ମାଙ୍କଡ଼କୁ ଠାବ କରିବାରେ ବନ ବିଭାଗ ବିଫଳ

ରସୁଲପୁର,୧୯ା୬(ରଂଜିତ ରାଉତ): ରସୁଲପୁର ବ୍ଲକ ଭୋଟକା ପଞ୍ଚାୟତରେ ମାଙ୍କଡ଼ ଆତଙ୍କ ଦେଖାଦେଇଛି। ପଞ୍ଚାୟତ ଅଞ୍ଚଳରେ ଘୁରିବୁଲୁ ଥିବା ମାଙ୍କଡ଼ପଲଙ୍କ ମଧ୍ୟରେ ଗୋଟିଏ ପାଗଳା ମାଙ୍କଡ଼ ରହିଛି। ଉକ୍ତ ମାଙ୍କଡ଼ ଆକ୍ରମଣରେ ପଞ୍ଚାୟତର ୭ଜଣ ଆହତ ହେଲେଣି। ପାଗଳ ମାଙ୍କଡ଼କୁ କାବୁ କରିବା ପାଇଁ ବନ ବିଭାଗ ପକ୍ଷରୁ ୨ଦିନ ହେଲା ଅପରେସନ ଜାରି ରହିଛି। ହେଲେ ଏଯାଏ ମାଙ୍କଡ଼କୁ କାବୁ କରିବାରେ ବିଭାଗ ବିଫଳ ହୋଇଛି। ରବିବାର ଅପରାହ୍ନରେ ବନ ବିଭାଗ ଓ ମାଙ୍କଡ଼ ଧରାଳି ଉଭୟଙ୍କ ପକ୍ଷରୁ ଏକ ମାଙ୍କଡ଼କୁ କାବୁ କରାଯାଇଥିଲା। ଉକ୍ତ ମାଙ୍କଡ଼କୁ ପାଗଳା ମାଙ୍କଡ଼ ଦର୍ଶାଇ ବିଭାଗ ଖସିଯିବାକୁ ଚେଷ୍ଟା କରୁଥିଲା। ହେଲେ ଏହାକୁ ଲୋକେ ବିରୋଧ କରିବା ସହ ପାଗଳା ମାଙ୍କଡ଼କୁ କାବୁ କରିବାକୁ ଜିଦ୍‌ ଧରିଥିଲେ। ବିଭାଗୀୟ ଅଧିକାରୀ ମହମ୍ମଦ ଜାକିର ହୁସେନଙ୍କ ନେତୃତ୍ୱରେ ଆସିଥିବା ମାଙ୍କଡ଼ ଧରାଳି ପଞ୍ଚାୟତରେ ରାତ୍ରୀ ଯାପନ କରିଛନ୍ତି। ସୋମବାର ସକାଳୁ ପୁଣି ମାଙ୍କଡ଼ ଧରାଯିବାକୁ ପ୍ରୟାସ କରାଯିବା। ଏ ଦିଗରେ ବିଭାଗ ବିଫଳ ହେଲେ ଅନ୍ୟ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱ ଦିଆଯିବ। ନଚେତ ଗାଁ ଗଣ୍ଡାରେ ଘୁରି ବୁଲୁଥିବା ମାଙ୍କଡ଼ଙ୍କୁ ଅନ୍ୟତ୍ର ଘଉଡ଼ାଇ ଦିଆଯିବା ନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।
ପାଗଳା ମାଙ୍କଡ଼କୁ ଧରିବା ପାଇଁ ବସାଯାଇଥିବା ଫାସରେ ପଡ଼ିଥିବା ଏକ ମାଙ୍କଡ଼କୁ ଶାରଳା ଛକ ନିକଟରେ ଥିବା ଏକ କୋଠଘରେ ରଖାଯାଇଛି। ତା’କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏବେ ବି ପାଗଳା ମାଙ୍କଡ଼ର ଭୟ ଜନସାଧାରଣଙ୍କୁ ଘାରିଛି। ଏକ ନିର୍ଦ୍ଦିଷ୍ଟ ମାଙ୍କଡ଼ ଆକ୍ରମଣ କରୁଛି ନାଁ ଏକାଧିକ ମାଙ୍କଡ଼ ସାମିଲ ଅଛନ୍ତି ସେ ଦ୍ୱନ୍ଦ୍ୱ ଏଯାଏଁ ଦୂର ହୋଇପାରୁନାହିଁ। ଆକ୍ରମଣ କରୁଥିବା ମାଙ୍କଡ଼କୁ ଚିହ୍ନଟ କରିବା ସହଜ ହେଉ ନ ଥିବାରୁ ତା’କୁ କାବୁ କରାଯାଇ ପାରୁନାହିଁ ବୋଲି ବିଭାଗୀୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀବନ୍ଧକୁ ଦୁର୍ବଳ କରୁଛି ବେଆଇନ ଚିଙ୍ଗୁଡ଼ିଘେରି: ଗୋବରୀରେ ଧସିଲା ୧୦୦ ଫୁଟ ଅତଡ଼ା

ମହାକାଳପଡ଼ା,୮ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ କଂସାର-ରଡ଼ିଆ-ବଗଗହଣ ଗୋବରୀ ନଦୀରେ ତଟବନ୍ଧ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିସହ…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

‘ଆତଙ୍କବାଦ ଉପରେ ଦୋମୁହାଁ ମନୋଭାବ…,’ ମାଲେସିଆରେ ଏମିତି କହିଲେ ମୋଦି, ଶୁଣିଲେ ଉଡିବ ପାକିସ୍ତାନର ନିଦ

ନୂଆଦିଲ୍ଲୀ,୮।୨: ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଏକ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଏବଂ ମାଲେସିଆ ସେମାନଙ୍କର ସମ୍ପର୍କକୁ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ଉପ ମୁଖ୍ୟମନ୍ତ୍ରୀସ୍‌ଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର 

କେସିଙ୍ଗା,୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri