Posted inଖେଳ

ଫର୍ମରେ ଥାଇ ମଧ୍ୟ ଡବ୍ଲୁଟିସି ଫାଇନାଲରୁ ବାଦ୍‌ ପଡିଲେ ଏହି ୫ ଖେଳାଳି

ଲଣ୍ଡନ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିଛି। ଦଳରେ ଇଂଲଣ୍ଡ ଗସ୍ତରେ ଯାଇଥିବା ୨୦ ଖେଳାଳିଙ୍କ ମଧ୍ୟରୁ ୧୫ ଜଣଙ୍କୁ ଭାରତୀୟ ପରିଚାଳନା ଚୟନ କରିଛି। ପାଞ୍ଚ ଖେଳାଳି ବେଞ୍ଚରେ ବସିବେ। ବେଞ୍ଚରେ ବସିଥିବା ଖେଳାଳିଙ୍କ ମଧ୍ୟରେ କେ.ଏଲ ରାହୁଲ, ମୟଙ୍କ ଅଗ୍ରୱାଲଙ୍କ ଭଳି ବଡ ନାମ ଅଛି । ଅଭ୍ୟାସ ମ୍ୟାଚରେ କେ.ଏଲ ରାହୁଲ ଏକ ଚମତ୍କାର ଶତକ ହାସଲ କରିଥିଲେ ମଧ୍ୟ ଏହା ସତ୍ତ୍ୱେ ତାଙ୍କୁ ଡବ୍ଲୁଟିଏସି ଫାଇନାଲ ଦଳରେ ସୁଯୋଗ ଦିଆଯାଇ ନ ଥିଲା।
ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶପ୍‌ର ଫାଇନାଲରେ ରୋହିତ ଶର୍ମା-ଶୁଭମନ ଗିଲଙ୍କୁ ଓପନର୍‌ ଭାବେ ମନୋନୀତ କରିଛନ୍ତି। ଏଥି ସହିତ ହନୁମା ବିହାରୀ ମଧ୍ୟ ଏହି ଦଳରେ ମନୋନୀତ ହୋଇଛନ୍ତି, ଯିଏକି ନିକଟରେ କାଉଣ୍ଟି କ୍ରିକେଟ ମଧ୍ୟ ଖେଳିଥିଲେ। ୧୫ ଜଣିଆ ଦଳରେ ରିଦ୍ଧିମାନ ସାହା, ମହମ୍ମଦ ସିରାଜ ଏବଂ ଉମେଶ ଯାଦବ ମଧ୍ୟ ସ୍ଥାନ ପାଇଛନ୍ତି। ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ହନୁମା ବିହାରୀ, ରିଷଭ ପନ୍ତ, ରିଦ୍ଧିମାନ ସାହା, ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍‌ରା, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଉମେଶ ଯାଦବ ଏବଂ ମହମ୍ମଦ ସିରାଜ।
ଫାଇନାଲ ପାଇଁ ଭାରତୀୟ ଦଳରେ କେଏଲ ରାହୁଲ, ଶାର୍ଦ୍ଦୁଲ ଠାକୁର, ମୟଙ୍କ ଅଗ୍ରୱାଲ, ୱାଶିଂଟନ ସୁନ୍ଦର ଏବଂ ଅକ୍ସର ପଟେଲଙ୍କୁ ସ୍ଥାନ ଦିଆଯାଇ ନାହିଁ। କୌତୁହଳର ବିଷୟ ହେଉଛି କେ.ଏଲ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ଏବେ ଭଲ ଫର୍ମରେ ଅଛନ୍ତି। ଆଇପିଏଲରେ ଉଭୟ ବ୍ୟାଟ୍ସମ୍ୟାନ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ କେ.ଏଲ ରାହୁଲ ଅଭ୍ୟାସ ମ୍ୟାଚରେ ଏକ ଶତକ ହାସଲ କରିଥିଲେ। ଏହା ସତ୍ତ୍ୱେ ୧୫ ଜଣିଆ ଦଳରେ ତାଙ୍କୁ ସ୍ଥାନ ମିଳି ନାହିଁ। ମୟଙ୍କ ମଧ୍ୟ ଦୁଇ ଦ୍ୱିଶତକ ହାସଲ କରିଛନ୍ତି, କିନ୍ତୁ ଏହା ସତ୍ତ୍ୱେ ସେ ୧୫ଜଣ ଖେଳାଳି ମଧ୍ୟ ସ୍ଥାନ ପାଇ ନାହାନ୍ତି। ଏଥି ସହିତ ଆଇପିଏଲ ୨୦୨୧ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖରାପ ପ୍ରଦର୍ଶନ କରିଥିବା ଶୁବମନ ଗିଲଙ୍କୁ ବିଶ୍ୱ ଟେଷ୍ଟ ସିରିଜର ଫାଇନାଲ ପାଇଁ ରୋହିତ ଶର୍ମାଙ୍କ ପାର୍ଟନର ଓପନର୍‌ ଭାବରେ ମନୋନୀତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri