ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ ଏବେ ଫୁଟ୍‌ପାଥରେ, ଏମିତି ମିଳିଲା ପରିଚୟ

କୋଲକାତା,୧୧ା୯: ଭାଗ୍ୟ କାହାକୁ କେତେବେଳେ ନେଇ କେଉଁଠି ପହଞ୍ଚାଇ ଦେବ ତାହା କହିହେବ ନାହିଁ। ଠିକ୍‌ ଏମିତି ଦେଖିବାକୁ ମିଳିଛି ଜଣେ ଆଭିଜାତ୍ୟ ପରିବାର ସଦସ୍ୟଙ୍କ କ୍ଷେତ୍ରରେ। ଫ୍ଲପି ଇଂରାଜୀ, ଭାଇରୋଲୋଜିରେ ପିଏଚ୍‌ଡି କିନ୍ତୁ ଜୀବନ ବିତୁଛି ଫୁଟ୍‌ପାଥରେ। ଏହା ହେଉଛି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଜ୍ୟଙ୍କ ଶାଳୀଙ୍କ କାହାଣୀ। ବୁଦ୍ଧଦେବଙ୍କ ସ୍ତ୍ରୀ ମୀରା ଭଟ୍ଟାଚାର୍ଜ୍ୟଙ୍କ ଭଉଣୀ ଇରା ବସୁ, ଯେ କି ଜଣେ ଶିକ୍ଷୟିତ୍ରୀ କିନ୍ତୁ ଏବେ ସେ ଛିଣ୍ଡା ଲେଙ୍କଡ଼ା ପିନ୍ଧି ଜୀବନ ବିତାଉଛନ୍ତି ଫୁଟ୍‌ପାଥରେ। ଯାହା ଆପଣ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେନି।

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାର ପ୍ରିୟନାଥ ଗଲର୍‌ସ ହାଇସ୍କୁଲର ଜୀବବିଜ୍ଞାନରେ ଶିକ୍ଷୟିତ୍ରୀ ଥିବା ଇରା ବସୁ ରାଜପ୍ରାସାଦ ଛାଡ଼ି ଏବେ ଫୁଟ୍‌ପାଥରେ ରହୁଛନ୍ତି। ତାଙ୍କର ଏହି ଭିଆଇପି ପରିଚୟ ବହୁ ବିଳମ୍ବରେ ମିଳିଛି। ତାଙ୍କର କିଛି ପୂର୍ବତନ ସହଯୋଗୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସମ୍ପର୍କକୁ ଜାଣିଥିଲେ। ଇରା ୧୯୭୬ ମସିହାରେ ପ୍ରିୟନାଥ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିଲେ। ୨୮ ଜୁନ୍‌ ୨୦୦୯ରେ ସେ ଅବସର ଗ୍ରହଣ କରିଥିଲେ। ଏହି ସମୟରେ ସେ ବାରାନଗରରେ ରହୁଥିଲେ। ପରେ ସେ ଖରଦାହସ୍ଥିତ ଲିଚୁ ବଗିଚା ଅଞ୍ଚଳକୁ ଚାଲି ଯାଇଥିଲେ। କିନ୍ତୁ ସେଠାରୁ ସେ ଆଶ୍ଚର୍ଯ୍ୟଜନକ ଭାବେ କେଉଁଆଡ଼େ ଗାଏବ ହୋଇଯାଇଥିଲେ।

ଗତ ଗୁରୁଦିବସରେ ହଠାତ୍‌ ତାଙ୍କୁ ଡନଲପ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ପ୍ରିୟନାଥ ହାଇସ୍କୁଲର ପ୍ରଧାନଶିୟିତ୍ରୀ କୃଷ୍ଣାକଳୀ ଚନ୍ଦା କୁହନ୍ତି, ଇରା ବସୁ ଏହି ସ୍କୁଲରେ ପଢ଼ାଉଥିଲେ। ତାଙ୍କ ଅବସରଗ୍ରହଣ ପରେ ତାଙ୍କୁ ସମସ୍ତ କାଗଜପତ୍ର ଜମା କରିବାକୁ କୁହାଯାଇଥିଲା। ମାତ୍ର ସେ ତାହା ଦେଇ ନ ଥିବାରୁ ତାଙ୍କୁ ପେନ୍‌ସନ ମିଳିପାରିନାହିଁ।

ଗୁରୁଦିବସ ଅବସରରେ ଇରାଙ୍କୁ ଏକ ସ୍ବେଚ୍ଛାସେବୀ ସଂସ୍ଥା ସମ୍ମାନିତ କରିଥିଲା। ତାଙ୍କୁ ମିଠାଇ ଖାଇବାକୁ ଦେଇଥିଲେ। ଏହ ସମୟରେ ଇରା କହିଥିଲେ, ମୋତେ ଆଭିଜାତ୍ୟ ଲୋକଙ୍କ ସାଙ୍ଗରେ ରହିବାର ନାହିଁ। ସାଧାରଣ ଜୀବନ ବିତାଇବାକୁ ଚାହେଁ। ବଡ଼ଲୋକମାନଙ୍କ ସହ ସମ୍ପର୍କ ରଖି କିଛି ଲାଭ ମିଳିବ ନାହିଁ। ମୋତେ ପିଲାମାନେ ବହୁତ ଭଲ ପାଉଥିଲେ। ଶିକ୍ଷୟିତ୍ରୀ ଶିକ୍ଷକ ସମସ୍ତେ ମୋତେ ସ୍କୁଲରେ ଭଲ ପାଆନ୍ତି। ମୁଁ ଭାଇରୋଲୋଜିରେ ପିଏଚ୍‌ଡି କରିଛି। ଏହି ସ୍କୁଲରେ ମୁଁ ପ୍ରଧାନଶିକ୍ଷୟିତ୍ରୀ ଥିଲି। ସଂସ୍ଥାର ସଦସ୍ୟମାନେ ଇରାଙ୍କ ପରିଚୟ ଏଥିରୁ ପାଇଥିଲେ। ଉକ୍ତ ସ୍କୁଲରେ ସେ ୩୪ ବର୍ଷ ବିତାଇଛନ୍ତି। ଇରା କେବଳ ଜଣେ ଶିକ୍ଷୟିତ୍ରୀ ନୁହନ୍ତି, ରାଜ୍ୟସ୍ତରୀରେ ଜଣେ ଭଲ ଖେଳାଳି ମଧ୍ୟ। ସେ ଟେବୁଲ ଟେନିସ୍‌, କ୍ରିକେଟ ମଧ୍ୟ ଖେଳୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri