ଫୁଡ୍‌କୋର୍ଟକୁ ସଂଯୋଗ ହୋଇପାରୁନି ବିଦ୍ୟୁତ୍‌

ରାଉରକେଲା, ୧୪ା୪(ସଙ୍ଗୀତା ଜେନା)ଉଠାଦୋକାନୀଙ୍କ ପାଇଁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍‌ (ଆର୍‌ଏସ୍‌ସିଏଲ୍‌) ଦ୍ୱାରା କୋଏଲନଗର ଏନ୍‌ଏସି ମାର୍କେଟ ପାର୍ଶ୍ୱରେ ଫୁଡ୍‌କୋର୍ଟ ନିର୍ମାଣ କରାଯାଇଛି। ହେଲେ ନିର୍ମାଣ କାମକୁ ୪ ମାସ ପୂରି ଯାଇଥିଲେ ମଧ୍ୟ ଦୋକାନ ଗୃହଗୁଡିକରେ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବା ଅଭିଯୋଗ ହୋଇଛି। ଫଳରେ ୪୧ଟି ଦୋକାନ ଗୃହ ବ୍ୟବହାର ନ ହୋଇ ପଡି ରହିଥିବାରୁ ଦୋକାନୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ବାରମ୍ବାର ସ୍ମାର୍ଟସିଟିକୁ ଅଭିଯୋଗ କରିବା ପରେ କେହି ଶୁଣି ନ ଥିବା ଦୋକାନୀମାନେ କହିଛନ୍ତି। ମାର୍କେଟ କମିଟି ସଭାପତି ଦିଗନ୍ତ ପାଣିଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ଏଠାରେ ଉଠାଦୋକାନ କରି କିଛି ଦୋକାନୀ ଫାଷ୍ଟଫୁଡ୍‌ ଓ ଅନ୍ୟ ଖାଦ୍ୟ ପଦାର୍ଥ ବିକ୍ରୟ କରୁଥିଲେ। ପରେ ମାର୍କେଟର ନବୀକରଣ ହେବା ପରେ ଉକ୍ତ ଅସ୍ଥାୟୀ ଫୁଡ୍‌କୋର୍ଟକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଗଲା। ପରେ ଉକ୍ତ ସ୍ଥାନରେ ୪୧ଟି ଦୋକାନ ଗୃହ ନିର୍ମାଣ କରାଗଲା। ଆବଣ୍ଟନ ପ୍ରକ୍ରିୟା ମଧ୍ୟ ସମ୍ପନ୍ନ ହେଲା। ହେଲେ ଏ ପର୍ଯ୍ୟନ୍ତ ଏଥିରେ ବିଜୁଳି ସଂଯୋଗ ହୋଇପାରିଲା ନାହିଁ। ବିଦ୍ୟୁତ୍‌ ବିଭାଗ କର୍ତ୍ତୃପକ୍ଷଙ୍କୁ ବିଜୁଳି ସମ୍ବନ୍ଧରେ କୁହାଗଲା ପରେ ପ୍ରକୃତ ସମସ୍ୟା ପଦାକୁ ଆସିଥିଲା। ଦୋକାନୀମାନେ ବିଜୁଳି ସଂଯୋଗ ପାଇଁ ଆବେଦନ କରିଥିଲେ। ଟ୍ରାନ୍ସଫରର୍ମର ସ୍ଥାପନ କରାଯିବା ନେଇ ବିଜୁଳି ବିଭାଗ କହିଥିଲେ। ହେଲେ କୌଣସି ସୁଫଳ ମିଳି ନ ଥିଲା। ଏ ସମ୍ପର୍କରେ ଟିପିଡବ୍ଲ୍ୟୁଓଡିଏଲ ଏସ୍‌ଡିଓଡି ମହାନ୍ତିଙ୍କୁ ପଚାରିବାରୁ ମାର୍କେଟ୍‌କୁ ସ୍ମାର୍ଟ ସିଟି ପକ୍ଷରୁ ଟ୍ରାନ୍ସଫର୍ମର ସ୍ଥାପନା କରିବା ଉଚିତ୍‌। ୨୦୦ କେଭିର ଟ୍ରାନ୍ସଫର୍ମର ସହ ବିଜୁଳି ସଂଯୋଗ କାମ ମଧ୍ୟ ଏପର୍ଯ୍ୟନ୍ତ ହୋଇନାହିଁ। ଦୋକାନୀଙ୍କୁ ଆନୁଷଙ୍ଗିକ କାଗଜପତ୍ର ଜମା କରିବାକୁ କୁହାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ସେମାନେ ତାହା କରିନାହାନ୍ତି । ଉକ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ମାର୍ଟ ସିଟିର ବୋଲି ଏସ୍‌ଡିଓ ମହାନ୍ତି କହିଥିଲେ। ଏ ସମ୍ପର୍କରେ ସ୍ମାର୍ଟ ସିଟି ଅଧିକାରୀ ଉତ୍ତମ ମହାନ୍ତିଙ୍କୁ ପଚାରିବାରୁ, ଦୋକାନୀମାନେ ପୂର୍ବରୁ ବିଜୁଳି କମ୍ପାନୀର ଗ୍ରାହକ ଅଟନ୍ତି। ଏଥିରେ ସ୍ମାର୍ଟ ସିଟିର କୌଣସି ଭୂମିକା ନାହିଁ। ଯଥାଶୀଘ୍ର ଟିପିଡବ୍ଲ୍ୟୁଓଡିଏଲ୍‌ ଓ ଗ୍ରାହକଙ୍କ ମଧ୍ୟରେ ଆଲୋଚନା ଦ୍ୱାରା ସମସ୍ୟା ଦୂର କରିବାକୁ ଚେଷ୍ଟା କରାଯାଉଛି ବୋଲି ମହାନ୍ତି କହିଥିଲେ। ସୂଚନାଯୋଗ୍ୟ, ୧୯୮୩ରେ କୋଏଲନଗରଠାରେ ଏନ୍‌ଏସି ମାର୍କେଟ ନିର୍ମାଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ହଁ ଆମେ ଯୁଦ୍ଧ ଶେଷ କରିବୁ…’, ଆମେରିକାକୁ ଇରାନର ସିଧା ଜବାବ, ସାମ୍ନାରେ ରଖିଲା ୨ ବଡ଼ ସର୍ତ୍ତ

ତେହରାନ୍‌,୨୪।୩: ଆମେରିକା ଏବେ ଇରାନ ସହିତ ସଂଘର୍ଷ ସମାପ୍ତ କରିବାକୁ ପ୍ରସ୍ତୁତ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ଆଉ ଯୁଦ୍ଧ କରିବାକୁ…

ପାଡୁଆ ପୋଲିସକୁ ଚ୍ୟାଲେଞ୍ଜ, ବୋଲେରୋ-ବାଇକ ପରେ ଏବେ ସ୍କୁଟି ଚୋରି

ନନ୍ଦପୁର/ପାଡୁଆ,୨୪।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ଥାନା ପୋଲିସକୁ ଗାଡ଼ି ଚୋର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ରବିବାର…

ହାର ମାନିବାକୁ ପ୍ରସ୍ତୁତ ନୁହେଁ ଇରାନ, କେମିତି ହେବ ଶାନ୍ତି ଆଲୋଚନା? ଟ୍ରମ୍ପଙ୍କୁ ଫୋନ ଲଗାଇଲେ ନେତାନ୍ୟାହୁ

ଓ୍ବାଶିଂଟନ,୨୪।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏକ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ, ବେଞ୍ଜାମିନ ନେତାନ୍ୟାହୁ ଜାରି ଆକ୍ରମଣ ବିଷୟରେ କହୁଛନ୍ତି, ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ…

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

ନଇଁବାକୁ ପ୍ରସ୍ତୁତ ନୁହେଁ ଇରାନ, ଆମେରିକାକୁ ଦେଲା ଅଲ୍ଟିମେଟମ, ‘ଗ୍ୟାରେଣ୍ଟି ଦିଅ, ନଚେତ୍‌ ମୁଣ୍ଡ ବଦଳରେ ମୁଣ୍ଡ…’

ତେହରାନ୍‌,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି କହିଛନ୍ତି ଯେ ଇରାନ ଏକ ଚୁକ୍ତିରେ ପହଞ୍ଚିବାକୁ ଚାହୁଁଛି; କିନ୍ତୁ, ଇରାନ ପକ୍ଷରୁ ଏକ କଠୋର ବିବୃତ୍ତି ଆସିଛି।…

କଲମ୍ବିଆରେ ସେନା ବିମାନ ଦୁର୍ଘଟଣା; ୬୬ ଯବାନ ମୃତ, ଭିଡିଓ ଦେଖିଲେ….

କଲମ୍ବିଆ,୨୪।୩: କଲମ୍ବିଆରେ ଏକ ବଡ଼ ବାୟୁସେନା ବିମାନ ଦୁର୍ଘଟଣା ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୧୨୫ ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ବିମାନ ପୁଏର୍ଟୋ…

ଇରାନ-ଆମେରିକା ଯୁଦ୍ଧରେ ମଧ୍ୟସ୍ଥତା କରିବ ପାକିସ୍ତାନ! ଟ୍ରମ୍ପଙ୍କ ସହ କଥା ହେଲେ ମୁନିର

ଇସଲାମାବାଦ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ସମାଧାନ ପାଇଁ ପ୍ରୟାସ ତୀବ୍ର ହୋଇଛି। ଗୋଟିଏ କ୍ଷେତ୍ରରେ, ଆମେରିକା ଏବଂ ଇରାନ ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri