ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ ଏବେ ଫୁଟ୍‌ପାଥରେ, ଏମିତି ମିଳିଲା ପରିଚୟ

କୋଲକାତା,୧୧ା୯: ଭାଗ୍ୟ କାହାକୁ କେତେବେଳେ ନେଇ କେଉଁଠି ପହଞ୍ଚାଇ ଦେବ ତାହା କହିହେବ ନାହିଁ। ଠିକ୍‌ ଏମିତି ଦେଖିବାକୁ ମିଳିଛି ଜଣେ ଆଭିଜାତ୍ୟ ପରିବାର ସଦସ୍ୟଙ୍କ କ୍ଷେତ୍ରରେ। ଫ୍ଲପି ଇଂରାଜୀ, ଭାଇରୋଲୋଜିରେ ପିଏଚ୍‌ଡି କିନ୍ତୁ ଜୀବନ ବିତୁଛି ଫୁଟ୍‌ପାଥରେ। ଏହା ହେଉଛି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଜ୍ୟଙ୍କ ଶାଳୀଙ୍କ କାହାଣୀ। ବୁଦ୍ଧଦେବଙ୍କ ସ୍ତ୍ରୀ ମୀରା ଭଟ୍ଟାଚାର୍ଜ୍ୟଙ୍କ ଭଉଣୀ ଇରା ବସୁ, ଯେ କି ଜଣେ ଶିକ୍ଷୟିତ୍ରୀ କିନ୍ତୁ ଏବେ ସେ ଛିଣ୍ଡା ଲେଙ୍କଡ଼ା ପିନ୍ଧି ଜୀବନ ବିତାଉଛନ୍ତି ଫୁଟ୍‌ପାଥରେ। ଯାହା ଆପଣ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେନି।

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାର ପ୍ରିୟନାଥ ଗଲର୍‌ସ ହାଇସ୍କୁଲର ଜୀବବିଜ୍ଞାନରେ ଶିକ୍ଷୟିତ୍ରୀ ଥିବା ଇରା ବସୁ ରାଜପ୍ରାସାଦ ଛାଡ଼ି ଏବେ ଫୁଟ୍‌ପାଥରେ ରହୁଛନ୍ତି। ତାଙ୍କର ଏହି ଭିଆଇପି ପରିଚୟ ବହୁ ବିଳମ୍ବରେ ମିଳିଛି। ତାଙ୍କର କିଛି ପୂର୍ବତନ ସହଯୋଗୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସମ୍ପର୍କକୁ ଜାଣିଥିଲେ। ଇରା ୧୯୭୬ ମସିହାରେ ପ୍ରିୟନାଥ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିଲେ। ୨୮ ଜୁନ୍‌ ୨୦୦୯ରେ ସେ ଅବସର ଗ୍ରହଣ କରିଥିଲେ। ଏହି ସମୟରେ ସେ ବାରାନଗରରେ ରହୁଥିଲେ। ପରେ ସେ ଖରଦାହସ୍ଥିତ ଲିଚୁ ବଗିଚା ଅଞ୍ଚଳକୁ ଚାଲି ଯାଇଥିଲେ। କିନ୍ତୁ ସେଠାରୁ ସେ ଆଶ୍ଚର୍ଯ୍ୟଜନକ ଭାବେ କେଉଁଆଡ଼େ ଗାଏବ ହୋଇଯାଇଥିଲେ।

ଗତ ଗୁରୁଦିବସରେ ହଠାତ୍‌ ତାଙ୍କୁ ଡନଲପ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ପ୍ରିୟନାଥ ହାଇସ୍କୁଲର ପ୍ରଧାନଶିୟିତ୍ରୀ କୃଷ୍ଣାକଳୀ ଚନ୍ଦା କୁହନ୍ତି, ଇରା ବସୁ ଏହି ସ୍କୁଲରେ ପଢ଼ାଉଥିଲେ। ତାଙ୍କ ଅବସରଗ୍ରହଣ ପରେ ତାଙ୍କୁ ସମସ୍ତ କାଗଜପତ୍ର ଜମା କରିବାକୁ କୁହାଯାଇଥିଲା। ମାତ୍ର ସେ ତାହା ଦେଇ ନ ଥିବାରୁ ତାଙ୍କୁ ପେନ୍‌ସନ ମିଳିପାରିନାହିଁ।

ଗୁରୁଦିବସ ଅବସରରେ ଇରାଙ୍କୁ ଏକ ସ୍ବେଚ୍ଛାସେବୀ ସଂସ୍ଥା ସମ୍ମାନିତ କରିଥିଲା। ତାଙ୍କୁ ମିଠାଇ ଖାଇବାକୁ ଦେଇଥିଲେ। ଏହ ସମୟରେ ଇରା କହିଥିଲେ, ମୋତେ ଆଭିଜାତ୍ୟ ଲୋକଙ୍କ ସାଙ୍ଗରେ ରହିବାର ନାହିଁ। ସାଧାରଣ ଜୀବନ ବିତାଇବାକୁ ଚାହେଁ। ବଡ଼ଲୋକମାନଙ୍କ ସହ ସମ୍ପର୍କ ରଖି କିଛି ଲାଭ ମିଳିବ ନାହିଁ। ମୋତେ ପିଲାମାନେ ବହୁତ ଭଲ ପାଉଥିଲେ। ଶିକ୍ଷୟିତ୍ରୀ ଶିକ୍ଷକ ସମସ୍ତେ ମୋତେ ସ୍କୁଲରେ ଭଲ ପାଆନ୍ତି। ମୁଁ ଭାଇରୋଲୋଜିରେ ପିଏଚ୍‌ଡି କରିଛି। ଏହି ସ୍କୁଲରେ ମୁଁ ପ୍ରଧାନଶିକ୍ଷୟିତ୍ରୀ ଥିଲି। ସଂସ୍ଥାର ସଦସ୍ୟମାନେ ଇରାଙ୍କ ପରିଚୟ ଏଥିରୁ ପାଇଥିଲେ। ଉକ୍ତ ସ୍କୁଲରେ ସେ ୩୪ ବର୍ଷ ବିତାଇଛନ୍ତି। ଇରା କେବଳ ଜଣେ ଶିକ୍ଷୟିତ୍ରୀ ନୁହନ୍ତି, ରାଜ୍ୟସ୍ତରୀରେ ଜଣେ ଭଲ ଖେଳାଳି ମଧ୍ୟ। ସେ ଟେବୁଲ ଟେନିସ୍‌, କ୍ରିକେଟ ମଧ୍ୟ ଖେଳୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri