତୁ ପଶୁମାନଙ୍କ ସହ ଏପରି ପ୍ରେମ କ୍ୱଚିତ ଦେଖାଯାଏ। ମିରଟର ଏହି ଘଟଣା ମଣିଷ ଓ ପଶୁ ମଧ୍ୟରେ ପ୍ରେମର ବାର୍ତ୍ତା ଦେଇଛି। ସେହିଭଳି ଏହା ମଧ୍ୟ କୁହାଯାଇଛି, ପଶୁଟି ନିଜ ଘରର ହେଉ ଅବା ଗଳିର ପ୍ରେମ ଭାବ ସବୁଠାରୁ ଉପରେ।

Share