ବନ ବିଭାଗକୁ ଘାରିଛି ଛୁଆହାତୀଙ୍କ ସୁରକ୍ଷା ଚିନ୍ତା

କେନ୍ଦୁଝର, ୧୯ା୯(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ଓ ମୟୂରଭଞ୍ଜ ଜିଲା କରଞ୍ଜିଆ ଡିଭିଜନର କରଞ୍ଜିଆ ରେଞ୍ଜ ସୀମାନ୍ତରେ କିଛି ଦିନ ହେଲା ୨୨ ଟିକିଆ ହାତୀଙ୍କ ଉପଦ୍ରବ ଯୋଗୁ ଉଭୟ ଜିଲାର ବନ କର୍ମଚାରୀମାନେ ନାକେଦମ୍‌ ହୋଇ ପଡ଼ିଲେଣି। ଧନଜୀବନର ସୁରକ୍ଷା ପାଇଁ ଲୋକେ ଘଉଡ଼ାଉ ଥିବାରୁ ହାତୀପଲ ପଥଭ୍ରଷ୍ଟ ହୋଇ ଏଣେତେଣେ ଧାଉଁଛନ୍ତି। ଫଳରେ ବିନା ବିଶ୍ରାମରେ ସେମାନଙ୍କ ସ୍ବାସ୍ଥ୍ୟ ଖରାପ ହେଉଥିତ୍ବା କୁହାଯାଉଛି। ହାତୀପଲରେ ରହୁଥିବା ଛୁଆ ହାତୀ ମା’ ସହ ଭୟଭୀତ ଅବସ୍ଥାରେ ଧାଉଁଥିବା ବେଳେ ବିପଦରେ ପଡ଼ୁଛନ୍ତି। ଯଦି ସେମାନଙ୍କୁ ମଣିଷ ଛୁଇଁ ଦେଉଛନ୍ତି ତେବେ ହାତୀପଲ ଆଉ ଦଳରେ ପୂରାଉ ନାହାନ୍ତି। କ୍ଷତବିକ୍ଷତ ହୋଇ ମଧ୍ୟ ହାତୀଛୁଆଙ୍କ ଜୀବନ ଯାଉଥିବା ନଜିର ରହିଛି। ହାତୀପଲରେ ଥିବା ଏହି ଛୁଆ ହାତୀଙ୍କ ସୁରକ୍ଷା ଚିନ୍ତା ଏବେ ବନ ବିଭାଗକୁ ଘାରିଛି। ହାତୀଙ୍କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖିଥିତ୍ବା ସୂଚନା ଦେଇଛି।
ସୂଚନା ଅନୁଯାୟୀ, ଉପଦ୍ରବ କରୁଥିବା ହାତୀ ପଲରେ ତିନୋଟି ହାତୀ ଛୁଆ ଥିଲେ। ୨ ଦିନ ତଳେ କରଞ୍ଜିଆ ରେଞ୍ଜ ଅଧୀନ ଭଅଁରା ଗ୍ରାମ ନିକଟରେ ଏକ ୨୦ ଦିନର ଏକ ହାତୀ ଛୁଆ ୫/୬ ଫୁଟର ଖାଲରେ ପଡ଼ିଯାଇଥିଲା। ଘଉଡ଼ାଇବା ପାଇଁ ପଛରେ ଧାଉଁଥିବା ଗ୍ରାମବାସୀ ପହଞ୍ଚତ୍ବାରୁ ମା’ ଓ ଅନ୍ୟ ହାତୀ ଛୁଆକୁ ଛାଡ଼ି ଜଙ୍ଗଲକୁ ପଳାଇ ଯାଇଥିଲେ। ଗ୍ରାମବାସୀ ଛୁଆ ହାତୀକୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳକୁ ସ୍ଥାନୀୟ ଡିଏଫ୍‌ଓ ଓ ଅନ୍ୟ ବନ କର୍ମଚାରୀ ଯାଇ ହାତୀ ଛୁଆକୁ କରଞ୍ଜିଆ ରେଞ୍ଜ ଅଫିସକୁ ଆଣିଥିଲେ। ସେଠାରେ ବାରିପଦାରୁ ଆସିଥିବା ଓ୍ବାଇଲ୍ଡ ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ଡାକ୍ତରୀ ଟିମ୍‌ ଏବଂ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଟିମ୍‌ ତାହାର ଚିକିତ୍ସାରେ ଲାଗିଛନ୍ତି।
ଏନେଇ କରଞ୍ଜିିଆ ଡିଏଫ୍‌ଓଙ୍କୁ ପଚାରିବାରୁ ହାତୀ ଛୁଆଟି ସୁରକ୍ଷିତ ଅଛି। ଦୁଇଟି ଡାକ୍ତରୀଟିମ୍‌ଙ୍କ ଦ୍ୱାରା ଚିକିତ୍ସା ପରେ ସେ ସୁସ୍ଥ ହୋଇ ଖେଳାବୁଲା କରୁଛି। ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବା ପରେ ତାହାକୁ ଥଇଥାନ କରାଯିବ ବୋଲି ସେ କହିଛନ୍ତି। ତେବେ ଲୋକେ ଘଉଡ଼ାଉଥିବାରୁ ହାତୀ ପଲରେ ଥିବା ୫/୬ ମାସର ଦୁଇଟି ଛୁଆ ହାତୀକୁ ନେଇ ବନ ବିଭାଗର ଚିନ୍ତା ପଡ଼ିଛି। ହାତୀଙ୍କୁ ନ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଏଣୁ ହାତୀ ପଲ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଧାଉଁଥିବା ବେଳେ ବିଶ୍ରାମ ନେଇ ପାରୁନାହାନ୍ତି। ଫଳରେ ସେମାନଙ୍କ ଜୀବନ ପ୍ରତି ବିପଦ ରହୁଛି। ଉଲ୍ଲେଖଯୋଗ୍ୟ, ହାତୀମାନଙ୍କୁ ଘଉଡ଼ାଇବା ବେଳେ ସେମାନେ ଏଣେତେଣେ ଧାଉଁଛନ୍ତି। ଅନେକ ସମୟରେ ଖାଲଖମାରେ ପଡ଼ି କ୍ଷତବିକ୍ଷତ ହେବା ସମ୍ଭାବନା ରହୁଛି। ଏଣୁ ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ବନବିଭାଗ ଚିନ୍ତିତ ରହିଥିବା ବେଳେ ସେମାନଙ୍କ ଗତିପଥ ନିରୀକ୍ଷଣ କରିବା ସହ ସ୍ବାସ୍ଥ୍ୟ ସମସ୍ୟା ଉପରେ ନଜର ରଖିବାକୁ ପଡୁଛି ବୋଲି ବନ ବିଭାଗ ଅଧିକାରୀମାନେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ

ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍‌ଏସି...

ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri