ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ/ନୟାଗଡ଼ ଅଫିସ/ ଦଶପଲ୍ଲା,୨୨।୧(ଡି.ଏନ.ଏ.): ବିଶ୍ୱନିୟନ୍ତା ଦାରୁବିଗ୍ରହଙ୍କ ଚଳିତବର୍ଷ ରଥଯାତ୍ରା ଜୁନ୍‌ ୨୦ରେ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀପଞ୍ଚମୀ ତିଥି ସରସ୍ବତୀ ପୂଜା ଅବସରରେ ରଥଖଳାରେ ରଥକାଠ ଅନୁକୂଳ ବା ପୂଜାର୍ଚ୍ଚନା ହେବ। ତେବେ ଶ୍ରୀପଞ୍ଚମୀ ୨୬ ତାରିଖ ଗୁରୁବାର ପଡୁଥିବାବେଳେ ଏହାର କିଛି ଦିନ ପୂର୍ବରୁ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀରେ ପହଞ୍ଚତ୍ଛି। ନୟାଗଡ଼ ବନଖଣ୍ଡ ଅଧୀନ ଦଶପଲ୍ଲା ରେଞ୍ଜର ପୋଖରୀ ଗୋଛା ଓ ଚଢ଼େୟାପଲ୍ଲୀରୁ ୩ଟି ଟ୍ରକ ଯୋଗେ ରଥ କାଠ ଶନିବାର ପୁରୀରେ ପହଞ୍ଚତ୍ଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୧୦୪ ଖଣ୍ଡ କାଠ ଆସିଛି।
ଶୁକ୍ରବାର ସନ୍ଧ୍ୟାରେ ନୟାଗଡ଼ ଦଶପଲ୍ଲା ମହାବୀର ମନ୍ଦିରରେ ପ୍ରଥମେ ରଥକାଠକୁ ପୂଜାର୍ଚ୍ଚନା କରାଯାଇଥିଲା। ପୂଜା ସମୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ଏସିଏଫ୍‌ ଶ୍ୱେତଲିନା ସାହୁ, ଦଶପଲ୍ଲା ରେଞ୍ଜର ଅଖିଳେଶ ମଲ୍ଲିକ ପ୍ରମୁଖ ଥିଲେ। ପରେ ୩ଟି ଟ୍ରକ୍‌ ନୟାଗଡ ପୁରୁଣା ସହରସ୍ଥିତ ଜଗନ୍ନାଥ ମନ୍ଦିରରେ ପହଞ୍ଚତ୍ବା ପରେ ସେଠାରେ ପୁଣି ପୂଜା କରାଯାଇଥିଲା। ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ, ଏସିଏଫ୍‌ ଶ୍ୱେତଲିନା ସାହୁ, ଏସିଏଫ୍‌ ହିମାଂଶୁ ମୁଦୁଲି ଉପସ୍ଥିତ ଥିଲେ। ତେବେ ରଥ କାଠ ବୋଝେଇ ଟ୍ରକ ଶନିବାର ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚତ୍ଥିଲା। ପ୍ରଥମ ପର୍ଯ୍ୟାୟରେ ପହଞ୍ଚତ୍ଥିବା ୧୦୪ଟି କାଠ ମଧ୍ୟରେ ଅସନ ଓ ଧଉରା କାଠ ରହିଛି। ୧୨ ଫୁଟିଆ ଅସନ କାଠ ୩୪ ଖଣ୍ଡ ଏବଂ ଧଉରା କାଠ ୨୯ ଖଣ୍ଡ ରହିଛି। ସେଥିମଧ୍ୟରେ ୧୨ ଫୁଟିଆ ଅସନ ଓ ଧଉରା ରହିଥିବା ସହ ୨୦ ଫୁଟିଆ ଧଉରା ଓ ଅସନ କାଠ ରହିଛି। ଆସିଥିବା ୧୦୪ ଖଣ୍ଡ ରଥକାଠ ମଧ୍ୟରେ ୩୩ ଖଣ୍ଡ ଅସନ ଏବଂ ୭୧ ଖଣ୍ଡ ଧଉରା କାଠ ରହିଛି। ସେଥିମଧ୍ୟରୁ ୧୨ଫୁଟିଆ ଅସନ କାଠ ୧୮ଟି, ୨୦ ଫୁଟିଆ ଅସନ କାଠ ୧୫ଟି ରହିଥିବା ବେଳେ ୧୨ଫୁଟିଆ ୪୪ ଖଣ୍ଡ ଧଉରା ଓ ୨୦ ଫୁଟର ଧଉରା କାଠ ୨୭ଟି ରହିଛି। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ୮୬୫ ଖଣ୍ଡ ଅସନ, ଧଉରା, ଫାସୀ ସହ ବିଭିନ୍ନ ପ୍ରକାର କାଠ ଆବଶ୍ୟକ ହୋଇଥାଏ। ତେବେ ଗତବର୍ଷ ୧୧୮ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତବର୍ଷ ରଥ ନିର୍ମାଣ ପାଇଁ ୭୪୭ ଖଣ୍ଡ କାଠ ଆବଶ୍ୟକ ରହିଛି। ପ୍ରଥମ ପର୍ଯ୍ୟାୟରେ ୧୦୪ ଖଣ୍ଡ କାଠ ପୁରୀରେ ପହଞ୍ଚତ୍ଥିବା ବେଳେ ପର୍ଯ୍ୟାୟକ୍ରମେ ବାକି ରଥ କାଠ ପହଞ୍ଚତ୍ବ ବୋଲି ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି। ଚଳିତବର୍ଷ ମୋଟ ୭୪୭ କାଠ ମଧ୍ୟରୁ ସ’ ମିଲକୁ ୪୦୬ ଓ ରଥଖଳାକୁ ୩୪୧ ଖଣ୍ଡ କାଠ ଯିବାର ରହିଛି। ଶନିବାର ପୁରୀରେ ପହଞ୍ଚତ୍ଥିବା କାଠ ମଧ୍ୟରୁ ରଥ ସଂହିତା ଅନୁଯାୟୀ, ସରସ୍ବତୀ ପୂଜା ଦିନ ୩ଟି ୧୨ ଫୁଟିଆ ଧଉରା କାଠକୁ ଶ୍ରୀନହର ସମ୍ମୁଖ ରଥଖଳାରେ ପୂଜା କରାଯିବ। ପରେ ରଥ ନିର୍ମାଣ ସମୟରେ ଉକ୍ତ ୩ଟି କାଠରେ ଗୁଜ ଅନୁକୂଳ କରାଯାଇ ଗୁଜ ନିର୍ମାଣ କରାଯିବ। ସେହିପରି ରାମ ନବମୀ ତିଥିରେ କଟକ ଖପୁରିଆସ୍ଥିତ କରତକଳରେ କାଠ ଚିରା ଅନୁକୂଳ ହେବ ଓ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri