Posted inଖେଳ

ଫର୍ମରେ ଥାଇ ମଧ୍ୟ ଡବ୍ଲୁଟିସି ଫାଇନାଲରୁ ବାଦ୍‌ ପଡିଲେ ଏହି ୫ ଖେଳାଳି

ଲଣ୍ଡନ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିଛି। ଦଳରେ ଇଂଲଣ୍ଡ ଗସ୍ତରେ ଯାଇଥିବା ୨୦ ଖେଳାଳିଙ୍କ ମଧ୍ୟରୁ ୧୫ ଜଣଙ୍କୁ ଭାରତୀୟ ପରିଚାଳନା ଚୟନ କରିଛି। ପାଞ୍ଚ ଖେଳାଳି ବେଞ୍ଚରେ ବସିବେ। ବେଞ୍ଚରେ ବସିଥିବା ଖେଳାଳିଙ୍କ ମଧ୍ୟରେ କେ.ଏଲ ରାହୁଲ, ମୟଙ୍କ ଅଗ୍ରୱାଲଙ୍କ ଭଳି ବଡ ନାମ ଅଛି । ଅଭ୍ୟାସ ମ୍ୟାଚରେ କେ.ଏଲ ରାହୁଲ ଏକ ଚମତ୍କାର ଶତକ ହାସଲ କରିଥିଲେ ମଧ୍ୟ ଏହା ସତ୍ତ୍ୱେ ତାଙ୍କୁ ଡବ୍ଲୁଟିଏସି ଫାଇନାଲ ଦଳରେ ସୁଯୋଗ ଦିଆଯାଇ ନ ଥିଲା।
ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶପ୍‌ର ଫାଇନାଲରେ ରୋହିତ ଶର୍ମା-ଶୁଭମନ ଗିଲଙ୍କୁ ଓପନର୍‌ ଭାବେ ମନୋନୀତ କରିଛନ୍ତି। ଏଥି ସହିତ ହନୁମା ବିହାରୀ ମଧ୍ୟ ଏହି ଦଳରେ ମନୋନୀତ ହୋଇଛନ୍ତି, ଯିଏକି ନିକଟରେ କାଉଣ୍ଟି କ୍ରିକେଟ ମଧ୍ୟ ଖେଳିଥିଲେ। ୧୫ ଜଣିଆ ଦଳରେ ରିଦ୍ଧିମାନ ସାହା, ମହମ୍ମଦ ସିରାଜ ଏବଂ ଉମେଶ ଯାଦବ ମଧ୍ୟ ସ୍ଥାନ ପାଇଛନ୍ତି। ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ହନୁମା ବିହାରୀ, ରିଷଭ ପନ୍ତ, ରିଦ୍ଧିମାନ ସାହା, ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍‌ରା, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଉମେଶ ଯାଦବ ଏବଂ ମହମ୍ମଦ ସିରାଜ।
ଫାଇନାଲ ପାଇଁ ଭାରତୀୟ ଦଳରେ କେଏଲ ରାହୁଲ, ଶାର୍ଦ୍ଦୁଲ ଠାକୁର, ମୟଙ୍କ ଅଗ୍ରୱାଲ, ୱାଶିଂଟନ ସୁନ୍ଦର ଏବଂ ଅକ୍ସର ପଟେଲଙ୍କୁ ସ୍ଥାନ ଦିଆଯାଇ ନାହିଁ। କୌତୁହଳର ବିଷୟ ହେଉଛି କେ.ଏଲ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ଏବେ ଭଲ ଫର୍ମରେ ଅଛନ୍ତି। ଆଇପିଏଲରେ ଉଭୟ ବ୍ୟାଟ୍ସମ୍ୟାନ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ କେ.ଏଲ ରାହୁଲ ଅଭ୍ୟାସ ମ୍ୟାଚରେ ଏକ ଶତକ ହାସଲ କରିଥିଲେ। ଏହା ସତ୍ତ୍ୱେ ୧୫ ଜଣିଆ ଦଳରେ ତାଙ୍କୁ ସ୍ଥାନ ମିଳି ନାହିଁ। ମୟଙ୍କ ମଧ୍ୟ ଦୁଇ ଦ୍ୱିଶତକ ହାସଲ କରିଛନ୍ତି, କିନ୍ତୁ ଏହା ସତ୍ତ୍ୱେ ସେ ୧୫ଜଣ ଖେଳାଳି ମଧ୍ୟ ସ୍ଥାନ ପାଇ ନାହାନ୍ତି। ଏଥି ସହିତ ଆଇପିଏଲ ୨୦୨୧ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖରାପ ପ୍ରଦର୍ଶନ କରିଥିବା ଶୁବମନ ଗିଲଙ୍କୁ ବିଶ୍ୱ ଟେଷ୍ଟ ସିରିଜର ଫାଇନାଲ ପାଇଁ ରୋହିତ ଶର୍ମାଙ୍କ ପାର୍ଟନର ଓପନର୍‌ ଭାବରେ ମନୋନୀତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri