ବନ ବିଭାଗକୁ ଘାରିଛି ଛୁଆହାତୀଙ୍କ ସୁରକ୍ଷା ଚିନ୍ତା

କେନ୍ଦୁଝର, ୧୯ା୯(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ଓ ମୟୂରଭଞ୍ଜ ଜିଲା କରଞ୍ଜିଆ ଡିଭିଜନର କରଞ୍ଜିଆ ରେଞ୍ଜ ସୀମାନ୍ତରେ କିଛି ଦିନ ହେଲା ୨୨ ଟିକିଆ ହାତୀଙ୍କ ଉପଦ୍ରବ ଯୋଗୁ ଉଭୟ ଜିଲାର ବନ କର୍ମଚାରୀମାନେ ନାକେଦମ୍‌ ହୋଇ ପଡ଼ିଲେଣି। ଧନଜୀବନର ସୁରକ୍ଷା ପାଇଁ ଲୋକେ ଘଉଡ଼ାଉ ଥିବାରୁ ହାତୀପଲ ପଥଭ୍ରଷ୍ଟ ହୋଇ ଏଣେତେଣେ ଧାଉଁଛନ୍ତି। ଫଳରେ ବିନା ବିଶ୍ରାମରେ ସେମାନଙ୍କ ସ୍ବାସ୍ଥ୍ୟ ଖରାପ ହେଉଥିତ୍ବା କୁହାଯାଉଛି। ହାତୀପଲରେ ରହୁଥିବା ଛୁଆ ହାତୀ ମା’ ସହ ଭୟଭୀତ ଅବସ୍ଥାରେ ଧାଉଁଥିବା ବେଳେ ବିପଦରେ ପଡ଼ୁଛନ୍ତି। ଯଦି ସେମାନଙ୍କୁ ମଣିଷ ଛୁଇଁ ଦେଉଛନ୍ତି ତେବେ ହାତୀପଲ ଆଉ ଦଳରେ ପୂରାଉ ନାହାନ୍ତି। କ୍ଷତବିକ୍ଷତ ହୋଇ ମଧ୍ୟ ହାତୀଛୁଆଙ୍କ ଜୀବନ ଯାଉଥିବା ନଜିର ରହିଛି। ହାତୀପଲରେ ଥିବା ଏହି ଛୁଆ ହାତୀଙ୍କ ସୁରକ୍ଷା ଚିନ୍ତା ଏବେ ବନ ବିଭାଗକୁ ଘାରିଛି। ହାତୀଙ୍କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖିଥିତ୍ବା ସୂଚନା ଦେଇଛି।
ସୂଚନା ଅନୁଯାୟୀ, ଉପଦ୍ରବ କରୁଥିବା ହାତୀ ପଲରେ ତିନୋଟି ହାତୀ ଛୁଆ ଥିଲେ। ୨ ଦିନ ତଳେ କରଞ୍ଜିଆ ରେଞ୍ଜ ଅଧୀନ ଭଅଁରା ଗ୍ରାମ ନିକଟରେ ଏକ ୨୦ ଦିନର ଏକ ହାତୀ ଛୁଆ ୫/୬ ଫୁଟର ଖାଲରେ ପଡ଼ିଯାଇଥିଲା। ଘଉଡ଼ାଇବା ପାଇଁ ପଛରେ ଧାଉଁଥିବା ଗ୍ରାମବାସୀ ପହଞ୍ଚତ୍ବାରୁ ମା’ ଓ ଅନ୍ୟ ହାତୀ ଛୁଆକୁ ଛାଡ଼ି ଜଙ୍ଗଲକୁ ପଳାଇ ଯାଇଥିଲେ। ଗ୍ରାମବାସୀ ଛୁଆ ହାତୀକୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳକୁ ସ୍ଥାନୀୟ ଡିଏଫ୍‌ଓ ଓ ଅନ୍ୟ ବନ କର୍ମଚାରୀ ଯାଇ ହାତୀ ଛୁଆକୁ କରଞ୍ଜିଆ ରେଞ୍ଜ ଅଫିସକୁ ଆଣିଥିଲେ। ସେଠାରେ ବାରିପଦାରୁ ଆସିଥିବା ଓ୍ବାଇଲ୍ଡ ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ଡାକ୍ତରୀ ଟିମ୍‌ ଏବଂ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଟିମ୍‌ ତାହାର ଚିକିତ୍ସାରେ ଲାଗିଛନ୍ତି।
ଏନେଇ କରଞ୍ଜିିଆ ଡିଏଫ୍‌ଓଙ୍କୁ ପଚାରିବାରୁ ହାତୀ ଛୁଆଟି ସୁରକ୍ଷିତ ଅଛି। ଦୁଇଟି ଡାକ୍ତରୀଟିମ୍‌ଙ୍କ ଦ୍ୱାରା ଚିକିତ୍ସା ପରେ ସେ ସୁସ୍ଥ ହୋଇ ଖେଳାବୁଲା କରୁଛି। ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବା ପରେ ତାହାକୁ ଥଇଥାନ କରାଯିବ ବୋଲି ସେ କହିଛନ୍ତି। ତେବେ ଲୋକେ ଘଉଡ଼ାଉଥିବାରୁ ହାତୀ ପଲରେ ଥିବା ୫/୬ ମାସର ଦୁଇଟି ଛୁଆ ହାତୀକୁ ନେଇ ବନ ବିଭାଗର ଚିନ୍ତା ପଡ଼ିଛି। ହାତୀଙ୍କୁ ନ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଏଣୁ ହାତୀ ପଲ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଧାଉଁଥିବା ବେଳେ ବିଶ୍ରାମ ନେଇ ପାରୁନାହାନ୍ତି। ଫଳରେ ସେମାନଙ୍କ ଜୀବନ ପ୍ରତି ବିପଦ ରହୁଛି। ଉଲ୍ଲେଖଯୋଗ୍ୟ, ହାତୀମାନଙ୍କୁ ଘଉଡ଼ାଇବା ବେଳେ ସେମାନେ ଏଣେତେଣେ ଧାଉଁଛନ୍ତି। ଅନେକ ସମୟରେ ଖାଲଖମାରେ ପଡ଼ି କ୍ଷତବିକ୍ଷତ ହେବା ସମ୍ଭାବନା ରହୁଛି। ଏଣୁ ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ବନବିଭାଗ ଚିନ୍ତିତ ରହିଥିବା ବେଳେ ସେମାନଙ୍କ ଗତିପଥ ନିରୀକ୍ଷଣ କରିବା ସହ ସ୍ବାସ୍ଥ୍ୟ ସମସ୍ୟା ଉପରେ ନଜର ରଖିବାକୁ ପଡୁଛି ବୋଲି ବନ ବିଭାଗ ଅଧିକାରୀମାନେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri