Posted inଜାତୀୟ

ମୁମ୍ବାଇରୁ ନ୍ୟୁୟର୍କ ଯାଉଥିଲା ବିମାନ, ମଝି ରାସ୍ତାରୁ ଫେରିଲା

ମୁମ୍ବାଇ,୧୦ା୩: ଏୟାର ଇଣ୍ଡିଆର ଏକ ବିମାନ ମୁମ୍ବାଇରୁ ନ୍ୟୁୟର୍କ ଯିବାର ଥିଲା, କିନ୍ତୁ ମଝି ରାସ୍ତାରୁ ବିମାନ ପୁଣି ମୁମ୍ବାଇ ଫେରି ଆସିଛି। କାରଣ ବିମାନରେ ବୋମା ଆତଙ୍କ ଥିବାରୁ ପାଇଲଟଙ୍କୁ ତାଙ୍କର ରୁଟ୍‌ ପରିବର୍ତ୍ତନ କରିବାକୁ ପଡ଼ିଲା। ଯେତେବେଳେ ଏୟାର ଇଣ୍ଡିଆର ବୋଇଂ ୩୫୦ ବିମାନ ଆଜରବାଇଜାନ ଉପରେ ଉଡୁଥିଲା, ସେତେବେଳେ ବିମାନର କ୍ରୁ ସଦସ୍ୟମାନେ ଏହି ଧମକ ପାଇଥିଲେ। ବିମାନଟି ମୁମ୍ବାଇ ଫେରିବା ପରେ, ବୋମା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତଥାପି ଏପର୍ଯ୍ୟନ୍ତ ତଦନ୍ତରେ କିଛି ବାହାରି ନାହିଁ। ଯଦି ସୂତ୍ରଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ଏହା କେବଳ ଏକ ମିଥ୍ୟା ଧମକ ଥିଲା।

ଏହି ବିମାନରେ ମୋଟ୍‌ ୩୦୩ ଜଣ ଯାତ୍ରୀ ଏବଂ ୧୯ ଜଣ କ୍ରୁ ସଦସ୍ୟ ଉପସ୍ଥିତ ଥିଲେ। ବିମାନଟି ରାତି ୨ଟାରେ ମୁମ୍ବାଇରୁ ଉଡ଼ାଣ ଆରମ୍ଭ କରିଥିଲା ଏବଂ ସକାଳ ୧୦.୨୫ରେ ଫେରିଥିଲା। AI-119 ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ନ୍ୟୁୟର୍କର ଜନ୍‌ ଏଫ୍‌ କେନେଡି ବିମାନବନ୍ଦର ପର୍ଯ୍ୟନ୍ତ ଯାତ୍ରା ସମାପ୍ତ କରିବାକୁ ପ୍ରାୟ ୧୫ ଘଣ୍ଟା ସମୟ ନିଏ। ଏୟାର ଇଣ୍ଡିଆ କହିଛି, ବିମାନଟି ଆସନ୍ତାକାଲି ସକାଳ ୫ଟାରେ ଉଡ଼ାଣ ଆରମ୍ଭ କରିବ। ଏୟାର ଇଣ୍ଡିଆ ଏହା ମଧ୍ୟ କହିଛି ଯେ ଯାତ୍ରୀମାନଙ୍କୁ ବିଶ୍ରାମ ସ୍ଥାନ, ଖାଦ୍ୟ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଇଛି।

ଏୟାର ଇଣ୍ଡିଆ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ୧୦ ମାର୍ଚ୍ଚ, ୨୦୨୫ରେ ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା AI-119 ବିମାନରେ ଏକ ସମ୍ଭାବ୍ୟ ସୁରକ୍ଷା ବିପଦ ଚିହ୍ନଟ ହୋଇଥିଲା। ପ୍ରୋଟୋକଲ ଅନୁସାରେ, ବିମାନରେ ଥିବା ସମସ୍ତ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନକୁ ମୁମ୍ବାଇ ଫେରାଇ ନିଆଯାଇଥିଲା। ବିମାନଟି ସକାଳ ୧୦.୨୫ରେ ମୁମ୍ବାଇରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ମାମଲାର ତଦନ୍ତ କରୁଛନ୍ତି। ଏୟାର ଇଣ୍ଡିଆର ଅଧିକାରୀମାନେ ପୂର୍ଣ୍ଣ ସହଯୋଗ କରୁଛନ୍ତି। ବିମାନଟି ୧୧ ମାର୍ଚ୍ଚ, ୨୦୨୫ ସକାଳ ୫ଟାରେ ଛାଡ଼ବ, ସେପର୍ଯ୍ୟନ୍ତ ସମସ୍ତ ଯାତ୍ରୀଙ୍କୁ ହୋଟେଲରେ ରହିବା, ଖାଦ୍ୟ ଏବଂ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri