Categories: ବାଣିଜ୍ୟ

୯୨୯ କୋଟି ଉଠାଇଲେ ଏଫ୍‌ପିଆଇ

ନୂଆଦିଲ୍ଲୀ,୧୨।୪: ଚଳିତ ମାସ ଭାରତୀୟ ପୁଞ୍ଜି ବଜାରରୁ ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର (ଏଫ୍‌ପିଆଇ)ମାନେ ୯୨୯ କୋଟି ଟଙ୍କା ଉଠାଇଛନ୍ତି। କୋଭିଡ୍‌ ମାମଲା ବଢୁଥିବାରୁ ନିବେଶକମାନେ ଭୟଭୀତ ହୋଇ ଏଭଳି ଉଠାଣ କରିଥିବା ଜଣାପଡିଛି। ଏଫ୍‌ପିଆଇମାନେ ମାର୍ଚ୍ଚରେ ୧୭,୩୦୪ କୋଟି ଟଙ୍କା ନିବେଶ କରିଥିଲେ। ଏହି ନିବେଶ ରାଶି ଜାନୁୟାରୀ ଏବଂ ଫେବୃୟାରୀରେ ଯଥାକ୍ରମେ ୨୩,୬୬୩ କୋଟି ଟଙ୍କା ଏବଂ ୧୪,୬୪୯ କୋଟି ଟଙ୍କା ରହିଥିଲା। ଡିପୋଜିଟୋରି ଡାଟା ମୁତାବକ, ବିଦେଶୀ ନିବେଶକ ଇକ୍ୱିଟିରୁ ୭୪୦ କୋଟି ଏବଂ ଡେଟ୍‌ ସେଗମେଣ୍ଟରୁ ୧୮୯ କୋଟି ଟଙ୍କା ଉଠାଣ କରିଛନ୍ତି। ଏପ୍ରିଲ ପହିଲାରୁ ୯ ମଧ୍ୟରେ ଏଭଳି ମୋଟ ୯୨୯ କୋଟି ଟଙ୍କା ଉଠାଯାଇଥିବା ଜଣାପଡିଛି।

Share