Posted inଜାତୀୟ

ଲଣ୍ଡନ ଯିବାର ଥିଲା ବିମାନ, ହୋଇଗଲା ୭ ଘଣ୍ଟା ବିଳମ୍ବ, ଆଉ ତା’ ପରେ…

ମୁମ୍ବାଇ,୮ା୧୧:  ଶନିବାର ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏୟାର ଇଣ୍ଡିଆର ମୁମ୍ବାଇ-ଲଣ୍ଡନ ବିମାନ AI-୧୨୯ ପ୍ରାୟ ୭ ଘଣ୍ଟା ବିଳମ୍ବ ହୋଇଥିଲା। ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ୬.୩୦ର ଉଡ଼ାଣ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହା ଅପରାହ୍ନ ୧ଟାରେ ଉଡ଼ାଣ କରିଛି।

ଯାତ୍ରୀମାନେ ସୋସିଆଲ ମିଡିଆରେ ବିମାନ କମ୍ପାନୀ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି, ଏପରି ଘଟଣା ବାରମ୍ବାର ଘଟୁଥିବା ନେଇ ଚିନ୍ତା ପ୍ରକାଶ କରିବା ସହ ବିମାନ କମ୍ପାନୀର ଅବହେଳା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଉଡ଼ାଣ ବିଳମ୍ବ ସମ୍ପର୍କରେ, ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି, ନଭେମ୍ବର ୮ରେ ମୁମ୍ବାଇରୁ ଲଣ୍ଡନ ପାଇଁ ଉଡ଼ାଣ କରିବାକୁ ଥିବା ବିମାନ AI-୧୨୯ ଏକ ଯାନ୍ତ୍ରିକ ସମସ୍ୟା ଯୋଗୁ ପୁସ୍‌ବ୍ୟାକ୍‌ ପରେ ଫେରି ଆସିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ ଓହ୍ଲାଇଥିବାବେଳେ ବିମାନର ଯାନ୍ତ୍ରିକ ଯାଞ୍ଚ କରାଯାଉଛି।

ଏୟାର ଇଣ୍ଡିଆ ଏହା ମଧ୍ୟ କହିଛି ଯେ, ଏହି ସମୟ ମଧ୍ୟରେ ବିମାନ ଡ୍ୟୁଟି ସମୟ ସୀମା (FDTL) ପ୍ରୋଟୋକଲ ଅନୁଯାୟୀ କ୍ରୁଙ୍କୁ ବିଶ୍ରାମ ପାଇଁ ପଠାଯାଇଛି, ଯାହା ଯୋଗୁ ସେମାନେ ତୁରନ୍ତ ଉଡ଼ାଣ ପରିଚାଳନା କରିପାରିବେ ନାହିଁ। ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ।

ଯାନ୍ତ୍ରିକ ତ୍ରୁଟି ସମାଧାନ ସମୟରେ ଯାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେନେଇ ଏକ ସ୍ବତନ୍ତ୍ର ଏୟାରଲାଇନ୍ସ ଦଳ ଉପସ୍ଥିତ ଥିଲେ। ମୁଖପାତ୍ର କହିଛନ୍ତି, ମୁମ୍ବାଇ ବିମାନବନ୍ଦରରେ ଆମର ଭୂମି ଦଳ ଯାତ୍ରୀମାନଙ୍କୁ ଖାଦ୍ୟ ଯୋଗାଇବା ସମେତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଉଛନ୍ତି।

ଏୟାର ଇଣ୍ଡିଆ କହିଛି, ଯାତ୍ରୀ ସୁରକ୍ଷା ଏବଂ ସୁବିଧା ଏହାର ସର୍ବୋଚ୍ଚ ପ୍ରାଥମିକତା ଏବଂ ଯାତ୍ରୀମାନେ ଯଥାଶୀଘ୍ର ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ନିଶ୍ଚିତ କରିବା ପାଇଁ ପ୍ରୟାସ କରାଯାଉଛି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଆନ୍ଦୋଳନ ଛାଡି ଖାଉଥିଲେ ବର୍ଗର! CJP ନେଲା କାର୍ଯ୍ୟାନୁଷ୍ଠାନ, ସଂଗଠନର ମୁଖପାତ୍ର ପଦରୁ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ବିଜେତା ଦହିୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ସଂଗଠନର ମୁଖପାତ୍ର ପଦରୁ ହଟାଇ ଦେଇଛି। ଏହାର ସୂଚନା CJP…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri