Posted inଫୁରସତ

୧୨ ପିଜି ଡିଗ୍ରୀ କରିଥିବା ପ୍ରଥମ ମହିଳା

ଥିରୁଭାନନ୍ତପୁରମ୍‌: ପାଠ ପଢ଼ିବାର ପ୍ରବଳ ଆଗ୍ରହ ଥିଲେ କୌଣସି ପ୍ରକାରର ପ୍ରତିବନ୍ଧକ ବି ବାଟ ଓଗାଳିପାରେନି। ଏହାର ଏକ ଉଦାହରଣ ହେଉଛନ୍ତି ଡକ୍ଟର କେ.ଏସ୍‌. ତ୍ରିଶା। ବିଭିନ୍ନ ବିଷୟରେ ଜାଣିବା ପାଇଁ ତାଙ୍କର ଏତେ ଆଗ୍ରହ ଯେ ଏଥି ନିମନ୍ତେ ସେ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ଡିଗ୍ରୀ ହାସଲ କରିବାକୁ ଇଚ୍ଛା କରିଥିଲେ। ଏଥିପାଇଁ ସେ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇ ସଫଳତା ହାସଲ କରିପାରିଛନ୍ତି। ଆଉ ପ୍ରତିବର୍ଷ ନୂଆ ନୂଆ କୋର୍ସ କରି ଏବେ ସେ ୧୨ଟି ପୋଷ୍ଟ ଗ୍ରାଜୁଏଟ୍‌ ଡିଗ୍ରୀ ହାସଲ କରିପାରିଛନ୍ତି। ଏତେଗୁଡ଼ିଏ ପିଜି ଡିଗ୍ରୀ ହାସଲ କରିବାରେ ଏବେ ସେ ଭାରତର ପ୍ରଥମ ମହିଳା ହୋଇପାରିଛନ୍ତି।
କେରଳର ଡକ୍ଟର କେ.ଏସ୍‌ . ତ୍ରିଶା ଏବେ ୧୨ଟି ପୋଷ୍ଟ ଗ୍ରାଜୁଏଟ୍‌ ଡିଗ୍ରୀ ହାସଲ କରିଛନ୍ତି। ୟୁନିଭର୍ସିଟି ରେକର୍ଡ ଫୋରମରେ ତ୍ରିଶାଙ୍କୁ ଏକ ସମୟରେ ଏତେଗୁଡ଼ିଏ ଗ୍ରାଜୁଏଟ୍‌ ଏବଂ ଡିପ୍ଲୋମା ସାର୍ଟିଫିକେଟ୍‌ କୋର୍ସ କରିଥିବା ପ୍ରଥମ ମହିଳା ଘୋଷିତ କରାଯାଇଛି। ତ୍ରିଶା ଇଂଲିଶ, ସଂସ୍କୃତ, ସଙ୍ଗୀତର ତିନୋଟି ବିଭାଗ, ଭାରତନାଟ୍ୟମ୍‌, ଯୋଗ, ସୋସିଓଲୋଜି ଏବଂ ପବ୍ଲିକ୍‌ ଆଡମିନିଷ୍ଟ୍ରେଶନ୍‌ ଭଳି ବିଭିନ୍ନ ବିଷୟରେ ପିଜି ଡିଗ୍ରୀ ହାସଲ କରିଛନ୍ତି। ତ୍ରିଶା ୩୦ ବର୍ଷ ହେଲାଣି କାଲିକଟ ଗାର୍ଲସ ହାୟର ସେକେଣ୍ଡାରୀ ସ୍କୁଲରେ ଶିକ୍ଷକଭାବେ ପାଠ ପଢାଉଛନ୍ତି। ଏହା ସହିତ ସେ ବାବୁରାଜ ମେମୋରିଆଲ ମ୍ୟୁଜିକାଲ ଏକାଡେମୀରେ ପ୍ରିନ୍ସିପାଲଭାବେ ଦାୟିତ୍ୱ ତୁଲାଉଛନ୍ତି। ଏହା ସହିତ ଏସବୁ ଡିଗ୍ରୀ ହାସଲ ନିମନ୍ତେ ପାଠପଢା ଶେଷ କରି ସଫଳତା ହାସଲ କରିଛନ୍ତି ଏବଂ ଏକ ଉପନ୍ୟାସ ତଥା ଏକ କବିତା ପୁସ୍ତକ ବି ରଚନା କରିଛନ୍ତି। ଏହା ସହିତ ସେ ବିଭିନ୍ନ ଅନୁଷ୍ଠାନରେ ସ୍ବତନ୍ତ୍ର ଦାୟିତ୍ୱ ବି ତୁଲାଉଛନ୍ତି। ତେବେ ପାଠ ପଢ଼ି ବିଭିନ୍ନ ବିଷୟରେ ଡିଗ୍ରୀ ହାସଲ କରିବା ପାଇଁ ତାଙ୍କର ସ୍ବତନ୍ତ୍ର ଆଗ୍ରହ ରହିଥିଲା। ତେଣୁ ସେ ଗୋଟିଏ ପରେ ଗୋଟିଏ କୋର୍ସ ନିମନ୍ତେ ପାଠ ପଢ଼ି ସଫଳତା ହାସଲ କରିଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri