ଟେଲିଭିଜନ ଜଗତର ଏହି ୫ ଅଭିନେତାଙ୍କ ବୟସ ସ୍ତ୍ରୀଙ୍କଠୁ କମ୍‌

ଏକ ସୁନ୍ଦର ସମ୍ପର୍କ ପାଇଁ ଭଲପାଇବା ଆବଶ୍ୟକ। ସମ୍ପର୍କ ଉପରେ ବୟସ କେବେ ଫରକ ପକାଇ ନ ଥାଏ। ଏହି କଥାକୁ ଠିକ୍‌ ପ୍ରମାଣ କରିଛନ୍ତି କେତେକ ଅଭିନେତ୍ରୀ ଅଭିନେତା। ପ୍ରାୟତଃ କୁହାଯାଏ ପ୍ରେମ ଅନ୍ଧ। ଏହା ରଙ୍ଗ,ରୂପ, ଗୁଣ ଦେଖି ନ ଥାଏ। ତେବେ ଏପରି କେତେକ ଅଭିନେତ୍ରୀଙ୍କ ସମ୍ପର୍କରେ ଜାଣନ୍ତୁ ଯେଉଁମାନଙ୍କ ବୟସ ସେମାନଙ୍କ ସ୍ବାମୀଙ୍କଠାରୁ ଅଧିକ…

ହର୍ଷ ଲିମ୍ବାଚିଆ ଏବଂ ଭାରତୀ ସିଂ
ହର୍ଷ ଲିମ୍ବାଚିଆ ତାଙ୍କଠାରୁ ୮ ବର୍ଷ ବଡ଼ ଭାରତୀ ସିଂଙ୍କୁ ବିବାହ କରିଥିଲେ। ଭାରତୀ ସିଂ ଟିଭିର ହସ କ୍ୱିନ୍‌ ଭାବରେ ମଧ୍ୟ ଜଣାଶୁଣା । ଦୀର୍ଘଦିନ ଧରି ଭାରତୀଙ୍କୁ ଡେଟ୍‌ କରିବା ପରେ ହର୍ଷ ଲିମ୍ବାଚିଆ ୨୦୧୭ ରେ ବିବାହ କରିଥିଲେ।

ପରମିତ ସେଠୀ ଏବଂ ଅର୍ଚ୍ଚନା ପୁରାନ ସିଂ
ଗୋଟିଏ ସମୟରେ ପରମିତ ଏବଂ ଅର୍ଚ୍ଚନାଙ୍କ ସମ୍ପର୍କକୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହା ସତ୍ତ୍ୱେ ଦୁହେଁ ପରସ୍ପରକୁ ଛାଡି ନ ଥିଲେ। ପରମିତ ୧୯୯୨ରେ ତାଙ୍କଠାରୁ ୭ବର୍ଷ ବଡ଼ ଅର୍ଚ୍ଚନାଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ଦୁହେଁ ୪ ବର୍ଷ ପର୍ଯ୍ୟନ୍ତ ଏକ ଲିଭ୍‌-ଇନ୍‌ ସମ୍ପର୍କରେ ରହୁଥିଲେ ଲିଭ୍‌-ଇନ୍‌ ସମ୍ପର୍କ ସମୟରେ ଉଭୟଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଜୟ ଭାନୁଶାଲି ଏବଂ ମାହି ବିଜ
ଜୟ ଭାନୁଶାଲି ତାଙ୍କଠାରୁ ୨ ବର୍ଷ ବଡ଼ ମାହି ବିଜଙ୍କୁ ୨୦୧୧ରେ ବିବାହ କରିଥିଲେ। ଦୁହେଁ ବିବାହର କିଛି ଦିନ ପୂର୍ବରୁ ସମ୍ପର୍କ ରଖିଥିଲେ। ମାହି ବିଜ ଟେଲିଭିଜନ୍‌ ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ।

ସୁୟାଶ ରାୟ ଏବଂ କିଶ୍ୱର ମର୍ଚାଣ୍ଟ
ଟେଲିଭିଜନ ଜଗତର ପ୍ରସିଦ୍ଧ ଦମ୍ପତିମାନଙ୍କ ମଧ୍ୟରୁ ସୁୟାଶ ଏବଂ କିଶ୍ୱର ଅନ୍ୟତମ। ଦୁହେଁ ୨୦୧୬ରେ ବିବାହ କରିଥିଲେ। କିଶ୍ୱର ସୁୟାଶଙ୍କଠାରୁ ୮ ବର୍ଷ ବଡ଼।

ମୋହିତ ସେହଗଲ ଏବଂ ସାନୟା ଇରାନୀ
ମୋହିତ ସେହଗଲ ୨୦୧୬ରେ ତାଙ୍କଠାରୁ ୨ ବର୍ଷ ବଡ ସାନୟା ଇରାନୀଙ୍କୁ ବିବାହ କରିଥିଲେ। ଦର୍ଶକ ସାନୟାଙ୍କ ସୁନ୍ଦର ହସ ଅଭିନୟ ପାଇଁ ତାଙ୍କୁ ବେଶ୍‌ ପସନ୍ଦ କରନ୍ତି।

Share