Posted inଫୁରସତ

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ।
ଶ୍ରୀପଦ୍ମକେଶର ମନ୍ଦିର ଭାଙ୍ଗିବା ଘଟଣାର ଆଦ୍ୟ ସାହାନାଇ ବଜାଇଥିଲେ କେଶୋଦାସ ମାରୁ। ଦେଉଳ ଭାଙ୍ଗିଯିବାର କାରଣ ଆଲୋଚନା କରିଛନ୍ତି ଛ’ଜଣ ବାହାରିଆ ଲେଖକ। କେଶୋଦାସର ୧୬୦୯ ମସିହା କୋଣାର୍କ ଆକ୍ରମଣ କଥା କେହି ମଧ୍ୟ ଲେଖିନାହାନ୍ତି। ବହୁ କଳ୍ପନାଜଳ୍ପନା ସେମାନେ ଲେଖିଛନ୍ତି, ଅନ୍ଧ ହାତୀ ଦେଖିଲା ପରି। ସେଗୁଡ଼ିକର ଉତ୍ତର ପଣ୍ଡିତ କୃପାସିନ୍ଧୁ ମିଶ୍ର ଦେଇଛନ୍ତି ତାଙ୍କ କୋଣାର୍କ ପୁସ୍ତକରେ।
ଶ୍ରୀଆର୍ଣ୍ଣଟ ଲେଖିଲେ- ମନ୍ଦିର ଆଦୌ ପ୍ରତିଷ୍ଠା ହୋଇ ନ ଥିଲା। ସେଥିପାଇଁ ଭାଙ୍ଗିଗଲା। ପଣ୍ଡିତ ମହାଶୟ ଏହାର ଉତ୍ତରରେ ଲେଖିଛନ୍ତି ତିଆରି ହେଉ ହେଉ ଯଦି ଭାଙ୍ଗିଗଲା, ୩୦୦ ବର୍ଷ ପରେ ଆବୁଲଫଜଲ ମନ୍ଦିରର ବର୍ଣ୍ଣନା କେମିତି କଲେ? ସେମିତି ଫର୍ଗୁସନ ୧୮୩୯ ମସିହାରେ ଲେଖିଲେ- ଦେଉଳ ରେଖାଂଶର ଏକ ପାଖ କାନ୍ଥ ପ୍ରାୟ ୧୦୦ ଫୁଟ ଉଚ୍ଚରେ ଥିଲା। ତାହା ଭାଙ୍ଗିଯିବାରୁ ମନ୍ଦିର ଭାଙ୍ଗିଗଲା।
ପଣ୍ଡିତେ ଲେଖିଲେ- ତାହା ତ ୬୦୦ ବର୍ଷ ଧରି ଦଣ୍ଡାୟମାନ ଥିଲା। ଭାଙ୍ଗିଯାଇଥିଲା କେବେ? ଅନ୍ୟତମ ଲେଖକ ଶ୍ରୀବିଷନ ସ୍ବରୂପ ଲେଖିଛନ୍ତି, ବହୁକାଳ ପର୍ଯ୍ୟନ୍ତ କୋଣାର୍କରେ ଦେବପୂଜା ଚାଲିଥିଲା। ମାଦଳାପାଞ୍ଜି ମତରେ- ନରସିଂହଦେବ ମନ୍ଦିର ନିର୍ମାଣ ପରେ ଭୋଗର ପରିମାଣ ଓ ଆଡ଼ମ୍ବର ବଢ଼ାଇ ଦେଇଥିଲେ। ତେଣୁ ତିିଆରି ହେଉ ହେଉ ଭାଙ୍ଗିଯାଇଥିଲା କହିବା, କେବଳ ଅନୁମାନ।
ଷ୍ଟାର୍ଲିନ କହିଲେ- ଭୂମିକମ୍ପ ଓ ବିଦ୍ୟୁତ୍‌ ଆଘାତରେ ଦେଉଳ ଭାଙ୍ଗିଗଲା। ପରେ ବର୍ଷା- ପବନ ଯୋଗୁ ମନ୍ଦିର ଧ୍ୱଂସ ପାଇଗଲା। ପଣ୍ଡିତ କୃପାସିନ୍ଧୁ ମିଶ୍ର ଉକ୍ତ ମତକୁ ନିରାଧାର କରିଛନ୍ତି। ଭୂମିକମ୍ପ ଦ୍ୱାରା ଦେଉଳ ଭାଙ୍ଗିଥିଲେ ମୁଖଶାଳା ନିଶ୍ଚୟ ସମଦଶା ପାଇଥା’ନ୍ତା x x x ଭୂମିକମ୍ପ ହୋଇଥିଲେ x x x ତାହା କୋଣାର୍କ ପୂର୍ବରୁ ପୁରୀ ଓ ଭୁବନେଶ୍ୱର ମନ୍ଦିରକୁ ଏକାବେଳକେ ଭୂମିସାତ୍‌ କରିଦେଇଥା’ନ୍ତା (ପୃ-୨୪୩)। ଓଡ଼ିଶା ଲୋକେ-ଦୁର୍ଦ୍ଦାନ୍ତ କଳାପାହାଡ଼ ଆକ୍ରମଣ, ପୁରୁଷୋତ୍ତମ ଦେବଙ୍କ କାଞ୍ଚତ୍ ବିଜୟ, ସିବେଇ ସାନ୍ତରାଙ୍କ ଖିରିଖିଆ ଘଟଣା… ମନେରଖିଛନ୍ତି! ଭୂମିକମ୍ପ ଲୋକକଥାରେ ନ ଥା’ନ୍ତା! ତେଣୁ ଷ୍ଟାର୍ଲିନଙ୍କ ଆଶଙ୍କା ଅମୂଳକ। କେତେକ ଲେଖିଛନ୍ତି ଚଡ଼ଚଡ଼ି ମାରିବାରୁ ବିଦ୍ୟୁତ୍‌ ପ୍ରଭାବରେ ଭାଙ୍ଗିଗଲା। ହଇଓ! ଶ୍ରୀପଦ୍ମକେଶର ମନ୍ଦିରର କାନ୍ଥ ୨୦ରୁ ୨୫ଫୁଟ ମୋଟା। ଏତେ ମୋଟା କାନ୍ଥ ଚଡ଼ଚଡ଼ିରେ ଭାଙ୍ଗିବା ସମ୍ଭବ ନୁହେଁ। ଦ୍ୱିତୀୟ କଥା ହେଲା ଚଡ଼ଚଡ଼ି ଆଘାତରୁ ରକ୍ଷା ପାଇବା ପାଇଁ ଓଡ଼ିଶାର ମନ୍ଦିରରେ ନୀଳଚକ୍ର ଓ ତ୍ରିଶୂଳ ଖଞ୍ଜା ଯିବାର ବ୍ୟବସ୍ଥା ଅଛି। ଚଡ଼ଚଡ଼ି ପ୍ରସଙ୍ଗ ସମ୍ପୂର୍ଣ୍ଣ କଳ୍ପନା।
ଶ୍ରୀ ହଣ୍ଟର କହିଲେ- ଖମ୍ବ ଦବିଯିବାରୁ ମୂଳ ପତ୍ତନ ଦବିଗଲା। ମୂଳପତ୍ତନ ଭାର ସହି ନ ପାରି ଦବିଯାଇଥିଲା। ଶେଷକୁ ଶୁଙ୍ଘି ଶୁଙ୍ଘି ସୈନ୍ଧବଲବଣ କହିବା ପରି କହିଲେ, ମୂଳପତ୍ତନ ଗଠନ ଦୋଷ କୋଣାର୍କ ମନ୍ଦିର ପତ୍ତନର ମୂଳ କାରଣ। ଶେଷକୁ କହିଲେ, ମନ୍ଦିର ନିର୍ମାଣ ଶେଷ ନ ହେଉଣୁ ଓ ସୂର୍ଯ୍ୟଦେବଙ୍କ ପ୍ରତିଷ୍ଠା ପୂର୍ବରୁ କୋଣାର୍କ ମନ୍ଦିରର ଅବସାନ ହୋଇଛି। ଏ ବାବୁ ମନ୍ଦିରର ପ୍ରକୃତ ନାମ ଜାଣିନାହାନ୍ତି। ପଥର ଶିଳ୍ପୀ ନୁହନ୍ତି, କାରିଗର ନୁହନ୍ତି, ସ୍ଥପତି ନୁହନ୍ତି, ସର୍ବଜାଣତା ପରି ନିଜ ଐତିହ୍ୟ ନ ଲେଖି ‘ବଳେ ପଶି ମଙ୍ଗଳବାର’ କରିଛନ୍ତି। ବାସ୍ତବରେ କୋଣାର୍କ ଆକ୍ରମଣର ଇତିହାସ ମୋଗଲମାନେ ପାର୍ସୀ ଭାଷାରେ ଲେଖିଥିଲେ। ସେ ଇତିହାସ ନ ଜାଣି ଅନୁମାନକୁ ଆଧାର କରି ପ୍ରକାରାନ୍ତରରେ ଓଡ଼ିଆ ଶିଳ୍ପୀଙ୍କୁ କିଛି ଜଣା ନ ଥିଲା ବୋଲି ବୁଲେଇ ବଙ୍କେଇ (ଇଂରେଜ ଡିପ୍ଲୋମାସି) କହିବାକୁ ଚେଷ୍ଟା କରିଛନ୍ତି। ଏବେ ଆମେ ଆଲୋଚ୍ୟ ପ୍ରସଙ୍ଗକୁ ଫେରିବା।
ଶ୍ରୀପଦ୍ମକେଶର ମନ୍ଦିରର ଧ୍ୱଜବନ୍ଧା ପ୍ରସଙ୍ଗ ପୂର୍ବରୁ ଲେଖି, ତାହା ଓଡ଼ିଶା ଉପାସନା ପରମ୍ପରାରେ କିପରି ନିଆରା, ତାହାର ଆଲୋଚନା କରାଯାଇଥିଲା। ଧ୍ୱଜବନ୍ଧା ହେବା ପରେ ଗଜପତି, କସ୍ତୁରିକା ମେଦିନୀଦେବୀ ଓ ରାଜ ପରିବାର ଧ୍ୱଜର ‘ଅଗଫୁଲି’ ଧରି ମନ୍ଦିର ବେଢ଼ା ପରିକ୍ରମା କରିଥିଲେ। ଧ୍ୱଜପଦ୍ମରୁ ଧ୍ୱଜ କାଢ଼ିବା ଆଦେଶ ଦେଇଥିଲେ ସୂତ୍ରଧର। ନାରାୟଣ ମହାପାତ୍ର ଗଜପତିଙ୍କ ହାତକୁ ଦେଇଥିଲେ। ସେହିଦିନ ଗଜପତିଙ୍କର ଏକ ‘ଲାଖବିନ୍ଧା’ ମୂର୍ତ୍ତି ଶିଳ୍ପୀ ଗଙ୍ଗାଧର ମହାପାତ୍ର ନିର୍ମାଣ କରି ଭେଟି ଦେଇଥିଲେ।
ପ୍ରତିଷ୍ଠା ପରେ ଆଠ ପ୍ରହର ପ୍ରତିଷ୍ଠିତ ବିଗ୍ରହ ଶାନ୍ତ ଅବସ୍ଥାରେ ଥାଆନ୍ତି। କୌଣସି ନୀତି ହୁଏ ନାହିଁ। ସମୟ ଶେଷ ହେବାପରେ ‘ଆଚାର୍ଯ୍ୟମାନେ ଋକ୍‌ବେଦ ସୂକ୍ତ ପାଠ ଆରମ୍ଭ କରିଥିଲେ। ରାତ୍ରିର ଶେଷ ପ୍ରହର ହୋଇ ଆସୁଛି। ବେଦମନ୍ତ୍ରରେ ମନ୍ଦିର ପରିସର ଝଙ୍କୃତ ହେଉଥାଏ। ଅନ୍ଧକାର ଅପସରି ଯାଇଛି… ଗଜପତିଙ୍କଠାରୁ ଶିଳ୍ପୀଙ୍କ ପର୍ଯ୍ୟନ୍ତ ବହୁ ଆଶା/ଉଦ୍ଦୀପନାରେ ପ୍ରତୀକ୍ଷା କରିଥାନ୍ତି…। ପୂର୍ବ ଆକାଶରୁ ଉଇଁ ଆସିଲେ ସୂର୍ଯ୍ୟଦେବତା। ନିର୍ନିମେଷ ନୟନରେ ସମସ୍ତେ ଚାହିଁଥାନ୍ତି ବିଗ୍ରହଙ୍କୁ। ପ୍ରଥମ କିରଣରେ ଝଲସିଉଠିଲେ ବିଗ୍ରହ। ହରିବୋଲ ଶବ୍ଦରେ ଭାବାନ୍ତର ସୃଷ୍ଟି ହୋଇଥିଲା। ଶିଳ୍ପୀକୁଳଙ୍କୁ ନେଇ ସିବେଇ ସାନ୍ତରା ଏକ ଅକୁହା ଆବେଗରେ ଥିଲେ… ଶ୍ରୀସୂର୍ଯ୍ୟଙ୍କର ପ୍ରଥମ କିରଣ ଶ୍ରୀସୂର୍ଯ୍ୟଙ୍କ ବିଗ୍ରହକୁ ଛୁଇଁଛି କି ନାହିଁ! ଆଶ୍ୱସ୍ତ ହେଲେ ସମସ୍ତେ। ଓଡ଼ିଆ ଶିଳ୍ପୀ ସଫଳ ହୋଇଛି। ତତ୍କାଳୀନ ସମୟରେ ଏପରି ଏକ ଅଦ୍ଭୁତ ଶିଳ୍ପକଳାର ଚାତୁରୀ କେମିତି ପୁଲକିତ କରିଥିବ!

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri