ପୁନରୁଦ୍ଧାର ହେଲେ ମାଡ଼ନ୍ତା ପାଣି

ଛେଣ୍ଡିପଦା,୧୧।୬(ଡି.ଏନ.ଏ.) କୁମ୍ଭୀରା ନାଳରେ ମାଟି ବନ୍ଧ ବାନ୍ଧି ଚାଷୀ ନିର୍ମାଣ କରିଥିଲେ ଘୁଡ଼ିଆନାଳୀ ଜଳସେଚନ ପ୍ରକଳ୍ପ। ପରେ ମାଟି ବନ୍ଧକୁ ପକ୍କା କରାଯାଇଥିଲା। ହେଲେ ୨୦୦୨ରେ ପ୍ରବଳ ବର୍ଷାରେ ପ୍ରକଳ୍ପର କିଛି ଅଂଶ ଧୋଇଯିବା ପରଠାରୁ ଏହା ଅଚଳ ଅବସ୍ଥାରେ ପଡ଼ିଛି। ଫଳରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୭ଶହ ହେକ୍ଟର ଜମିକୁ ଜଳ ମାଡ଼ିପାରୁ ନାହିଁ। ଦୀର୍ଘବର୍ଷ ହେଲା ଅଭିଯୋଗ ହୋଇଆସୁଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉନାହିଁ। ପ୍ରକଳ୍ପର ପୁନରୁଦ୍ଧାର କରାଗଲେ ପ୍ରାୟ ଏକ ହଜାର ଚାଷୀ ଉପକୃତ ହୋଇପାରନ୍ତେ।
ଛେଣ୍ଡିପଦା ବ୍ଲକର ବାହାଳସାହି ଓ ଛେଣ୍ଡିପଦା ପଞ୍ଚାୟତ ସୀମାନ୍ତ ଘୁଡିଆନାଳୀଠାରେ ରହିଛି ଏହି ଜଳସେଚନ ପ୍ରକଳ୍ପ। ଚାଷୀମାନଙ୍କ କହିବା ଅନୁଯାୟୀ, ୫୦ରୁ ଅଧିକ ବର୍ଷଧରି ଏହି ପ୍ରକଳ୍ପରୁ ଚାଷୀମାନେ ଉପକୃତ ହେଉଥିଲେ। ଛେଣ୍ଡିପଦା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଯୋଗୀ ଦେହୁରୀ ଚାଷୀ କରିଥିବା ମାଟି ବନ୍ଧକୁ ସିମେଣ୍ଟ ବନ୍ଧରେ ପରିଣତ କରିବାରୁ ଏହା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ଏହି ପ୍ରକଳ୍ପରୁ ଦୀର୍ଘ ୧୨ କିଲୋମିଟର ଶାଖା କେନାଲ ନିର୍ମାଣ କରାଯାଇଥିଲା। ଛେଣ୍ଡିପଦା, ବାହାଳସାହି, ଗୋଳାଗାଡିଆ, ଗୋହିରାପଶି, ମାଝିସାହି, ଡାହିବର, ବଡବେରେଣା ଆଦି ଗ୍ରାମର ଚାଷୀମାନେ ରବି ଓ ଖରିଫ ଋତୁରେ ପ୍ରାୟ ୭୦୦ ହେକ୍ଟର ଜମିରେ ଚାଷ କରିପାରୁଥିଲେ। କିନ୍ତୁ ୨୦ ବର୍ଷ ହେବ ଏହି ଜଳସେଚନ ପ୍ରକଳ୍ପ ଅଚଳ ହୋଇଯାଇଥିବାରୁ ପ୍ରତିବର୍ଷ ଚାଷ କାର୍ଯ୍ୟ ଠିକ୍‌ ଭାବେ ହୋଇପାରୁ ନାହିଁ। ପ୍ରକଳ୍ପରୁ ବାହାରିଥିବା ୧୨ କିଲୋମିଟର କେନାଲରେ ପାଣି ପ୍ରବାହିତ ହେଉ ନ ଥିବାରୁ କେଉଁଠି କେନାଲ ପୋତି ହୋଇଗଲାଣି ତ ଆଉ କେଉଁଠି ବନ୍ଧ ନଷ୍ଟ ହୋଇଗଲାଣି। ଏହାର ପୁନରୁଦ୍ଧାର ପାଇଁ ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରୁଥିଲେ ମଧ୍ୟ କୌଣସି ଦୃଷ୍ଟି ଦିଆଯାଉ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ମଧ୍ୟମ ଜଳସେଚନ ବିଭାଗ ଯନ୍ତ୍ରୀ ସନ୍ତୋଷ ବିଶ୍ୱାଳ କହିଛନ୍ତି, ଖୁଡିଆପଶିରେ ଥିବା ପ୍ରକଳ୍ପଟି ଦୀର୍ଘ ଦିନ ହେବ ଅଚଳ ଅବସ୍ଥାରେ ଅଛି। ତାହାକୁ ଜଳସେଚନ ବିଭାଗ ହାତକୁ ନେବା ସହ ନୂତନ ପ୍ରକଳ୍ପ ନିର୍ମାଣ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଛି। ମଞ୍ଜୁରୀ ମିଳିବା ପରେ କାର୍ଯ୍ୟାରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri