୭ ନଦୀର ବନ୍ୟାଜଳ ଗାଁରେ ପଶିଲା

କେନ୍ଦ୍ରାପଡ଼ା, ୫ା୮(ଜଗନ୍ନାଥ ଧଳ): ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାର ୭ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ରିପୋର୍ଟ ଲେଖା ପର୍ଯ୍ୟନ୍ତ ଲୁଣା, କରାଣ୍ଡିଆର ଦ୍ୱୀପାଞ୍ଚଳରେ ଥିବା ୧୩ ଗ୍ରାମ ପାଣି ଘେରରେ ରହିଛି। ତେବେ ଏହି ଦ୍ୱୀପାଞ୍ଚଳରେ ଥିବା ମାର୍ଶାଘାଇ ବ୍ଲକ ଆଇତିପୁର, ଡିହ ବଳରାମପୁର ଓ ବାଳିସିଂ ଗ୍ରାମକୁ ବନ୍ୟା ଜଳ ମାଡ଼ି ଯାଇଥିବାରୁ ଯୋଗାଯୋଗ ପଥ ବିଚ୍ଛିନ୍ନ ହୋଇଛି। ଅଦ୍ୟାବଧି ଏହି ୩ ଗ୍ରାମର ଅଧିବାସୀଙ୍କୁ ସ୍ଥାନାନ୍ତର କରାଯାଇନାହିଁ। ଅପରପକ୍ଷରେ ଗରଦପୁର, ମାର୍ଶାଘାଇ ବ୍ଲକ ଅଞ୍ଚଳରେ ଲୁଣା ଓ ଚିତ୍ରୋପତ୍ଳା ନଦୀବନ୍ଧ ଡେଇଁ ଗ୍ରାମାଞ୍ଚଳ ମଧ୍ୟକୁ ପାଣି ପଶିଛି। ସେହିପରି ବ୍ରାହ୍ମଣୀ ଓ ବୈତରଣୀ ବନ୍ୟା ଜଳ ବିଭିନ୍ନ ଗ୍ରାମରେ ପଶି ଯାତାୟାତ ସୁବିଧା ନଷ୍ଟ କରିଛି। ବନ୍ୟା ପାଇଁ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳଗୁଡିକ ଖୋଲା ଯାଇଛି। ତେବେ ଏଠାରେ ଥିବା ସରଞ୍ଜାମ ବ୍ୟବହାର ସମ୍ପର୍କରେ କାହାକୁ ଜଣାନାହିଁ। ମହାକାଳପଡ଼ା ବ୍ଲକ ଗଡରୋମିତ ପଞ୍ଚାୟତର ସୁରତ ମାଝି ମାଛଧରା ଡଙ୍ଗା ସହିତ ନିଖୋଜ ହୋଇଥିଲେ। ତେବେ ଓଡ୍ରାଫ ଟିମ ତାଙ୍କୁ ଉଦ୍ଧାର କରିଛି। ନଦୀ କୂଳ ଅଞ୍ଚଳର ପ୍ରାୟ ୧୦ ହଜାର ହେକ୍ଟର ଜମିରେ ଖରିଫ ଚାଷ ସହିତ ପନିପରିବା ନଷ୍ଟ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ବନ୍ୟା ସ୍ଥିତିକୁ ନିରୀକ୍ଷଣ କରାଯାଇ ରନ୍ଧା, ଶୁଖିଲା ଖାଦ୍ୟ ଯୋଗାଣ, ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ଓ ଦୁର୍ବଳ ନଦୀବନ୍ଧର ସୁରକ୍ଷା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି।
ଆଇତିପୁରର କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି, କରାଣ୍ଡିଆ ନଦୀରେ ଆଦୌ ଆଡ଼ିବନ୍ଧ ନାହିଁ। ଏହାସହ ଲୁଣା ନଦୀବନ୍ଧ କମ ଉଚ୍ଚତାରେ ଅଛି। ଏଥିପାଇଁ ବନ୍ୟା ଆସିଲେ ପ୍ରତ୍ୟେକ ବର୍ଷ ଦ୍ୱୀପାଞ୍ଚଳର ୧୩ ଗ୍ରାମରେ ପାଣି ପଶୁଛି। ଗୁରୁବାର ରାତିରୁ ଏହି ୨ ନଦୀରୁ ଗ୍ରାମ ମଧ୍ୟକୁ ପାଣି ଆସିଛି। ଅପରାହ୍ନ ୨ଟା ସୁଦ୍ଧା ଡିହବଳରାମପୁର, ବାଳିସିଂ ଓ ଆଇତିପୁରକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଏବେ ଏହି ୩ ଗ୍ରାମର ପ୍ରାୟ ୬ ହଜାର ଲୋକ ଜଳବନ୍ଦୀରେ ଅଛନ୍ତି। ମାର୍ଶାଘାଇ ବ୍ଲକର ହେମନ୍ତ ସ୍ବାଇଁ କହିଛନ୍ତି, ସରକାରୀ ଆବାସ ଯୋଜନାରେ ଘର ଆରମ୍ଭ କରିଥିଲେ। ଏବେ ପାଣି ପଶି ଯିବାରୁ ଘର କାମ ପାଇଁ ଥିବା ବାଲି, କଂକ୍ରିଟ ନଷ୍ଟ ହୋଇଛି। ଲୁହା ରଡ ବନ୍ୟା ଜଳରେ ବୁଡ଼ି ରହିଛି। ଏପରିସ୍ଥଳେ ଘର କେମିତି ସମ୍ଭବ ହେବ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ଆଇତିପୁର ଗ୍ରାମର ପିନାକୀ ସାମନ୍ତରାୟ କହିଛନ୍ତ, ଆଇତିପୁର ଓ ଡିହବଳରାମପୁରରେ ବନ୍ୟା, ବାତ୍ୟା ଆଶ୍ରୟସ୍ଥଳ ନିର୍ମିତ ହୋଇଛି। ବନ୍ୟା ଓ ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାର ଆବଶ୍ୟକତା ଅଧିକ। ତେବେ ଗୃହର ଆକାର ପ୍ରଭାବିତଙ୍କୁ ଆଶ୍ରୟ ଦେବାରେ ବିଫଳ ହୋଇଛି। ଏହି ଦୁଇ ଆଶ୍ରୟସ୍ଥଳରେ ଅତିବେଶିରେ ୧୫୦ ଜଣଙ୍କ ପାଇଁ ସ୍ଥାନ ଥିବା ବେଳେ ପ୍ରାୟ ୨ ହଜାର ଲୋକ ଘର ଛାଡ଼ି ଅନ୍ୟ ସ୍ଥାନରେ ଗୃହପାଳିତ ପଶୁପକ୍ଷୀଙ୍କ ସହିତ ରହୁଛନ୍ତି। ସେହିପରି ଏଠାରେ ରହିଥିବା ଆବଶ୍ୟକ ସାମଗ୍ରୀ ଆସ୍କା ଲାଇଟ, ଜେନେରେଟରଠାରୁ କଟର ମେଶିନର ବ୍ୟବହାର କାହାକୁ ଜଣାନାହିଁ। ଫଳରେ ରାତିରେ ଆବଶ୍ୟକ ମୁତାବକ ସାମଗ୍ରୀର ବ୍ୟବହାର ହେଉନାହିଁ। ସେହିପରି ପାଇଖାନା ଯଥେଷ୍ଟ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ପତିତପାବନ ରାଉତ କହିଛନ୍ତି, ବନ୍ୟା ଏବେ ଋଣ ଶୁଝିବା ଚିନ୍ତି ବଢ଼ାଇଛି। ଫଳନ୍ତି ପନିପରିବା ନଷ୍ଟ ହୋଇଛି। ଏଥିସହ ସ୍ଥାନୀୟ ଅଞ୍ଚଳର ଖରିଫ ଚାଷ ନଷ୍ଟ ହୋଇଛି। ବିଦ୍ୟୁତ୍‌ କାଟରୁ ରକ୍ଷା ପାଇଁ କିରୋସିନ ଦର ଲିଟର ପ୍ରତି ୧୨୦ ଟଙ୍କା ରହିଛି। ନଳକୂପ, ପୋଖରୀ ଆଦି ପାଣିରେ ବୁଡ଼ି ଥିବାରୁ ଜଳବାହିତ ରୋଗ ହେବା ସମ୍ଭାବନା ବଢ଼ିଛି। ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ କହିଛନ୍ତି, ମହାନଦୀରେ ବନ୍ୟା ପାଇଁ ଜିଲାର ଲୁଣା, କରାଣ୍ଡିଆ, ପାଇକା, ମହାନନ୍ଦୀ ଓ ବିରୂପା ନଦୀରେ ପାଣି ଆସିଛି। ଏବେ ଏହାର ପ୍ରକୋପ କମିଯାଇଛି। ଏଥିପାଇଁ ବିଭାଗୀୟ ଅଧିକାରୀ ସଜାଗ ଅଛନ୍ତି। ଜିଲାପାଳ ଅମୃତ ଋତୁରାଜ କହିଛନ୍ତି ଯେ, ବନ୍ୟା ସ୍ଥିତିକୁ ନଜର ରଖାଯାଇଛି। ଆବଶ୍ୟକ ସ୍ଥାନରେ ସ୍ଥାନାନ୍ତର ଓ ରିଲିଫ ସାମଗ୍ରୀ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଇଛି। ନ୍ୟା ପାଇଁ ସ୍ଥାନୀୟ ଅଧିବାସୀ ଅତ୍ୟଧିକ ଭୟ ନ କରିବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri