କମୁଛି ବନ୍ୟାଜଳ, ବଢୁଛି ଦୁର୍ଦ୍ଦଶା

ମାର୍ଶାଘାଇ, ୨୦।୭୮(ଡି.ଏନ.ଏ.): ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପ୍ରବାହିତ ଚିତ୍ରୋତ୍ପଳା, ଲୁଣା, କରାଣ୍ଡିଆ ଓ ପାଇକା ନଦୀରେ ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ବନ୍ୟା ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଗୁରୁବାର ରାତିରୁ ଲଘୁଚାପଜନିତ ବର୍ଷା ସେମାନଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ବନ୍ୟାରେ ସବୁଠାରୁ ବେଶି ପ୍ରଭାବିତ ହୋଇଥିବା ଆଇତିପୁର ଓ ଜଳାପୋକ ପଞ୍ଚାୟତର ସମସ୍ତ ଗଁାରେ ଏବେ ବି ବନ୍ୟା ପାଣି ଘେରରେ ଲୋକମାନେ କାଳାତିପାତ କରୁଛନ୍ତି। ଆଇତିପୁର ପଞ୍ଚାୟତର ଆଇତିପୁର, ଡିହବଳରାମପୁର ଓ ବାଲିସିଂ, ଜଳାପୋକ ପଞ୍ଚାୟତର ଜଳାପୋକ, ପକ୍ଷଟ ଓ ଶ୍ରୁତିପୁର ଆଦି ଗ୍ରାମର ଲୋକମାନେ ମୁଖ୍ୟ ନଦୀବନ୍ଧ ରାସ୍ତାରେ ଗୃହପାଳିତ ପଶୁଙ୍କୁ ବାନ୍ଧିଥିବା ବେଳେ ସେମାନଙ୍କୁ ଦେଖାରଖା ପାଇଁ ଗ୍ରାମରୁ କଦଳୀ ଭେଳାରେ ଯିବା ଆସିବା କରୁଛନ୍ତି। ଆଇତିପୁର ଗ୍ରାମର ଅକ୍ଷୟ ବିଶ୍ୱାଳ, ବାଲିସିଂ ଗ୍ରାମର ଗୌରାଙ୍ଗ ସାମଲ ଓ ଡିହବଳରାମପୁର ଗ୍ରାମର ହରିହର ଆଚାର୍ଯ୍ୟ ପ୍ରମୁଖ କହିଛନ୍ତି, ସରକାରୀ ଭାବେ ଲୋକଙ୍କୁ ମିଳୁଥିବା ରିଲିଫ ଓ ପଶୁ ଖାଦ୍ୟ ସମୁଦ୍ରକୁ ଶଙ୍ଖେ। ତେଣୁ ନଦୀବନ୍ଧରେ ଥିବା ଗୋରୁଙ୍କ ଦେଖା ରଖା କରିବାକୁ ଗଁାକୁ ଏକ ସରକାରୀ ଡଙ୍ଗା ଯୋଗାଇ ଦେବାକୁ ଦାବି କରିଛନ୍ତି। ବନ୍ୟା ପାଣି ଘେରରେ ଜଳବନ୍ଦୀ ଥିବା ଗଁାରେ ଏ ପର୍ଯ୍ୟନ୍ତ ମେଡିକାଲ ଟିମ୍‌ ପହଞ୍ଚତ୍ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିନାହିଁ। ଫଳରେ ଜ୍ୱର ଓ ଝାଡାବାନ୍ତି ଭଳି ରୋଗ ଆଗକୁ ଦେଖା ଦେବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ଗ୍ରାମଗୁଡିକରେ ଲୋକଙ୍କ ଘରେ ପାଣି ପଶିଥିବାରୁ ଚୁଲି ଜଳୁନାହିଁ, ବ୍ଲକ ପ୍ରଶାସନ ପକ୍ଷରୁ ମାଗଣାରେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଖାଇ ଜୀବନ ବିତୁଛି। ଆଇତିପୁର ସମିତିସଭ୍ୟ ତଥା ମାର୍ଶାଘାଇ ବ୍ଲକ ଉପାଧ୍ୟାକ୍ଷା ଊର୍ମିଳା ମହାନ୍ତି ଓ ଜଳାପୋକ ସରପଞ୍ଚ ସୁକାନ୍ତି ମହାନ୍ତି କହିଛନ୍ତି, ଉକ୍ତ ଦୁଇ ପଞ୍ଚାୟତର ଲୋକଙ୍କ ଜୀବିକା ବେଶି ମାତ୍ରାରେ ପ୍ରଭାବିତ ହୋଇଛି। ଚାଷବାସ ଉଜୁଡିଗଲା, ଏଥିପ୍ରତି ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଅଗ୍ରାଧିକାର ଭିତ୍ତିରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଟି-୨୦ ବିଶ୍ୱକପ ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ! ପ୍ରଥମ ମ୍ୟାଚ ପରେ ୱେଷ୍ଟଇଣ୍ଡିଜ ନମ୍ବର ୧, ଭାରତର ସ୍ଥାନ କେଉଁଠି ଜାଣନ୍ତୁ

ନୂଆଦିଲ୍ଲୀ,୯।୨: ୨୦୨୬ ଟି-୨୦ ବିଶ୍ୱକପ ଆରମ୍ଭ ଆଶାଠାରୁ ଅଧିକ ରୋମାଞ୍ଚକର ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ଦିନ କୌଣସି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିନଥିଲେ ମଧ୍ୟ, ସହଯୋଗୀ…

ଟି-୨୦ ବିଶ୍ୱକପ ଇତିହାସର ସବୁଠାରୁ ଲଜ୍ଜାଜନକ ସ୍କୋର, ଜାଣନ୍ତୁ କେତେ ଥିଲା ସ୍କୋର

ନୂଆଦିଲ୍ଲୀ,୯।୨: ICC ପୁରୁଷ T20 ବିଶ୍ୱକପର ଇତିହାସ ରୋମାଞ୍ଚକର ପ୍ରତିଯୋଗିତା, ହାଇ ସ୍କୋର ଏବଂ ଶେଷ ଓଭର ପର୍ଯ୍ୟନ୍ତ ଲମ୍ବିଥିବା ମ୍ୟାଚ ପାଇଁ ଜଣାଶୁଣା। ତଥାପି, ଏହି…

ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

ବଲାଙ୍ଗୀର,୯ା୨(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲା ତୁରେକେଲା ଥାନା ପଣ୍ଡରେନ ଗାଁ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଅଜା ନାତିଙ୍କ ସହ ଆଉ ୨ ଜଣଙ୍କ ମୃତ୍ୟୁ…

ପୁଣି ଫେରିଲା ଶୀତ, ନିଆଁ-ଖରାକୁ ଖୋଜିଲେଣି ଲୋକେ

ଦାରିଙ୍ଗବାଡ଼ି,୯ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳକୁ କିଛି ଦିନ ବ୍ୟବଧାନ ପରେ ପୁଣି ଶୀତ ଫେରିଛି। ଫଳରେ ଏହି ଅସହ୍ୟ ଜାଡ଼ ଜନଜୀବନକୁ ପ୍ରଭାବିତ କରିଛି।…

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଏବେବି ରହିଛି ସସପେନ୍ସ, BCCI ଦେଲା ବଡ଼ ବୟାନ

ନୂଆଦିଲ୍ଲୀ,୯।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ T20 World Cup 2026 ମ୍ୟାଚ ନିରନ୍ତର ଖବରର ଶିରୋନାମାରେ ରହିଛି। ଫେବୃଆରୀ ୧୫ରେ କଲମ୍ବୋରେ ହେବାକୁ ଥିବା ଏହି…

ଅଜୀର୍ଣ୍ଣ ସମସ୍ୟା ଅଛି କି? ଆପଣାନ୍ତୁ ଏହି ଉପାୟ…

ସାଧାରଣତଃ ଯଦି ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେଲା ତେବେ ଅଜୀର୍ଣ୍ଣ ସମସ୍ୟା ଦେଖାଯାଇଥାଏ। ଏହାପଛରେ ମଧ୍ୟ ଆଉ କେତୋଟି କାରଣ ରହିଛି। ଆବଶ୍ୟକତା ଠାରୁ…

ଶୋଷ, ଚାଷ ପାଇଁ ପାଣି ନିଅଣ୍ଟ

ଯାଜପୁର,୯ା୨(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ନଦୀଗୁଡ଼ିକରେ ଜଳପ୍ରବାହ ହ୍ରାସକୁ ଦେଖିଲେ ସମନ୍ବିତ ପ୍ରଯୁକ୍ତିବିଦ୍ୟା ଆଧାରିତ ଜଳ ସମ୍ପଦ ପରିଚାଳନା ପଦ୍ଧତି ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି। ତଦନୁଯାୟୀ ରାଜ୍ୟ…

ବାଣିଜ୍ୟ, ପ୍ରତିରକ୍ଷାରେ ସହଯୋଗ ବଢ଼ାଇବେ ଭାରତ, ମାଲେସିଆ

କୁଆଲାଲୁମ୍ପୁର,୯ା୨(ପି.ଟି.): ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା, ଶକ୍ତି, ଆଧୁନିକ ଉତ୍ପାଦନ ଏବଂ ସେମିକଣ୍ଡକ୍ଟର ଆଦି ସର୍ବାଧିକ ପ୍ରାଥମିକତା ଥିବା ସେକ୍ଟରରେ ଭାରତ ଓ ମାଲେସିଆ ସମ୍ପର୍କ ବଢ଼ାଇବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri