କେନ୍ଦୁଝରରେ ଡାକ୍ତର, ମହିଳା ସୁଇପର ନେଲେ ପ୍ରଥମ ଟିକା

କେନ୍ଦୁଝର,୧୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ୬ଟି କେନ୍ଦ୍ରରେ କରୋନା ଟିକାକରଣ ଆରମ୍ଭ ହୋଇଛି। ଜିଲା ମୁଖ୍ୟ ଡାକ୍ତରଖାନାରେ ଜିଲାପାଳ ଆଶିଷ ଥାକରେ ଓ ସିଡିଏମଓଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି। ମେଡିକାଲର ଜଣେ ସୁଇପର ବୀଣାପାଣି ବାରିକ ଏବଂ ଯକ୍ଷ୍ମା ଓ ଛାତି ଡାକ୍ତର ଡକ୍ଟର ପ୍ରଶାନ୍ତ କୁମାର ମିଶ୍ର ଟିକା ନେଇଥିଲେ। ଟିକା ନେଇ କହିଛନ୍ତି ଯେ, ସେମାନେ ବହୁତ ଖୁସି। କୌଣସି ସମସ୍ୟା ଅନୁଭୂତ ହେଉନାହିଁ। ଏଣୁ ସମସ୍ତେ ବିନା ଭୟରେ ଏହି ଟିକା ନେବାକୁ ପରାମର୍ଶ ଦେଇଥିଲେ। ଜିଲାର ସହରାଞ୍ଚଳ ଡାକ୍ତରଖାନା, ପୁରୁଣା ସହର, ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା, ହରିଚନ୍ଦନପୁର, ପଦ୍ମପୁର ଓ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ଏକ ସାଙ୍ଗରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।