ଓଡ଼ିଆ ସିନେମା ଶିଳ୍ପର ଭାଗ୍ୟ ବଦଳିବା ଆଶା

ଭୁବନେଶ୍ୱର,୧୮ା୭(ଶର୍ମିଷ୍ଠା ପାଣିଗ୍ରାହୀ)ସମସ୍ୟା, ବିବାଦରେ ଫସି ରହିଥିବା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ବିଶେଷକରି ନୂଆ ସରକାର ଆସିବା ପରେ ଓଲିଉଡ୍‌ ଜଗତ ବେଶ୍‌ ଉତ୍ସାହିତ ହୋଇପଡିଛି। ବୁଧବାର ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ଆଲୋଚନା ପରେ ଓଡ଼ିଆ ସିନେମା ଶିଳ୍ପର ଭାଗ୍ୟ ବଦଳିଯିବ ବୋଲି ନୂଆ ଆଶା ଉଜ୍ଜୀବୀତ ହୋଇଛି।
ଚଳଚ୍ଚିତ୍ରକୁ ନେଇ ବର୍ଷ ବର୍ଷ ଧରି ବିବାଦ ଲାଗି ରହିଛି। ସମସ୍ୟାର ସମାଧାନ ନେଇ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ପ୍ରଯୋଜକ, କଳାକାରଙ୍କଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କ ମନ ଭାଙ୍ଗି ପଡିଛି। ରାଜ୍ୟ ସରକାର ଫିଲ୍ମ ପଲିସି ଘୋଷଣା କରିଥିଲେ ମଧ୍ୟ ତାହା ଏଯାଏ ଲାଗୁ ହୋଇନାହିଁ। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ବିଶେଷ ସହଯୋଗ କରୁ ନ ଥିବା ଅଭିଯୋଗ ଉଠୁଛି। ସବ୍‌ସିଡି ନାହିଁ କି ଏ ଯାଏ ସିନେମା ସମ୍ପର୍କିତ କୌଣସି ଉନ୍ନତିମୂଳକ ପଦକ୍ଷେପ ନାହିଁ। ଏଥିସହ ପ୍ରେକ୍ଷାଳୟ, ବିତରଣ ଭଳି ମୁଖ୍ୟ ସମସ୍ୟା ପ୍ରଯୋଜକଙ୍କ ପାଇଁ ଏକ ବଡ଼ ବାଧକ ସାଜିଛି। ଏବେ ନୂଆ ସରକାର ଆସିବା ପରେ ସିନେମା ସହ ପ୍ରତ୍ୟକ୍ଷ ଜଡ଼ିତ ବ୍ୟକ୍ତିତ୍ୱମାନେ ଏହି ଶିଳ୍ପର ସୁଧାର ଆଣିବା ପାଇଁ ବେଶ୍‌ ତତ୍ପର ହୋଇଉଠିଛନ୍ତି। ବର୍ତ୍ତମାନ ସିନେମାଗୁଡ଼ିକର ମାନ ବୃଦ୍ଧି ହେବା ଆରମ୍ଭ କରିଥିବାବେଳେ ଭଲ ବିଷୟବସ୍ତୁ ସହ ପ୍ରେକ୍ଷାଳୟରେ ସିନେମା ମଧ୍ୟ ଅନେକ ଦିନ ଯାଏ ଚାଲୁଛି। ବ୍ୟବସାୟୀକରଣରେ ଅଭିବୃଦ୍ଧି ସହ ବିଭିିନ୍ନ ମୌଳିକ ସମସ୍ୟାର ସମାଧାନ ହେଲେ ହିଁ ସିନେମା ଶିଳ୍ପରେ ସୁଧାର ଆସିପାରିବ ବୋଲି ଅନେକେ ମତ ରଖୁଛନ୍ତି। ଏପରିସ୍ଥିତିରେ ସିନେମା ଶିଳ୍ପର ବିକାଶ ପାଇଁ ନୂଆ ସରକାରଙ୍କ ନୂଆ ପ୍ରୟାସକୁ ନେଇ ସବୁଠି ବେଶ୍‌ ଆଲୋଚନା ଚାଲିଛି।

କଳିଙ୍ଗ ଷ୍ଟୁଡ଼ିଓଠାରେ ମଙ୍ଗଳବାର ସିନେମା ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ ସହ ଉନ୍ନୟନମୂଳକ ପଦକ୍ଷେପ ନେଇ ଆଲୋଚନା ହୋଇଛି। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଶିଳ୍ପ ବିଭାଗର ସଚିବ ହେମନ୍ତ ଶର୍ମା, ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ବାବୁ ସିଂ, ଇଡ୍‌କୋର ମ୍ୟାନେଜିଙ୍ଗ ଡାଇରେକ୍ଟର ଭୁପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ରହି ପାରସ୍ପରିକ ଆଲୋଚନା କରିଥିଲେ। ଏହି ଅବସରରେ ଟେକ୍ନିସିଆନଙ୍କଠାରୁ ଆରମ୍ଭ କରି ସିନେମା କଳକାରଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ବ୍ୟକ୍ତିବିଶେଷଙ୍କୁ ନେଇ ଚଳଚ୍ଚିତ୍ର ମହାସଂଘ ଗଠିତ ହୋଇଥିଲା। ପ୍ରଥମେ ଫିଲ୍ମ ପଲିସି ସମ୍ପର୍କରେ ଆଲୋଚନା ହୋଇଥିଲା। ପୂର୍ବରୁ ଫିଲ୍ମ ପଲିସି ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। ତେଣୁ ଏକ ନୂତନ ଫିଲ୍ନ ନୀତି ଅଣାଯିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥିସହ ପ୍ରେକ୍ଷାଳୟ ସମସ୍ୟା ଓ ବିତରଣ ବ୍ୟବସ୍ଥାରରେ ସୁଧାର ଆଣିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଫିଲ୍ମ ଆର୍କାଇଭ୍‌, ମ୍ୟୁଜିୟମ୍‌, ଏକାଡେମୀ ନିର୍ମାଣ ନେଇ ପ୍ରସ୍ତାବ ଦିଆଯାଇଥିଲା। ଏଥିସହ ଚଳଚ୍ଚିତ୍ର ଉନ୍ନୟନ ନିଗମର ଲୋକବଳ ଅଭାବ ଦୂରୀକରଣ, ପ୍ରଯୋଜଙ୍କଙ୍କୁ ସବ୍‌ସିଡି ପ୍ରଦାନ, ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ ଭଳି ଅନେକ ପଦକ୍ଷେପ ନେଇ ଆଲୋଚନା କରାଯାଇଥିଲା। ଏଥିସହ ମନ୍ତ୍ରୀ କଳିଙ୍ଗ ଷ୍ଟୁଡ଼ିଓ କାର୍ଯ୍ୟର ସମୀକ୍ଷା କରିଥିଲେ।

ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି) ଅଧ୍ୟକ୍ଷ ପଦ ଫାଙ୍କା ପଡ଼ିଛି। ପୂର୍ବ ସରକାରଙ୍କ ପକ୍ଷରୁ ୨ଟି ଟର୍ମରେ ଥିବା ଅଧ୍ୟକ୍ଷଙ୍କ ସମୟରେ ସିନେମା କ୍ଷେତ୍ରରେ କୌଣସି ଉନ୍ନତି ହୋଇନାହିଁ ବୋଲି ଅଭିଯୋଗ ଉଠୁଥିବାବେଳେ ଏଥର ନୂଆ ସରକାରରେ ଅଧ୍ୟକ୍ଷ ଗାଦିରେ କିଏ ବସିବ ସେ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି। ତେବେ ଓଡ଼ିଆ ଚଳଚ୍ଚିତ୍ରର ଜଣାଶୁଣା ଚେହେରା ଅଭିନେତା ଶ୍ରୀତମ ଦାସ, ହରିହର ମହାପାତ୍ରଙ୍କ ଭଳି ଆଉ କେତେଜଣ ପୂରା ଆକ୍ଟିଭ ରହିବା ସହ ସିନେମା କ୍ଷେତ୍ରରେ ହେଉଥିବା ଛୋଟ ବଡ଼ ଆଲୋଚନାରେ ଫ୍ରଣ୍ଟ ଫେସ୍‌ ଭାବେ ରହିଥିବା ଦେଖିବାକୁ ମିଳୁଛି। ଅଧ୍ୟକ୍ଷ ପଦ କିଏ ହାତେଇବ ସେ ନେଇ ମଧ୍ୟ ଲବି ଚାଲିଥିବା ଶୁଣିବାକୁ ମିଳିଛି। ସିନେ ସମୀକ୍ଷକ ଦିଲୀପ ହାଲି କହିଛନ୍ତି, ପୂର୍ବରୁ ଥିବା ଅଧ୍ୟକ୍ଷ ସରକାରୀ ଦଳର ହୋଇ ମଧ୍ୟ କିଛି କରିପାରିଲେ ନାହିଁ। ଏଥର ମଧ୍ୟ ଯଦି ସରକାରୀ ଦଳର ବ୍ୟକ୍ତି ରୁହନ୍ତି, ତେବେ ପୂର୍ବ ପରି ଅବସ୍ଥା ଯେ ସମାନ ରହିବ ନାହିଁ କିଏ କହିବ। ତେଣୁ ଅଧ୍ୟକ୍ଷ ପଦରେ ନିଜେ ବିଭାଗୀୟ ମନ୍ତ୍ରୀ ନ ହେଲେ ପ୍ରଶାସନିକ ସ୍ତରର କୌଣସି ବରିଷ୍ଠ ଓ ଅଭିଜ୍ଞ ଅଧିକାରୀଙ୍କୁ ଅଧ୍ୟକ୍ଷ ଭାବେ ନିୟୋଜିତ କଲେ ସିନେମା କ୍ଷେତ୍ରରେ ନୂଆ ନୂଆ ପଦକ୍ଷେପ ଆସିବ ବୋଲି ଆଶା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ବାମୁନି ଗ୍ରାମରେ ମରିଲେଣି ୨୫ରୁ ଉର୍ଦ୍ଧ୍ବ ଗୋରୁ, ମକା କାରଖାନାକୁ ଦାୟୀ କରୁଛନ୍ତି ଗ୍ରାମବାସୀ

ନବରଙ୍ଗପୁର,୧।୪(ସଦାଶିବ ପ୍ରହରାଜ): ମକା କାରଖାନାରୁ ବାହାରୁଛି ଦୂଷିତ ପାଣି । ତେବେ ଏହା ପିଇ ୨୫ରୁ ଉର୍ଦ୍ଧ୍ବ ଗାଈ, ବଳଦ, ବାଛୁରୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି…

ମାସକରେ ତୃତୀୟ ଥର ପାଇଁ ବଢ଼ିଲା LPG ଦର, ଜାଣନ୍ତୁ ୧୧ କେଜି ସିଲିଣ୍ଡରର ଦାମ୍?

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ ପରେ, ବିଶ୍ୱର ଅନେକ ଦେଶରେ ତୈଳ ଏବଂ ଘରୋଇ ଗ୍ୟାସ (LPG) ସମ୍ବନ୍ଧୀୟ ସଙ୍କଟ ଦେଖାଦେଇଛି। ପାକିସ୍ତାନ ପୂର୍ବରୁ ଆର୍ଥିକ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri